Missing Child Tragedy / ୨ ଦିନର ଆଶା ଓ ଆଶଙ୍କାରେ ପଡ଼ିଲା ଦୁଃଖଦ ପୂର୍ଣ୍ଣଚ୍ଛେଦ…ଜଙ୍ଗଲରୁ ମିଳିଲା କୁନି ଦେବୀକାର ଖଣ୍ଡବିଖଣ୍ଡ ମୃ*ତଦେହ
·1 hour ago·2 min read

Key Points
ଯେଉଁ ଜଙ୍ଗଲରୁ ଫେରିବାର ଆଶା ନେଇ ସମସ୍ତେ ଅପେକ୍ଷା କରିଥିଲେ, ସେହି ଜଙ୍ଗଲ ହିଁ ଛଡ଼ାଇ ନେଲା ଦେବୀକାର ଜୀବନ
ନବରଙ୍ଗପୁର: ଦୁଇ ଦିନ ଧରି ଚାଲିଥିଲା ଅପେକ୍ଷା। ମାଆର ଛାତିରେ ଥିଲା ଆଶା, ଆଖିରେ ଥିଲା ଲୁହ। ଗାଁ ଲୋକଙ୍କ ପ୍ରାର୍ଥନା ଥିଲା, ଫେରିଆସୁ ଦୁଇ ବର୍ଷର କୁନି ଝିଅ। ହେଲେ ଶେଷରେ ଯାହା ମିଳିଲା, ତାହା ସବୁ ଆଶାକୁ ଧୂଳିସାତ୍ କରିଦେଲା। ଜଙ୍ଗଲରୁ ମିଳିଲା ନିଖୋଜ ଦେବୀକାର ଖଣ୍ଡବିଖଣ୍ଡ ମୃତଦେହ। ଘରଠାରୁ ମାତ୍ର ୫୦୦ ମିଟର ଦୂରରେ ଜଙ୍ଗଲ ଭିତରେ ଶେଷ ହୋଇଗଲା କୁନି ଜୀବନ। କିନ୍ତୁ କିଏ ନେଲା ଦେବୀକାର ଜୀବନ? ବାଘ ନା ଆଉ କିଛି?
ଯେଉଁ ଜଙ୍ଗଲରୁ ଫେରିବାର ଆଶା ନେଇ ସମସ୍ତେ ଅପେକ୍ଷା କରିଥିଲେ। ସେହି ଜଙ୍ଗଲ ହିଁ ଛଡ଼ାଇ ନେଲା ଦେବୀକାର ଜୀବନ। ଦୁଇ ଦିନ ଧରି ଚାଲିଥିବା ଖୋଜାଖୋଜିରେ ଶେଷରେ ମିଳିଲା କୁନି ଦେବୀକା। ହେଲେ ଜୀବିତ ନୁହେଁ, ବରଂ ମୃତ ଅବସ୍ଥାରେ। ନବରଙ୍ଗପୁର ଜିଲ୍ଲା ରାଇଘର ବନାଞ୍ଚଳ ଅନ୍ତର୍ଗତ ଚିଡ଼ିଆପାରା ଗାଁର ଏହି ହୃଦୟ ବିଦାରକ ଘଟଣା। ଘରଠାରୁ ମାତ୍ର ୫୦୦ ମିଟର ଦୂର ଜଙ୍ଗଲରୁ ଉଦ୍ଧାର ହୋଇଛି ଦୁଇ ବର୍ଷର ଶିଶୁକନ୍ୟାର ଖଣ୍ଡବିଖଣ୍ଡିତ ମୃତଦେହ। ଛତିଶଗଡ଼ର ଗରିଆବନ୍ଧ ଓ ନବରଙ୍ଗପୁର ବନ ବିଭାଗର ମିଳିତ ଅପରେସନ୍ ପରେ ମିଳିଛି ଏହି ଦୁଃଖଦ ସୂଚନା। ଆଉ ଏହାପରେ ପୂରା ଚିଡ଼ିଆପାରା ଗାଁରେ ଖେଳିଯାଇଛି ଶୋକର ଛାୟା।
ସୋମବାର ସନ୍ଧ୍ୟା... ସମୟ ପ୍ରାୟ ୭ଟା। ଘର ଅଗଣାରେ ଖେଳୁଥିଲା ଦୁଇ ବର୍ଷର ଦେବୀକା। ହଠାତ୍ ମାଡ଼ି ଆସିଲା ଏକ ଜଙ୍ଗଲୀ ଜନ୍ତୁ। ପରିବାରର ଅଭିଯୋଗ, ଶିଶୁଟିକୁ ଟେକି ନେଇଗଲା ଜଙ୍ଗଲ ଭିତରକୁ। ଆଉ ତା'ପରଠାରୁ ଆରମ୍ଭ ହୋଇଥିଲା ଛାତିଥରା ଅପେକ୍ଷା। ରାତିର ଅନ୍ଧାରରେ ଜଙ୍ଗଲରେ ଚାଲିଥିଲା ଖୋଜାଖୋଜି। ପୋଲିସ, ବନ ବିଭାଗ ଓ ଶତାଧିକ ଗ୍ରାମବାସୀ ଏକାଠି ହୋଇ ଖୋଜୁଥିଲେ ସେହି କୁନି ଜୀବନକୁ। ଓଡ଼ିଶା ଓ ଛତିଶଗଡ଼ରୁ ଆସିଥିଲେ ସନ୍ଧାନୀ କୁକୁର। ଜଙ୍ଗଲର ପ୍ରତିଟି ରାସ୍ତା, ପ୍ରତିଟି କୋଣରେ ଚାଲିଥିଲା ସର୍ଚ୍ଚ ଅପରେସନ୍। ଦୀର୍ଘ ୧୯ରୁ ୨୦ ଘଣ୍ଟାର ତଲାସୀ ପରେ ମିଳିଥିଲା ଶିଶୁଟିର ମୃତଦେହର ବିଭିନ୍ନ ଅଂଶ। ଆଉ ଯେଉଁ ଘଟଣାକୁ ନେଇ ଏବେ ସବୁଠୁ ବଡ଼ ପ୍ରଶ୍ନ ଉଠୁଛି, ତାହା ହେଉଛି ଦେବୀକାର ମୃତ୍ୟୁ ପଛରେ କାହାର ହାତ? ସେପଟେ ବନ ବିଭାଗର ପ୍ରାଥମିକ ସନ୍ଦେହ, କଲରାପତରିଆ ବାଘ ଆକ୍ରମଣରେ ହୋଇଥାଇପାରେ ଶିଶୁଟିର ମୃତ୍ୟୁ। ଗୋଟିଏ ପଟେ ଦୁଇ ବର୍ଷର ଶିଶୁକୁ ହରାଇ ମାଆ କୋଳ ଶୂନ୍ୟ ହୋଇଯାଇଛି, ଅନ୍ୟପଟେ ଜଙ୍ଗଲ ନିକଟବର୍ତ୍ତୀ ଗାଁରେ ଏବେ ଖେଳିଯାଇଛି ଭୟର ବାତାବରଣ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories