ବୋଇତରେ ଦାନ ଖୁଚୁରା ଟଙ୍କା ଆଣିବାକୁ ଯାଇ ବୁଡିଗଲେ ନାବାଳିକା
·1 year ago

ମାଲକାନଗିରି: ବୋଇତ ବନ୍ଦାଣ ବେଳେ ଅଘଟଣ । ମାଲକାନଗିରି ସଦର ଉପକଣ୍ଠ ଚମ୍ପନଗର ଗାଁରେ ଘଟିଛି ଅଘଟଣ । ଶ୍ରଦ୍ଧାଳୁଙ୍କ ଦ୍ଵାରା ବୋଇତରେ ଦାନ କରାଯାଉଥିବା ଖୁଚୁରା ଟଙ୍କା ସଂଗ୍ରହ କରିବାକୁ ଯାଇ ଅଘଟଣ ଘଟିଛି । ପୋଖରୀରେ ବୁଡ଼ିଗଲେ 12 ବର୍ଷର ନାବାଳିକା ।
ଆଜି କାର୍ତ୍ତିକ ପୁର୍ଣ୍ଣିମା । ଉତ୍କଳୀୟ ନୌବାଣିଜ୍ୟ ପରମ୍ପରା ଆଉ ପୌରାଣିକ କଥା ଅନୁସାରେ ମନେ ପକାଇ ଆଜି ଚାରିଆଡେ ବୋଇତ ବନ୍ଦାଣ ଉତ୍ସବ ପାଳନ କରାଯାଉଛି । ଗାଁ ଠୁ ସହର ସବୁଠି ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବାର ଦେଖିବାକୁ ମିଳିଛି I ତା ସହିତ ଉତ୍କଳର ଐତିହ୍ୟ ଓ ପରମ୍ପରାକୁ ମନେ ପକାଇ ପ୍ରତ୍ୟୁଷରୁ ବିଭିନ୍ନ ନଦୀ ପୁଷ୍କରିଣୀରେ ଡ଼ଙ୍ଗା ଭସାଉଥିବା ଦେଖିବାକୁ ମିଳୁଛି।
ହେଲେ ଡଙ୍ଗାରେ ଦିଆଯାଇଥିବା ଟଙ୍କାକୁ ଆଣିବା ପାଇଁ ପ୍ରତିବର୍ଷ ଏପରି ଅଘଟଣ ଘଟୁଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: