ନାବାଳିକା ନିଖୋଜ, ଅପହରଣ ଅଭିଯୋଗ ଆଣିଲେ ପରିବାର ଲୋକେ
·11 months ago·1 min read

Key Points
ପରୀକ୍ଷା ଦେବାକୁ ଯାଇ ନାବାଳିକା ନିଖୋଜ
ଗଂଜାମ ଦିଗପହଣ୍ଡିରେ କଲେଜ ଛାତ୍ରୀଙ୍କୁ ଅପହରଣ ଅଭିଯୋଗ
ଅପହରଣ ଅଭିଯୋଗ ଆଣିଲେ ପରିବାର ଲୋକେ
ପରୀକ୍ଷା ଦେବାକୁ ଯାଇ ନାବାଳିକା ନିଖୋଜ । ଅପହରଣ ଅଭିଯୋଗ ଆଣିଲେ ପରିବାର ଲୋକେ I ଗଂଜାମ ଜିଲ୍ଲା ଦିଗପହଣ୍ଡି ଅଂଚଳରେ ଜଣେ ନାବାଳିକାଙ୍କୁ ଅପହରଣ ଅଭିଯୋଗ ହେଇଛି I ଯୁକ୍ତ ୩ କଳା ବିଭାଗରେ ପରୀକ୍ଷା ଚାଲିଥିବାବେଳେ ଗତକାଲି ନାବାଳିକା ଜଣକ ପରୀକ୍ଷା ଦେବାକୁ ସାଇକେଲରେ ଯାଇ ଆଉ ସନ୍ଧ୍ୟା ପର୍ଯ୍ୟନ୍ତ ଫେରିନଥିଲା I ବାପା ଖୋଜାଖୋଜି କରିବା ପରେ ରାସ୍ତା କଡରେ ସାଇକେଲ ପଡିଥିଲା ଦେଖିଥିଲେ I ଛାତ୍ରୀଙ୍କ ଅପହରଣ ନେଇ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଚଳାଇଛି I
ଛାତ୍ରୀଙ୍କୁ କିଏ ଅପହରଣ କରିଛି ନା ସିଏ ନିଜେ କୁଆଡେ ପଳେଇଛନ୍ତି, ସେନେଇ କୌଣସି ସୂଚନା ମିଳିନଥିବାବେଳେ ପୋଲିସ ଘଟଣାର ଖୋଳତାଡ଼ ଜାରି ରଖିଛି। ପରିବାର ଲୋକେ ଝିଅକୁ ନପାଇ ବ୍ୟସ୍ତ ହେଉଥିବାବେଳେ ଶୀଘ୍ର ଝିଅକୁ ଖୋଜିଦେବେ ବୋଲି କହିଛନ୍ତି ପୋଲିସ ଅଧିକାରୀ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: