Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପେଟ୍ରୋଲ ଢାଳି ନିଜକୁ ଜାଳିଦେଲେ ନାବାଳିକା

Swoyang prajna Mishra
Browse all articles by Swoyang prajna Mishra
·11 months ago·1 min read
ପେଟ୍ରୋଲ ଢାଳି ନିଜକୁ ଜାଳିଦେଲେ ନାବାଳିକା

Key Points

ନିଜକୁ ଜାଳି ଦେଲେ ନାବାଳିକା
ପେଟ୍ରୋଲ ଢ଼ାଳି ନାବାଳିକାର ଆତ୍ମହତ୍ୟା ଉଦ୍ୟମ

ଏକ ପଡ଼ିଆରେ ନିଜକୁ ଜାଳି ଦେଇଥିବା ଉଦ୍ୟମ

ବରଗଡ଼ରେ ନିଜକୁ ଜାଳି ଦେଲେ ନାବାଳିକା। ପେଟ୍ରୋଲ ଢ଼ାଳି ନାବାଳିକାଙ୍କ ଆତ୍ମହତ୍ୟା ଉଦ୍ୟମ। ବରଗଡ଼ ଜିଲ୍ଲା ଗାଇସିଲେଟ ଥାନା ଫିରିଙ୍ଗି ମାଲ୍ ଗାଆଁରେ ଅଭାବନୀୟ ଘଟଣା। ଏକ ଫୁଟବଲ ପଡ଼ିଆରେ ନିଜକୁ ଜାଳି ଦେଇଥିବା ଉଦ୍ୟମ। ପୋଡିଯିବା ପରେ ନାବାଳିକାଙ୍କ ଅବସ୍ଥା ଗୁରୁତର ରହିଛି। କାହିଁକି ଆତ୍ମହତ୍ୟା ଉଦ୍ୟମ କଲେ ତାର କାରଣ ଅସ୍ପଷ୍ଟ ରହିଛି।


ନାବାଳିକାଙ୍କ ମାମୁଁ ଘରେ ଏଭଳି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।ନାବାଳିକା ଜଣକ ଅଷ୍ଟମ ଶ୍ରେଣୀରେ ପଢୁଥିବା ସୂଚନା ମିଳିଛି । ତାଙ୍କୁ ଆମ୍ବୁଲାନ୍ସ ଜରିଆରେ ବରଗଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ତେବେ ଜଳି ଯାଇଥିବା ସ୍ଥାନରେ ପେଟ୍ରୋଲ, ବୋତଲ, ଦିଆସିଲି ଏବଂ ଚପଲ ରହିଛି । ତେବେ ବାରମ୍ବାର ଏପରି ଘଟଣା କାହିଁକି ଘଟୁଛି, କାହିଁକି ଏପରି ମାନସିକତା ଝିଅମାନଙ୍କ ଭିତରେ ଦେଖିବାକୁ ମିଳୁଛି, ତାହା ବର୍ତ୍ତମାନ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Minor girl sets herself on fire | Argus News