ନାବାଳିକା ଆତ୍ମହତ୍ୟା: ନାବାଳିକା କାହିଁକି ଆତ୍ମହତ୍ୟା କଲା କାରଣ ଖୋଜୁଛି ପୋଲିସ

Key Points
ଜଳିଗଲେ ଆଉଜଣେ ନାବାଳିକା
ମାମୁଁ ଘର ଗାଁ ଫୁଟବଲ ପଡିଆରେ ପେଟ୍ରୋଲ ଢାଳି ଆତ୍ମହତ୍ୟା କରିଥିଲେ ଛାତ୍ରୀ
କେମିତି ଜଳିଗଲେ ନାବାଳିକା, ପୋଲିସ କରୁଛି ଛାନଭିନ୍
ସମୟ ସକାଳ ସାଢେ ସାତଟା...ବରଗଡ ଫିରିଙ୍ଗିମାଲ ଫୁଟବଲ ପଡିଆରେ ଜଣେ ନାବାଳିକା ଦେହରେ ନିଆଁ ଲଗାଇଦେଇଥିବା ଖବର ଆସିଲା। ଗୁରୁତର ଅବସ୍ଥାରେ ନାବାଳିକାକୁ ପ୍ରଥମେ ବରଗଡ ମେଡିକାଲ ଓ ପରେ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଗଲା । ମୃତ୍ୟୁ ସହ ସଂଗ୍ରାମ କରୁଥିବା ଅବସ୍ଥାରେ ନାବାଳିକା କହୁଥିଲା ତାକୁ ମେଡିକାଲ ନିଅ । ପାଟିରୁ ବାହାରିଥିଲା ଆଉ ଦୁଇ ପଦ ଅସ୍ପଷ୍ଟ କଥା । ଯାହାକୁ ଆଧାର କରି ଏବେ ପୋଲିସ କରୁଛି ଛାନଭିନ୍ । କାହଁକି ଦେହରେ ନିଆଁ ଲଗାଇଲା ୧୩ ବର୍ଷିୟ ନାବାଳିକା ?
ପରିବାର ଲୋକଙ୍କ କହିବା କଥା ପୂର୍ବ ରାତିରେ ସ୍ବାଭାବିକ ଥିଲା ତାର କଥାବାର୍ତ୍ତା । ଆଜି ପଦ୍ମପୁରର ଆଶ୍ରମ ସ୍କୁଲ ଯାଇଥାନ୍ତା ନାବାଳିକା । ଦୀର୍ଘ ବର୍ଷ ଧରି ମାମୁଁ ଧରେ ରହି ସେ ପଢୁଥିଲା ପାଠ । କିଛି ଦିନ ହେବ ଅସୁସ୍ଥ ଥିଲା ତାଙ୍କୁ ପଦ୍ମପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଶରୀରରେ ରକ୍ତ ଅଭାବ କହିଥିଲେ ଡାକ୍ତର । ଘରେ ରହି ଔଷଧ ଖାଇବାକୁ ପରାମର୍ଶ ଦେଇଥିଲେ ଡାକ୍ତର
ନାବାଳିକା କାହିଁକି ଆତ୍ମହତ୍ୟା କଲା କାରଣ ଖୋଜୁଛି ପୋଲିସ ୩ଟି ଟିମ ଗଠନ କରାଯାଇଛି । ସାଇଣ୍ଟିଫିକ ଟିମ ଘଟଣା ସ୍ଥଳକୁ ଯାଇ ଯାଞ୍ଚ୍ କରିଛନ୍ତି । ନାବାଳିକା ପଢୁଥିବା ସ୍କୁଲ, ତାଙ୍କ ଗାଁ ପଦ୍ମପୁର ଟେଣାପଦର ଓ ମାମୁଁ ଘରେ ପୋଲିସ କରୁଛି ତଦନ୍ତ । ମୃତ୍ୟ ପୁର୍ଵରୁ ପୋଲିସ ନାବାଳିକାର ଭିଡିଓ ବୟାନ ରେକର୍ଡ କରିଛି । ଘଟଣା ସ୍ଥଳରୁ କିଛି ସାମଗ୍ରୀ ବି ଜବତ କରିଛି । ନାବିଳିକାର ଅଜା ଓ ପେଟ୍ରୋଲ ବିକୁଥିବା ଗାଁ ଦୋକାନୀକୁ ଅଟକ ରଖିଛି ପୋଲିସ । ନାବାଳିକାର ପରିବାର, ପଡୋଶୀ ଓ ଗ୍ରାମବାସୀଙ୍କୁ ମଧ୍ୟ ପଚରା ଉଚୁରା କରୁଛି ପୋଲିସ । ଉତ୍ତରାଞ୍ଚଲ ଆଇଜି କହିଛନ୍ତି ପାରିବାରିକ କଳହ ହେଉଛି କାରଣ
ଜୁଲାଇ ୧୨ରେ ବାଲେଶ୍ବରରେ ଏଫଏମ କଲେଜ ଆତ୍ମାହୁତି ଘଟଣା ରାଜ୍ୟରେ ସୃଷ୍ଟି କରିଥିଲା ହଇଚଇ । ପରେ ବଳଙ୍କା ଓ କେନ୍ଦ୍ରାପଡାର ବଡପଡାରେ ବି ଛାତ୍ରୀ ଆତ୍ମଦାହକୁ ନେଇ ଉଠୁଛି ପଡୁଛି ରାଜ୍ୟ.. ଏବେ ଏଥିରେ ଯୋଡି ହୋଇଛି ଆଉ ଏକ ଆତ୍ମଦାହର ଫର୍ଦ୍ଦ ।