Videos
|
Odisha

Murder Case / ନାବାଳକକୁ ହତ୍ୟା କରି ପାଣିରେ ଫିଙ୍ଗିଦେଲେ ଦୁର୍ବୃତ୍ତ, ପୋଲିସର ତନାଘନା ଜାରି

Banajyotshna Ray
Browse all articles by Banajyotshna Ray
·10 months ago·1 min read
ନାବାଳକକୁ ହତ୍ୟା କରି ପାଣିରେ ଫିଙ୍ଗିଦେଲେ ଦୁର୍ବୃତ୍ତ, ପୋଲିସର ତନାଘନା ଜାରି

Key Points

ପୁଣି ପୁରୀରେ ହତ୍ୟା
ଶ୍ରୀସେତୁ ନିକଟ ଜଳଭଣ୍ଡାରଠାରେ ଘଟିଛି ହତ୍ୟାକାଣ୍ଡ
ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍

ଦିନକୁ ଦିନ ଅଶାନ୍ତ ହୋଇପଡ଼ୁଛି ପୁରୀ। ପୁଣି ପୁରୀରେ ହତ୍ୟା । ଶ୍ରୀସେତୁ ନିକଟ ଜଳଭଣ୍ଡାରଠାରେ ଘଟିଛି ହତ୍ୟାକାଣ୍ଡ । ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚିଛନ୍ତି । ନାବାଳକକୁ ହତ୍ୟା କରି ଦୁର୍ବୃତ୍ତ ପାଣିରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ମୃତ ନାବାଳକ ଟାଉନ ଥାନା ଅଞ୍ଚଳର ସୂର୍ଯ୍ୟ ସାହୁ ବୋଲି ଜଣାପଡ଼ିଛି । ମଙ୍ଗଳବାର ଜଳଖିଆ ଆଣିବା ପାଇଁ ଯାଇ ନିଖୋଜ ହୋଇଯାଇଥିଲେ ସୂର୍ଯ୍ୟ। ପରିବାର ଲୋକେ ଏନେଇ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଅପହରଣ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ମୃତଦେହକୁ ପୋଲିସ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଇଛି । 

ଘଟଣାର ତଦନ୍ତ ପରେ ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି କହିଛି ପୋଲିସ । ଏଖବର ପରେ ସବୁଠି ଭୟର ବାତାବରଣ ଖେଳିଯାଇଥିବା ଦେଖିବାକୁ ମିଳିଛି। କିଏ ଏବଂ କାହିଁକି ନାବାଳକକୁ ଏଭଳି ନିର୍ମମଭାବେ ହତ୍ୟା କରିଛି ସେନେଇ ଖୋଳତାଡ କରୁଛି ପୋଲିସ। ଏହାସହ ମୃତକଙ୍କ ପରିବାର ଲୋକଙ୍କୁ ପଚରାଉଚରା କରୁଛି ପୋଲିସ। କାହା ସହ କୌଣସି କାରଣକୁ ନେଇ ଶତ୍ରୁତା ଥିଲା କି, ଯେଉଁଥି ପାଇଁ କେହି ରାଗ ରଖି ଏଭଳି କାଣ୍ଡ କରିଥିବା ସନ୍ଦେହ କରାଯାଉଛି ।

ଏଥିସହ ପଢ଼ନ୍ତୁ: ଚଳନ୍ତା ଟ୍ରେନ୍‌ରେ ସେନା ଯବାନଙ୍କୁ ହତ୍ୟା, ଛୁରୀରେ ଆକ୍ରମଣ କରିଥିଲେ ଆଟେଣ୍ଡାଣ୍ଟ

ରାଜ୍ୟର ବିଭିନ୍ନ ସ୍ଥାନରୁ ଏଭଳି ଘଟଣା ସାମ୍ନାକୁ ଆସୁଛି। କେତେବେଳେ ଘରେ ପଶି କାହାକୁ ମାରିଦେଉଛନ୍ତି ତ ପୁଣି ବାହାରକୁ ଯାଉଥିବାବେଳେ ଅପହରଣ କରିନେଇ ମାରି ଦେଉଛନ୍ତି। ତେଣୁ ଏହାକୁ ଦୃଷ୍ଟିରେ ରଖି ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Related Topics

Explore more stories