Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ଥାନାରେ ୪ ଅଟକ

Sushanta Sahoo
Browse all articles by Sushanta Sahoo
·1 year ago·1 min read
ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ଥାନାରେ ୪ ଅଟକ

Key Points

ଯାତ୍ରା ଭିଡ଼ ଭିତରେ ଦୁଷ୍କର୍ମ ଅଭିଯୋଗ ପରେ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ଲକ୍ଷ୍ମୀପୁର ଥାନା ପୋଲିସ ।

ଲକ୍ଷ୍ମୀପୁର: କୋରାପୁଟ ଲକ୍ଷ୍ମୀପୁରରେ ଲଜ୍ଜା । ନାଟକ ଦେଖିବାକୁ ଯାଇଥିବା ଜଣେ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ଯାତ୍ରା ଭିଡ଼ ଭିତରେ ଦୁଷ୍କର୍ମ ଅଭିଯୋଗ ପରେ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ଲକ୍ଷ୍ମୀପୁର ଥାନା ପୋଲିସ ।


ସୂଚନା ଅନୁସାରେ, ନାବାଳିକା ଜଣଙ୍କ ଶନିବାର ଦିନ ଦେଶିଆ ନାଟ ଦେଖିବାକୁ ଯାଇଥିଲେ । ନାଟକ ଦେଖିବାକୁ ଯାଇ ନାବାଳିକା ପରିସ୍ରା କରିବାକୁ ଯାଇଥିବା ବେଳେ ୪ ଜଣ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏନେଇ ଲକ୍ଷ୍ମୀପୁର ଥାନାରେ ଅଭିଯୋଗ ପରେ ପୋଲିସ ୪ ଜଣଙ୍କୁ ଅଟକ ରଖିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଟକ ୪ ଜଣ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଟିକିରି ଥାନା ନାକୋଟି ଗୁଡ଼ା ପଞ୍ଚାୟତ ତୁଳସୀ ଛପର ଗାଁର ବୋଲି ସୂଚନା ମିଳିଛି । ନାବାଳିକାଙ୍କ ଡାକ୍ତରୀ ମାଇନା କରା ଯାଇଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି । ତେବେ ନାଟକ ଦେଖିବା ପାଇଁ ଲୋକଙ୍କ ଭିଡ଼ ଥିବାବେଳେ ନାବାଳିକା ଦୁଷ୍କର୍ମର ଶିକାର ହେବା ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Sponsored
Minor Tribal Girl Alleges Rape In Laxmipur, 4 Detained | Argus News