Videos
|
Odisha

ଚମତ୍କାର: ବ୍ରେନ ଡେଡ୍‌ଙ୍କ ଯକୃତ ଦେଲା ନୂଆ ଜୀବନ

Ritu Das
Browse all articles by Ritu Das
·10 months ago·2 min read
ଚମତ୍କାର: ବ୍ରେନ ଡେଡ୍‌ଙ୍କ ଯକୃତ ଦେଲା ନୂଆ ଜୀବନ

Key Points

ସୋମବାର ଜଣେ ୫୨ବର୍ଷୀୟ ବ୍ରେନ ଡେଡ ବ୍ୟକ୍ତିଙ୍କଠାରୁ ଯକୃତ ବାହାର କରାଯାଇଛି। ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ଆଣ୍ଡ ସମ ହସ୍ପିଟାଲରେ ଏହି ସଫଳତା ମିଳିଛି।

ସୋମବାର ଜଣେ ୫୨ବର୍ଷୀୟ ବ୍ରେନ ଡେଡ ବ୍ୟକ୍ତିଙ୍କଠାରୁ ଯକୃତ ବାହାର କରାଯାଇଛି। ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ଆଣ୍ଡ ସମ ହସ୍ପିଟାଲରେ ଏହି ସଫଳତା ମିଳିଛି। ଭୁବନେଶ୍ବର ଅନ୍ୟ ଏକ ହସ୍ପିଟାଲରେ ଚିକିତ୍ସାଧୀନ ରୋଗୀଙ୍କ ଶରୀରରେ ପ୍ରତିରୋପଣ ପାଇଁ ପ୍ରେରଣ କରାଯାଇଛି। ଗତ ଅଗଷ୍ଟ ୩୧ ତାରିଖରେ ଏକ ସଡ଼କ ଦୁର୍ଘଟଣାରେ ଗଭୀର ଆଘାତ ପାଇଥିବା ଜଣେ ସୁରକ୍ଷାକର୍ମୀଙ୍କୁ ଚିକିତ୍ସା ପାଇଁ ସମ ହସ୍ପିଟାଲକୁ ଅଣାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କୁ ରବିବାର ବ୍ରେନ ଡେଡ୍‌ ଘୋଷଣା କରାଯାଇଥିଲା। ଅଙ୍ଗଦାତା ଜଣକ ହେଉଛନ୍ତି ହୁଲଳସ ଦିହୁଡ଼ି। ସେ ଛତାବରରେ ଏକ ଅନୁଷ୍ଠାନରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲେ। କିଛି ଦିନ ତଳେ ସେ କର୍ମସ୍ଥଳୀରୁ ବାହାରି କୌଣସି କାମରେ ଯାଉଥିବାବଳେ ତାଙ୍କଉ ଏକ ବାଇକ ଚାଳକ ଧକ୍କା ଦେଇଥିଲା। ଏଥିରେ ତାଙ୍କ ମସ୍ତିଷ୍କରେ ଗଭୀର ଆଘାତ ଲାଗିଥିଲା। ତାଙ୍କୁ ତୁରନ୍ତ ଉକ୍ତ ହସ୍ପିଟାଲରେ ଭର୍ତ୍ତି କରାଯିବାପରେ ସେ ଭେଣ୍ଟିଲେଟରରେ ଥିଲେ।


ସେ ଟ୍ରମାଟିକ ବ୍ରେନ ଆଘାତର ଶିକାର ହୋଇଥିଲେ। ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସି ନ ଥିଲା। ଅନେକ ଚିକିତ୍ସା ସତ୍ତ୍ବେ ତାଙ୍କୁ ବ୍ରେନ ଡେଡ୍‌ ବୋଲି ଘୋଷଣା କରିଥିଲେ। ଏନେଇ ପରିବାର ସଦସ୍ୟଙ୍କୁ ଜଣାଇ ଦିଆଯାଇଥିଲା ବୋଲି ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ପ୍ରଫେସର ଡାକ୍ତର ପୁଷ୍ମରାଜ ସାମନ୍ତସିଂହାର ସୂଚନା ଦେଇଛନ୍ତି। ଏହାପରେ ପରିବାର ସଦସ୍ୟମାନେ ଅନ୍ୟର ଜୀବନ ବଞ୍ଚାଇବା ପାଇଁ ତାଙ୍କର ଅଙ୍ଗଦାନ କରିବାପାଇଁ ନିଷ୍ପତ୍ତି ନେଇଥିଲେ। ହସ୍ପିଟାଲ କର୍ତ୍ତୃପକ୍ଷ ଷ୍ଟେଟ ଅର୍ଗାନ ଆଣ୍ଡ ଟିସ୍ୟୁ ଟ୍ରାନ୍ସପ୍ଲାଣ୍ଟ ଅର୍ଗାନାଇଜେସନ ଏବଂ ନ୍ୟାସନାଲ ଅର୍ଗାନ ଆଣ୍ଡ ଟିସ୍ୟୁ ଟ୍ରାନ୍ସପ୍ଲାଣ୍ଟ ଅର୍ଗାନାଇଜେସନ ସହ ଯୋଗାଯୋଗ କରି ଅଙ୍ଗ ବାହାର କରି ପ୍ରତିରୋପଣ ପ୍ରକ୍ରିୟାର ପ୍ରସ୍ତୁତି କରିଥିଲେ। ଏହାକୁ ମିଶାଇ ଉକ୍ତ ଘରୋଇ ହସ୍ପିଟାଲରେ ଚତୁର୍ଥ ଥର ପାଇଁ ବ୍ରେନ ଡେଡ୍‌ ବ୍ୟକ୍ତିଙ୍କ ଶରୀରରୁ ଅଙ୍ଗ ବାହାର କରାଯାଇ ଅନ୍ୟ ରୋଗୀଙ୍କ ଶରୀରରେ ପ୍ରତିରୋପଣ ପ୍ରକ୍ରିୟା ସମ୍ପନ୍ନ କରାଯାଇଥିବା ପ୍ରଫେସର ସାମନ୍ତସିଂହାର କହିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Miracle: Brain-Dead Patient’s Liver Donation Gives New Life | Argus News | Argus News