Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଗ୍ୟାସ କଟରରେ ଏଟିଏମ କାଟି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଗ୍ୟାସ କଟରରେ ଏଟିଏମ କାଟି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

Key Points

ଏଟିଏମ କାଟି ଟଙ୍କା ଲୁଟିନେଲେ ଦୁର୍ବୁତ୍ତ

ଏସବିଆଇ ଏଟିଏମରୁ ଲୁଟ ହୋଇଥିବା ସୂଚନା

ପୋଲିସର ତଦନ୍ତ ଜାରି

ସୋରରେ ଗ୍ୟାସ କଟରରେ ଏଟିଏମ କାଟି ଟଙ୍କା ଲୁଟିନେଲେ ଦୁର୍ବୁତ୍ତ। ବାଲେଶ୍ୱର ଜିଲ୍ଲା ସୋର ଥାନା ବାଗୁଡ଼ି ଯୋଡ଼ାମ୍ବ ଛକରେ ଥିବା ଏସବିଆଇ ଏଟିଏମରୁ ଲୁଟ ହୋଇଥିବା ଜଣାପଡିଛି l ଗତକାଲି ବିଳମ୍ବିତ ରାତିରେ ଏହି ଲୁଟ ହୋଇଛି l ଲୋଟେରା ମାନେ ସିସିଟିଭି କ୍ୟାମେରାରେ କଳା ରଙ୍ଗ ସ୍ପ୍ରେ କରି ଏଟିଏମ ସଟର ଚାବିକୁ ଗ୍ୟାସ କଟର ମାଧ୍ୟମରେ କାଟି ଭିତରକୁ ପଶିଥିଲେ l ପରେ ଲୁଟେରା ମାନେ ଏଟିଏମ କାଟି ଟଙ୍କା ଲୁଟି ନେଇଥିଲେ l


ତେବେ ଏହି କଥା ଘର ମାଲିକଙ୍କୁ ତାଙ୍କ ଅଫିସରୁ ଫୋନ ଆସିଥିଲା l ସେ କିଛି ଲୋକଙ୍କୁ ଧରି ଘର ବାହାରକୁ ଆସିବା ବେଳକୁ ଲୁଟେରାମାନେ ପୁଣି ସଟର ଟାଣି ଫେରାର ହୋଇଯାଇଥିଲେ l ତେବେ ଗତ ଶନିବାର ଦିନ ଏଟିଏମରେ ଟଙ୍କା ଭର୍ତ୍ତି ହୋଇଥିବା ବେଳେ ଏଟିଏମରେ କେତେ ଟଙ୍କା ଥିଲା ଜଣାପଡ଼ିନାହିଁ l ସୋର ପୋଲିସ ପହଞ୍ଚି ଘଟଣାର ତଦନ୍ତ କରିଛି l ବାରମ୍ୱାର ଲୁଟିରେ ମାନେ ଏଟିଏମ କାଟି ଲୁଟି ନେଉଥିବା ଦେଖିବାକୁ ମିଳୁଛି। ଏନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଜରୁରୀ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
miscreants-cut-open-atm-with-gas-cutter-and-looted-money-news | Argus News