Videos
|
Odisha

Bomb Attack / ବିଳମ୍ବିତ ରାତିରେ କର୍ପୋରେଟରଙ୍କ ଘର ଉପରକୁ ବୋମାମାଡ କଲେ ଦୁର୍ବୃତ୍ତ

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ବିଳମ୍ବିତ ରାତିରେ କର୍ପୋରେଟରଙ୍କ ଘର ଉପରକୁ ବୋମାମାଡ କଲେ ଦୁର୍ବୃତ୍ତ

Key Points

ଗତକାଲି ରାତିରେ ବଡ଼ ବଜାର ଥାନା ଅନ୍ତର୍ଗତ ଲକ୍ଷ୍ମୀ ନୃସିଂହ ସାହି ସ୍ଥିତ ୯ନଂ ୱାର୍ଡ କର୍ପୋରେଟର ସନ୍ତୋଷ କୁମାର ସେଠୀଙ୍କ ଘର ଉପରକୁ ବୋମାମାଡ଼ ହୋଇଛି । ୩ଜଣ ଦୁର୍ବୃତ୍ତ ଗୋଟିଏ ବୁଲେଟ ଗାଡ଼ିରେ ଆସି ଏହି ବୋମାମାଡ଼ କରିଥିବା ଜଣାପଡ଼ିଛି ।

କର୍ପୋରେଟରଙ୍କ ଘର ଉପରକୁ ବୋମାମାଡ଼ କଲେ ଦୁର୍ବୃତ୍ତ । ଗତକାଲି ରାତିରେ ବଡ଼ ବଜାର ଥାନା ଅନ୍ତର୍ଗତ ଲକ୍ଷ୍ମୀ ନୃସିଂହ ସାହି ସ୍ଥିତ ୯ନଂ ୱାର୍ଡ କର୍ପୋରେଟର ସନ୍ତୋଷ କୁମାର ସେଠୀଙ୍କ ଘର ଉପରକୁ ବୋମାମାଡ଼ ହୋଇଛି । ୩ଜଣ ଦୁର୍ବୃତ୍ତ ଗୋଟିଏ ବୁଲେଟ ଗାଡ଼ିରେ ଆସି ଏହି ବୋମାମାଡ଼ କରିଥିବା ଜଣାପଡ଼ିଛି ।


ପୂର୍ବ ଶତ୍ରୁତା ଓ ବ୍ୟବସାୟିକ ଶତ୍ରୁତାରୁ ଏଭଳି ଘଟଣା ଘଟିଥିବା ଶୁଣିବାକୁ ମିଳୁଛି । ଏହି ଘଟଣାରେ ବହୁ ପୁରୁଣା ଅପରାଧୀଙ୍କ ହାତ ରହିଛି । ବଡ଼ ବଜାର ଥାନା ଅଧିକାରୀ ବାବା ଶଙ୍କର ସରଫ ଓ ଅନ୍ୟ ପୁଲିସ ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚି ସିସିଟିଭି ଫୁଟେଜ୍ ଯାଞ୍ଚ କରି ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories