Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ମକା ଫସଲରେ ନିଆଁ ଲଗେଇଦେଲେ ଦୁର୍ବୃତ୍ତ

Odisha

ମକା ଫସଲରେ ନିଆଁ ଲଗେଇଦେଲେ ଦୁର୍ବୃତ୍ତ

Banajyotshna Ray
Browse all articles by Banajyotshna Ray
·1 year ago
ମକା ଫସଲରେ ନିଆଁ ଲଗେଇଦେଲେ ଦୁର୍ବୃତ୍ତ

ମକା ଫସଲରେ ନିଆଁ ଲଗେଇଦେଲେ ଦୁର୍ବୃତ୍ତ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ବଙ୍ଗୀୟ ଗ୍ରାମ ସରଗୁଲିରେ । ସରଗୁଲି ଗ୍ରାମର ଜୋତିର୍ମୟ ସାନା ନିଜ ୫ ଏକରରୁ ଉର୍ଦ୍ଧ ଜମିରେ ପାଞ୍ଚମାସ ପୂର୍ବେ ମକା ଲଗେଇଥିଲେ। କିନ୍ତୁ ତାଙ୍କ ମକା କିଆରୀରେ କେହି ଦୁର୍ବୁତ୍ତ ଶତ୍ରୁତା କରି ସମ୍ପୂର୍ଣ ଚାଷ ହେଇଥିବା ମକା ଫସଲକୁ ନିଆଁ ଲଗେଇ ଦେଇଛି ।


ପୋଡି ଯାଇଥିବା ମକା ଫସଲର ମୂଲ୍ୟ ୬ ଲକ୍ଷରୁ ଅଧିକ ଥିବାବେଳେ ଜମିରେ ଲାଗିଥିବା ୩ ଲକ୍ଷ ଟଙ୍କାର ଡ୍ରିପ ପାଇପ ମଧ୍ୟ ପୋଡି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ତେବେ କିଏ ଏବଂ କାହିଁକି ଏପରି କରିଛନ୍ତି ଦୁର୍ବୃତ୍ତମାନେ । ଏନେଇ ତଦନ୍ତକୁ ଜୋରଦାର କରାଯିବା ଆବଶ୍ୟକ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
miscreants-set-fire-to-maize-crop | Argus News