Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଡକାୟତି, ୫୦ ଲକ୍ଷର ଗହଣା ନେଇଗଲେ ଚୋର

Sushanta Sahoo
Browse all articles by Sushanta Sahoo
·1 year ago·1 min read
ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଡକାୟତି, ୫୦ ଲକ୍ଷର ଗହଣା ନେଇଗଲେ ଚୋର

ଭୁବନେଶ୍ଵର: ରାଜଧାନୀର ଭିଆଇପି ଏରିଆରୁ ଚୋରି । ନେଇଗଲେ ୫୦ ଲକ୍ଷରୁ ଅଧିକ ମୂଲ୍ୟର ସୁନା ଗହଣା । ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟ୍ ହୋଇଛି । ନିରଞ୍ଜନଙ୍କ ନୟାପଲ୍ଲୀ ଭିଆଇପି ଏରିଆରେ ଥିବା ଘରୁ ଲୁଟ୍ ନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ ହୋଇଛି ।


ନିରଞ୍ଜନଙ୍କ ଘରୁ ସୁନା, ଗହଣା ଓ ନଗଦ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ପରେ ଘରେ ପହଞ୍ଚି ଖୋଳତାଡ଼ କରୁଛି ନୟାପଲ୍ଲୀ ଥାନା ପୋଲିସ । ଘରେ ଲାଗିଥିବା ସିସିଟିଭିରେ ମୁଖାପିନ୍ଧା ଚୋର ଦେଖା ଯାଉଥିବା ବେଳେ ପୋଲିସ ଛାନଭିନ୍ କରୁଛି । ଲୁଟେରା ଜଣଙ୍କ ମୁହଁରେ କପଡ଼ା ବାନ୍ଧି ଘରେ ପଶୁଥିବା ସିସିଟିଭିରେ ରେକର୍ଡ ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ରାତି ପ୍ରାୟ ସାଢ଼େ ୨ଟା ସମୟରେ ନିରଞ୍ଜନ ପଟ୍ଟନାୟକଙ୍କ ଘରେ ପଶିଥିଲା ଲୁଟେରା । ପ୍ରାୟ ଘଣ୍ଟାଏ ଧରି ଲୁଟେରା ଜଣଙ୍କ ଘରେ ଲୁଟପାଟ କରୁଥିଲେ । ଲୁଟ୍ ସମୟରେ ଘରେ ଥିଲେ ନିରଞ୍ଜନ ଓ ତାଙ୍କ ପତ୍ନୀ ଏବଂ ନାତି । ଶବ୍ଦ ଶୁଣି ସେମାନେ ଆସିବା ବେଳକୁ ଚୋର ଭିତରୁ ପଟୁ କବାଟ ଲକ କରି ଝରକା ଦେଇ ଡେଇଁ ପଳାଇଥିଲା ।

Sponsored
Miscreants Stolen jewellery worth 50 Lakhs From Niranjan Patnaik House | Argus News