Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାଜଧାନୀରେ ପିଲା ଚୋରି: ଦିବ୍ୟାଙ୍ଗ ମା'କୋଳରୁ ୨ ବର୍ଷର ଶିଶୁ ପୁତ୍ରକୁ ଅପହରଣ

Sushanta Sahoo
Browse all articles by Sushanta Sahoo
·1 year ago·2 min read
ରାଜଧାନୀରେ ପିଲା ଚୋରି: ଦିବ୍ୟାଙ୍ଗ ମା'କୋଳରୁ ୨ ବର୍ଷର ଶିଶୁ ପୁତ୍ରକୁ ଅପହରଣ

ଭୁବନେଶ୍ଵର: ରାଜଧାନୀରେ ରାମ ମନ୍ଦିର ସାମନାରୁ ଦିବ୍ୟାଙ୍ଗ ମା'କୋଳରୁ ୨ ବର୍ଷର ଶିଶୁ ପୁତ୍ରକୁ ରାତି ଅଧରେ ନେଇଗଲା ଦୁର୍ବୃତ୍ତ । ମୋବାଇଲ ଖେଳାଇବା ବାହାନାରେ ପିଲାକୁ ନେଇ ଚମ୍ପଟ । ଟ୍ରେନ୍ ଯୋଗେ ବାହାର ରାଜ୍ୟରୁ ନେଇ ଯାଇଥିବା ସନ୍ଦେହ । ଆକ୍ସନ୍ ମୋଡରେ ପୋଲିସ । ଅନ୍ୟ ରାଜ୍ୟକୁ ଗଲା ପୋଲିସ ଟିମ୍ ।


ଶନିବାର, ରାତି ପ୍ରାୟ ୨ଟା । ଭୁବନେଶ୍ଵର ରାମ ମନ୍ଦିର ସମୁଖରୁ ଜଣେ ଦୁଇ ବର୍ଷର ଶିଶୁ ପୁତ୍ରକୁ କେହି ଦୁର୍ବୃତ୍ତ ଚୋରି କରି ନେଇଛି । ରାମ ମନ୍ଦିର ସମ୍ମୁଖରେ ୨ ବର୍ଷର ପୁଅ ଓ ୭ ବର୍ଷର ଝିଅ ସହ ଆଶ୍ରୟ ନେଇଥିଲେ ଦିବ୍ୟାଙ୍ଗ ଜୟନ୍ତୀ ମଲ୍ଲିକ । ମିଳିଥିବା ସୂଚନା ଅନୁସାରେ ଦୁବୃର୍ତ୍ତ ଜଣଙ୍କ ପ୍ରଥମେ ଛୁଆ ସହିତ ମୋବାଇଲ ଦେଖାଇ ଖେଳିଥିଲେ । କିଛି ସମୟ ଖେଳିବା ପରେ ଛୁଆଟିକୁ ନେଇ ଚମ୍ପଟ ମାରିଥିଲା ଦୁର୍ବୃତ୍ତ ।


ଶୈଳଶ୍ରୀ ବିହାରରେ ଏକ ସେଲଟର ହୋମରେ ରହୁଥିବା ଜୟନ୍ତୀ ଗତକାଲି ରାତିରେ ବର୍ଷା ଯୋଗୁଁ ନିଜର ଦୁଇ ଛୁଆକୁ ଧରି ରାମ ମନ୍ଦିର ସାମ୍ନାରେ ରହି ଯାଇଥିଲେ । ଆଉ ଶୂନଶାନ୍ ରାତିର ଫାଇଦା ଉଠାଇ କଅଁଳ ଶିଶୁକୁ ନେଇ ଯାଇଥିଲା ଦୁର୍ବୃତ୍ତ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଚୋରି ହୋଇଥିବା ଦୁଇ ବର୍ଷର ଶିଶୁ ପୁତ୍ରକୁ ଖୋଜି ଆଣି ଦେବା ପାଇଁ ଖାରବେଳନଗର ଥାନା ପୋଲିସ ପାଖରେ ଗୁହାରି କରିଛନ୍ତି ଜୟନ୍ତୀ । ପୋଲିସ ସନ୍ଦେହ କରୁଛି ଦୁବୃର୍ତ୍ତ ଜଣଙ୍କ ଶିଶୁକୁ ଅପହରଣ କରିବା ପରେ ଟ୍ରେନ୍ ଯୋଗେ ବାହାର ରାଜ୍ୟକୁ ଚାଲିଯାଇ ଥାଇପାରେ ।


ଚୋରକୁ ଧରିବା ପାଇଁ ତନାଘନା ତଦନ୍ତ ଆରମ୍ଭ କରିଦେଇଛି ପୋଲିସ । ଭାରତୀୟ ନ୍ୟାୟ ସଂହିତା ୧୩୭ (୨)ରେ ଏକ ମାମଲା ରୁଜୁ କରି ପୋଲିସ ଏବେ ତଦନ୍ତ ଜାରି ରଖିଛି ପୋଲିସ । ବିଭିନ୍ନ ଟ୍ରାଫିକ ଛକ ସହ ରାମ ମନ୍ଦିର ସ୍ଥିତ ସିଟିଟିଭି ଫୁଟେଜ୍‌କୁ ଯାଞ୍ଚ କରାଯାଉଛି ।


ବିଧାନସଭାର ପ୍ରଶ୍ନୋତ୍ତରରେ ଶିଶୁ ଚୋରି ରାକେଟ୍‌ର ସାଙ୍ଘାତିକ ଚିତ୍ର ଆସିଥିଲା । ୨୦୨୦-୨୪ ମଧ୍ୟରେ ୪ ବର୍ଷରେ ୮ ହଜାର ୪୦୩ ଜଣ ଶିଶୁ ନିଖୋଜ ହୋଇଛନ୍ତି । ୪ ବର୍ଷରେ ମାତ୍ର ୧୮ ଶହ ୫୭ ଶିଶୁଙ୍କୁ ଉଦ୍ଧାର କରାଯାଇଛି । ୬ ହଜାର ୫୦୦ରୁ ଅଧିକ ଶିଶୁଙ୍କର ମିଳୁନି ପତ୍ତା । ପିହୁ, ଶୁଭମ ଭଳି ୬ ହଜାର ୫୦୦ ଶିଶୁ ଏବେ ବି ନିଖୋଜ । ତେବେ ଏଠି ପ୍ରଶ୍ନ ଉଠୁଛି, ଭୁବନେଶ୍ଵରରେ ସକ୍ରିୟ କି ଶିଶୁ ଚୋରି ରାକେଟ୍ ? ରାକେଟ୍ ପଛରେ କିଏ ?

Sponsored
Miscreants Stolen Two Years Old Boy In Bhubaneswar | Argus News