ଦୀର୍ଘ ୭ ବର୍ଷ ପରେ ଘରକୁ ଫେରିଲା ନିଖୋଜ ଥିବା ପୁଅ

ମାମୁଁ ଘରକୁ ଯାଇ ନିଖୋଜ ଥିଲା ପୁଅ। ୭ ବର୍ଷ ପରେ ମାଆ କୋଳକୁ ଫେରିଆସିଲା ହଜି ଯାଇଥିବା ପୁଅ। ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବାଉଁଶପାଳ ପଞ୍ଚାୟତ ଅନ୍ତର୍ଗତ ଗୋପିଗାଡିଆ ସାହିରେ। ଗାଁର ଅସହାୟ ଟେରି ନାୟକଙ୍କ ପୁଅ ସନ୍ତୋଷ ନାୟକ ମାଆ କୋଳକୁ ଫେରି ଆସିଛନ୍ତି। ବାପା ବୁଦ୍ଧିମନ୍ତ ନାୟକଙ୍କର ୩ ବର୍ଷ ତଳେ ମୃତ୍ୟୁ ହୋଇସାରିଥିବା ବେଳେ ଦୁଇ ଭାଇ ଶ୍ରୀକାନ୍ତ ଓ ପ୍ରଶାନ୍ତ ଏବଂ ଏକମାତ୍ର ଭଉଣୀ ଅଲି ନାୟକଙ୍କର ମଧ୍ୟ ମୃତ୍ୟୁ ହୋଇସାରିଛି। ତେବେ ସାନ ପୁଅ ସନ୍ତୋଷଙ୍କ ମୁହଁକୁ ଚାହିଁ ଜୀବନ ବିତାଉଥିଲେ ଟେରି ନାୟକ। ତେବେ ସେ ୭ ବର୍ଷ ତଳେ କେଉଁ ଆଡେ ଚାଲି ଯିବାରୁ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ। ସେ ଭାବି ନେଇଥିଲେ ଯେ ତାଙ୍କ ସାନ ପୁଅ ମଧ୍ୟ ଏ ଦୁନିଆଁରେ ନାହିଁ। ହେଲେ ବିଧିର ବିଧାନ ଥିଲା କିଛି ଅଲଗା। ପୁଣି ଥରେ ମାଆ କୋଳକୁ ଫେରି ଆସିଛି ପୁଅ। ସ୍ଥାନୀୟ ସରପଞ୍ଚ ଏବଂ ପୋଲିସ ପ୍ରଶାସନର ଉଦ୍ୟମରେ ସନ୍ତୋଷଙ୍କର ଘର ବାହୁଡା଼ ହୋଇଛି।
ମଧ୍ୟପ୍ରଦେଶରେ ସେ ଏଣେ ତେଣେ ଘୁରି ବୁଲୁଥିଲେ, ଯାହା ଫଳରେ ଘଞ୍ଚ ଜଙ୍ଗଲ ଭିତରକୁ ପଶି ଯାଇଥିଲେ, ସେହି ଜଙ୍ଗଲରେ ଆରପିଏଫଯବାନ ପକ୍ଷରୁ କୁମ୍ବି ଅପେରସନ ଜାରି ରହିଥିଲା ଯାହାଫଳରେ ସନ୍ତୋଷ କୁ କାବୁ କରିଥିଲେ ଆରପିଫ ଯବାନଙ୍କ ମଧ୍ୟରୁ ଜଣେ ଓଡ଼ିଆ ଯବାନ ଥିବାରୁତାକୁ ତୁରନ୍ତ ନିଜ ଅଧିକାରୀଙ୍କ ପାଖରେ ହାଜର କରାଇ ଓଡିଶା ପୋଲିସ କାମାକ୍ଷା ନଗର ଥାନା ଅଧିକାରୀଙ୍କ ସହ ଯୋଗାଯୋଗ କରିବା ଫଳରେ କାମାକ୍ଷା ନଗର ଥାନା ପୋଲିସିଓ ପ୍ରଶାସନ ପକ୍ଷରୁଆର୍ଥିକ ସାହାଯ୍ୟ ସହାୟତାରେ ମାଧ୍ୟ୍ୟପ୍ରଦେଶ ପହଂଚି ସନ୍ତୋଷକୁ ଘରକୁଆଣିଥିଲେ। ମଧ୍ୟପ୍ରଦେଶ ପୋଲିସ ପ୍ରଶାସନଓ କାମାକ୍ଷା ନଗର ପୋଲସି ର ସହଯୋଗରେ ସେ ଜନ୍ମ ମାଟିକୁ ଫେରି ଆସିଛି। ଯାହାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ପରିବାର ଲୋକେ।