|
logo
Live
Argus News App
GET APP

Argus News - ଉଦ୍ଧାର ହେଲେ ନିଖୋଜ ନାବାଳିକା,ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ ଦୁଇ ନାବାଳିକା

Odisha

Minor girl rescued / ଉଦ୍ଧାର ହେଲେ ନିଖୋଜ ନାବାଳିକା,ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ ଦୁଇ ନାବାଳିକା

Bikash Mohanty
Browse all articles by Bikash Mohanty
·3 weeks ago·2 min read
ଉଦ୍ଧାର ହେଲେ ନିଖୋଜ ନାବାଳିକା,ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ ଦୁଇ ନାବାଳିକା
Minor girl

Key Points

ଉଦ୍ଧାର ହେଲେ ନିଖୋଜ ନାବାଳିକା
ଭୁବନେଶ୍ବର ସାଲିଆସାହିରୁ ନିଖୋଜ ଥିଲେ ଦୁଇ ନାବାଳିକା 
ରେଢ଼ାଖୋଲରେ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ ଦୁଇ ନାବାଳିକା
ମୈତ୍ରୀ ବିହାର ଥାନା ପୋଲିସ ସେମାନଙ୍କୁ ଉଦ୍ଧାର କରିଛି
ଉଦ୍ଧାର ହେଲେ ନିଖୋଜ ନାବାଳିକା । ଭୁବନେଶ୍ବର ସାଲିଆସାହି ଅଞ୍ଚଳରୁ ଦୁଇ ନାବାଳିକା ନିଖୋଜ ଘଟଣାର ପର୍ଦ୍ଦାଫାଶ ହୋଇଛି । ରେଢ଼ାଖୋଲରେ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ ଦୁଇ ନାବାଳିକା । ସେଠାରୁ ମୈତ୍ରୀ ବିହାର ଥାନା ପୋଲିସ ସେମାନଙ୍କୁ ଉଦ୍ଧାର କରିଛି । ଆଜି ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ । ନିଖୋଜ ଥିବା ଦୁଇ ନାବାଳିକା ହେଲେ ସୁମିତ୍ରା ଦେହୁରୀ ଏବଂ ଶୁଭଶ୍ରୀ ନାୟକ ।

ରାଜଧାନୀ ଏବେ ଅସୁରକ୍ଷିତ ଶିଶୁ । ଜଣେ କି ଦୁଇ ଜଣ ନୁହେଁ, ଏକାସାଙ୍ଗରେ ଦୁଇ ଦୁଇଟି ନାବାଳିକା ଝିଅ ନିଖୋଜ ହେବା ଘଟଣା ଏବେ ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ସାଲିଆସାହି ଅଞ୍ଚଳର ସପ୍ତମ ଶ୍ରେଣୀରେ ପଢ଼ୁଥିବା ଦୁଇ ସାଙ୍ଗ ସ୍କୁଲ ଯିବାକୁ ବାହାରିଥିବା ବେଳେ ଆଉ ଘରକୁ ଫେରିନଥିଲେ। ଏହି ଘଟଣାକୁ ନେଇ ପୋଲିସ ଏବେ ଜୋରଦାର ଛାନଭିନ୍ ଆରମ୍ଭ କରିବା ସହ ପିଲାଙ୍କ ସମ୍ପର୍କରେ ତଥ୍ୟ ଦେଲେ ୨୫ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା।
ମୈତ୍ରୀ ବିହାର ଥାନା ସମ୍ମୁଖରେ ବାହୁନି ବାହୁନି କାନ୍ଦୁଥିଲେ ନିଖୋଜ ଶୁଭଶ୍ରୀଙ୍କ ମା’ ସୁଜାତା ନାୟକ। ଏହି ମହିଳା ଜଣକ ବିଏମସିରେ କାମ କରନ୍ତି । ୩ ଦିନ ତଳେ ତାଙ୍କ ଝିଅ ଶୁଭଶ୍ରୀ ସ୍କୁଲ ଯାଉଛି କହି ବାହାରିଥିବା ବେଳେ ବାଟରେ ନିଜ ସାଙ୍ଗ ସୁମିତ୍ରା ଦେହୁରୀ ସହ କୁଆଡ଼େ ନିଖୋଜ ହୋଇଯାଇଛି । ପରିବାର ଲୋକେ ସବୁଆଡ଼େ ଖୋଜାଖୋଜି କରି ନିରାଶ ହେବା ପରେ ଏବେ ଥାନା ଦୁଆରେ ପଡ଼ି ରହିଥିଲେ।

ରାଜ୍ୟରେ ଶିଶୁ ନିଖୋଜ ମାମଲା ଏବେ ଏକ ସଙ୍ଗୀନ ରୂପ ନେଇଛି । ବିଧାନସଭାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ରଖିଥିବା ତଥ୍ୟ ଅନୁସାରେ, ରାଜ୍ୟରେ ୧୧,୩୩୭ ଜଣ ନିଖୋଜ ଶିଶୁ ମାମଲା ପଞ୍ଜିକୃତ ହୋଇଥିବା ବେଳେ ଏବେ ବି ଅନେକ ଶିଶୁଙ୍କ ପତ୍ତା ମିଳୁନାହିଁ । ପୋଲିସ ଓ CWCକୁ ଏ ଦିଗରେ ପ୍ରାଥମିକତା ଦେବାକୁ ନିର୍ଦ୍ଦେଶ ଥିଲେ ମଧ୍ୟ ସଠିକ୍ ସମୟରେ କାର୍ଯ୍ୟାନୁଷ୍ଠାନ ହେଉନଥିବା ଅଭିଯୋଗ ହେଉଛି । ସେପଟେ ଚାଇଲ୍ଡ୍‌ ଲାଇନ୍ ପକ୍ଷରୁ ମଧ୍ୟ ଏହି ଦୁଇ ନାବାଳିକାଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରହିଛି ।
ପିଲା ନିଖୋଜ ହେବା ପରେ ପ୍ରଥମ କିଛି ଘଣ୍ଟା 'ଗୋଲଡେନ୍ ଆୱାର' ହୋଇଥାଏ, ଯଦି ସେହି ସମୟରେ ପୋଲିସ ତତ୍ପରତା ଦେଖାଏ ତେବେ ପିଲା ମିଳିବା ସହଜ ହୁଏ । ଏହି ଦୁଇ ନାବାଳିକାଙ୍କ ସହ ଧଉଳି ଅଞ୍ଚଳରୁ ପ୍ରଦ୍ୟୁମ୍ନ ପ୍ରଧାନ ନାମକ ଜଣେ ୧୨ ବର୍ଷୀୟ ନାବାଳକ ମଧ୍ୟ ନିଖୋଜ ହୋଇଥିଲେ, ଯାହାଙ୍କୁ ପୂର୍ବରୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Minor girl rescued: ଉଦ୍ଧାର ହେଲେ ନିଖୋଜ ନାବାଳିକା,ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ ଦୁଇ ନାବାଳିକା | Argus News