ମିଳିଲେ ନିଖୋଜ ୟୁଟ୍ୟୁବର ନରେନ୍ଦ୍ର

Key Points
ମିଳିଲେ ନିଖୋଜ ୟୁଟ୍ୟୁବର
ନିଜେ ସୁରକ୍ଷିତ ଥିବା କହିଲେ ୟୁଟ୍ୟୁବର ନରେନ୍ଦ୍ର
ବାରିଆପଥର ଝରଣା ପାଖକୁ ବ୍ଲଗ୍ କରିବାକୁ ଯାଇଥିବାବେଳେ ନିଖୋଜ ହୋଇଯାଇଥିଲେ
ମିଳିଲେ ନିଖୋଜ ୟୁଟ୍ୟୁବର । ୟୁଟ୍ୟୁବର ଖୋଦ ନିଜର ଏକ ଫଟୋ ଜାରି କରି ନିଜେ ସୁରକ୍ଷିତ ଥିବା ସୂଚନା ଦେଇଛନ୍ତି । ଚାରିଦିନ ତଳେ ଜରଡ଼ ଥାନା ବାରିଆପଥର ଝରଣା ପାଖକୁ ବ୍ଲଗ୍ କରିବା ପାଇଁ ଯାଇଥିବାବେଳେ କେଉଁଆଡେ ନିଖୋଜ ହୋଇଯାଇଥିବା ନେଇ ସାଙ୍ଗମାନେ ନିକଟସ୍ଥ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୋଲିସ, ଅଗ୍ନିଶମ ବାହିନୀ ଓ ପରିବାର ଲୋକେ ଖୋଜାଖୋଜି କରି କୌଣସି ଖବର ପାଇନଥିଲେ ।
ନରେନ୍ଦ୍ର ଜଣେ ସାଙ୍ଗଙ୍କୁ ଫୋନ୍ କରି ସେ ସୁରକ୍ଷିତ ଥିବା କହିବା ସହ ତାଙ୍କର ଏକ ଫଟୋ ଜାରି କରିଛନ୍ତି । ଜଙ୍ଗଲ ଭିତରେ ହଜିଯିବା ପରେ ପାତ୍ରପୁର ବ୍ଲକ ବୁରତାଲ ଗ୍ରାମପଞ୍ଚାୟତ ଅଧୀନ ମାରମରା ଗାଁରେ ସୁରକ୍ଷିତ ଥିବା ସେ କହିଛନ୍ତି ।
📱 Get Argus News App
✨ଚାରିଦିନ ତଳେ ଜରଡ଼ ଥାନା ବାରିଆପଥର ଝରଣା ପାଖକୁ ବ୍ଲଗ୍ କରିବା ପାଇଁ ଯାଇଥିବା ବେଳେ କେଉଆଡେ ନିଖୋଜ ହୋଇଯାଇଥିବା ନେଇ ସାଙ୍ଗମାନେ ନିକଟସ୍ଥ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୋଲିସ,ଅଗ୍ନିଶମ ବାହିନୀ ଓ ପରିବାର ଲୋକେ ଖୋଜାଖୋଜି କରି କୌଣସି ଖବର ପାଇନଥିଲେ । ତେବେ ନରେନ୍ଦ୍ର ଜଣେ ସାଙ୍ଗଙ୍କୁ ଫୋନ୍ କରି ସେ ସୁରକ୍ଷିତ ଥିବା କହିବା ସହ ତାଙ୍କର ଏକ ଫଟୋ ଜାରି କରିଛନ୍ତି । ଜଙ୍ଗଲ ଭିତରେ ହଜିଯିବା ପରେ ପାତ୍ରପୁର ବ୍ଲକ ବୁରତାଲ ଗ୍ରାମପଞ୍ଚାୟତ ଅଧୀନ ମାରମରା ଗାଁରେ ସୁରକ୍ଷିତ ଥିବା ସେ କହିଛନ୍ତି । ତାଙ୍କ ସୁସ୍ଥ ଖବର ପାଇବା ପରେ ପରିବାର ଲୋକେ ଆସ୍ୱସ୍ତି ହୋଇଛନ୍ତି ।
ତେବେ କିଛି ଦିନ ପୂର୍ବରୁ କୋରାପୁଟ ଜିଲ୍ଲାରେ ଜଣେ ୟୁଟ୍ୟୁବର ଝରଣାରେ ଭାସି ଯାଇଥିବା ଘଟଣା ପରେ ଏବେ ନରେନ୍ଦ୍ରଙ୍କ ଘଟଣା ସାମ୍ନାକୁ ଆସିଛି l ତେବେ ନରେନ୍ଦ୍ରଙ୍କ ନିଖୋଜ ଘଟଣା ନେଇ ପୋଲିସର ପ୍ରତିକ୍ରିୟା ମିଳିପାରୁନାହିଁ l