Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମହାନଦୀରେ ବୁଡି ଯୁବକ ମୃତ

Smruti Parija
Browse all articles by Smruti Parija
·2 years ago·1 min read
ମହାନଦୀରେ ବୁଡି ଯୁବକ ମୃତ

କଟକ: କଟକ ମହାନଦୀରେ ଅଘଟଣ । ଜେଜେଙ୍କର ଶୁଦ୍ଧିକ୍ରିୟାକୁ ଆସି ତୁଲାସୀପୁର ନିକଟ ମହାନଦୀରେ ବୁଡି ନିଖୋଜ ହେଲେ ନାତି । ଯୁବକ ଜଣକ ହେଉଛନ୍ତି ୨୧ ବର୍ଷୀୟ ଛାତ୍ର ରୂପକ ବାନାର୍ଜୀ । ତାଙ୍କ ଘର କଟକର ସିଡିଏ-6 ନମ୍ୱରରେ । ଖବର ପାଇ ଅଗ୍ନିଶମ ବିଭାଗର ଦୁଇଟି ଟିମ୍ ପହଁଞ୍ଚି ଖୋଜା ଖୋଜି କରିଥିଲେ । ସର୍ଚ୍ଚ ଅପରେସନରେ ସ୍କୁବା ଟିମ୍ ସହ କ୍ୟାମେରା ବ୍ୟବହାର କରାଯାଇଥିଲା । 

ଖୋଜା ଖୋଜିର 45 ମିନିଟ୍ ପରେ ନଦୀରୁ ଯୁବକଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ଏସସିବିକୁ ପଠାଇ ଥିଲେ । ସେଠାରେ  ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି ।  ରୂପକଙ୍କ ପରିବାର ଲୋକଙ୍କ କହିବା ମୁତାବକ,  ୧୦ ଦିନ ତଳେ ରୂପକଙ୍କ ଜେଜେଙ୍କ ଦେହାନ୍ତ ହୋଇଯାଇଥିଲା । 

ଆଜି ୧୦ ତୁଠ ଶୁଦ୍ଧି କାମ ପାଇଁ ସମସ୍ତେ ଆସିଥିଲେ  । ସମସ୍ତେ ଶୁଦ୍ଧି କାମରେ ଯୋଗ ଦେଇ ନଦୀରେ ଗାଧୋଉଥିବା ସମୟରେ ରୂପକ ଅଚାନକ ନଦୀ କୂଳରେ ଥିବା ଏକ ଉଚ୍ଚା ଜାଗାରୁ ନଦୀକୁ ଡେଇଁ ପଡିଥିଲା । ଆଉ ତା' ପର ଠାରୁ ସେ ନିଖୋଜ ହୋଇଯାଇଥିଲେ । ରୂପକ ଭୂବନେଶ୍ବରର ଏକ ଘରୋଇ କଲେଜର B.Tech ଛାତ୍ର  ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
missing-youth-found-dead-in-mahanadi | Argus News