Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Mission Shakti Dubai Trip Exposed: ଆଚରଣ ବିଧି ଲାଗୁ ବେଳେ ସରକାରୀ ଟଙ୍କାରେ କରିଥିଲେ ମଉଜ

Sushanta Sahoo
Browse all articles by Sushanta Sahoo
·10 months ago·2 min read
Mission Shakti Dubai Trip Exposed: ଆଚରଣ ବିଧି ଲାଗୁ ବେଳେ ସରକାରୀ ଟଙ୍କାରେ କରିଥିଲେ ମଉଜ

Key Points

ମିଶନ ଶକ୍ତି ବିଭାଗ ପଠାଇଥିଲା ୭୬୩ ମହିଳାଙ୍କୁ । ଏସ୍କର୍ଟରେ ୪୯ ଅଫିସର ବି ଯାଇଥିଲେ ଦୁବାଇ । କେବଳ ବିମାନ ଟିକେଟରେ ଖର୍ଚ୍ଚ ହୋଇଥିଲା ୩ କୋଟି ୬ ଲକ୍ଷ ଟଙ୍କା । ଫାଇଭ୍ ଷ୍ଟାର ହୋଟଲେରେ ରହିବା ,ଖାଇବା ଓ ମଉଜରେ ଉଡ଼ି ଯାଇଥିଲା ୭ କୋଟି ୯୨ ଲକ୍ଷ ଟଙ୍କା ।

ସୋନପୁର/କଟକ: ମିଶନ ଶକ୍ତି ନାଁରେ ପୂର୍ବ ବିଜେଡି ସରକାରର ମିଛ ମହିଳା ସଶକ୍ତୀକରଣର ପ୍ରୟାସର ଖୋଲିଲା ପୋଲ୍ । ଆଚରଣ ବିଧି ଲାଗୁ ବେଳେ ସରକାରୀ ଟଙ୍କାରେ କରିଥିଲେ ମଉଜ । ଫାଇଭ୍ ଷ୍ଟାର ହୋଟେଲରେ ରହଣି ଓ ମଉଜରେ ଉଡ଼ିଥିଲା ପ୍ରାୟ ୮ କୋଟି । ସୂଚନା ଅଧିକାର (RTI) ତଥ୍ୟରୁ ହୋଇଛି ବଡ଼ ପର୍ଦ୍ଦାଫାସ୍ ।
ସଶକ୍ତି କରଣ ନାଁରେ ବିଜେଡି ସରକାର ମିଶନ ଶକ୍ତି ମହିଳାଙ୍କୁ ଏକ୍ସପୋଜର ଭିଜିଟରେ ପଠାଇଥିଲେ ଦୁବାଇ । ୨୦୨୩ ନଭେମ୍ବରରୁ ୧୫ରୁ, ୨୦୨୪ ଏପ୍ରିଲ୍ ୧ ପର୍ଯ୍ୟନ୍ତ ୨୬ଟି ଗ୍ରୁପ୍ ଯାଇଥିଲେ ଦୁବାଇ । ଏଥିପାଇଁ ରାଜ୍ୟ କୋଷରୁ ସ୍ଵାହା ହୋଇଥିଲା ୧୩ କୋଟି ୪୮ ଲକ୍ଷ ୩୦ ହଜାର ୧୩ ଟଙ୍କା । RTI ତଥ୍ୟରୁ ସାମନାକୁ ଆସିଛି ସତ ।


କେବଳ ମିଶନ ଶକ୍ତି ବିଭାଗ ପଠାଇଥିଲା ୭୬୩ ମହିଳାଙ୍କୁ । ଏସ୍କର୍ଟରେ ୪୯ ଅଫିସର ବି ଯାଇଥିଲେ ଦୁବାଇ । କେବଳ ବିମାନ ଟିକେଟରେ ଖର୍ଚ୍ଚ ହୋଇଥିଲା ୩ କୋଟି ୬ ଲକ୍ଷ ଟଙ୍କା । ଫାଇଭ୍ ଷ୍ଟାର ହୋଟଲେରେ ରହିବା ,ଖାଇବା ଓ ମଉଜରେ ଉଡ଼ି ଯାଇଥିଲା ୭ କୋଟି ୯୨ ଲକ୍ଷ ଟଙ୍କା । ତେବେ ଦୁବାଇ ଯାଇଥିବା ମହିଳା କି ଏକ୍ସପୋଜର ନେଇ ଫେରିଲେ ଓ କେମତି ସଶକ୍ତ ହେଲେ ତାର ହିସାବ ମାଗିବା ସହ ଲୋକଙ୍କ ଟଙ୍କା ଖର୍ଚ୍ଚ ହୋଇଥିବାରୁ ଏହାର ତଦନ୍ତ ଦାବି କରିଛନ୍ତି ସୁଚନା ଅଧିକାର କର୍ମୀ ।


୨୦୨୪ ଏପ୍ରିଲ ୪ରେ ମିଶନ ଶକ୍ତି ମହିଳା ଦୁବାଇରୁ ଫେରିଥିଲେ । ଅର୍ଥାତ ସେତେବେଳେ ଆଦର୍ଶ ଆଚରଣ ବିଧି ବଳବତ୍ତର ଥିଲା । ସେତେବେଳେ ଏ ନେଇ ନିର୍ବାଚନ କମିଶନଙ୍କ ପାଖେ ବିଜେପି ଫେରାଦ ବି ହୋଇଥିଲା । ଦୁବାଇ ଯାଇଥିବା ମହିଳା କି ଏକ୍ସପୋଜର ନେଇ ଫେରିଲେ ବିମାନ ବନ୍ଦରରେ ସେତେବେଳେ ସେମାନଙ୍କୁ ପ୍ରଶ୍ନ ପଚାରିଥିଲା ଅର୍ଗସ ନ୍ୟୁଜ୍ ଟିମ୍ । ହେଲେ କେହି ବି ମୁହଁ ଖୋଲି ନ ଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏବେ RTI ତଥ୍ୟ ସାମନାକୁ ଆସିବା ପରେ ରାଜକୋଷରୁ ପ୍ରାୟ ୧୪ କୋଟି ଖର୍ଚ୍ଚ ନେଇ ପ୍ରଶ୍ନ ଉଠାଇଛି ବିଜେପି । ମିଶନ ଶକ୍ତି ମହିଳାଙ୍କୁ ସଶକ୍ତ କରିବା ନାଁରେ ଲୋକଙ୍କ ଆଖିରେ ଆଙ୍ଗୁଟି ଗେଞ୍ଜି ବିଜେଡି ଭୋଟ୍ ରାଜନୀତି କରୁଥିଲା ବୋଲି ବିଜେପି କହିଛି । ତେବେ ଧିରେ ଧିରେ ବିଜେଡି ସରକାରର ଅପକର୍ମର ଫର୍ଦ୍ଦ ଏମିତି ସାମନାକୁ ଆସିବ ବୋଲି କହିଛନ୍ତି ବିଧାୟକ ସନ୍ତୋଷ ଖଟୁଆ । ଏନେଇ ବିଜେଡି ନେତାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।


ନିର୍ବାଚନ ପୂର୍ବରୁ ବିଜେଡି ସରକାର ଓ ସରକାରୀ କଳ SHG ମହିଳାଙ୍କୁ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରୁଥିବା ନେଇ ଆସିଥିଲା ଅଭିଯୋଗ । ଏମିତିକି ଆଚରଣ ବିଧି ଲାଗୁ ବେଳେ ମହିଳା ଭୋଟ୍ ହାତେଇବା ଆଶାରେ ସରକାରୀ ଟଙ୍କାରେ କିଛି ମହିଳାଙ୍କୁ ବିଦେଶ ବୁଲାଇବା କାମରେ ମାତିଥିଲା ସରକାରୀ କଳ ।

Sponsored
Mission Shakti Dubai Trip Exposed: ₹14 Crore Spent Amid Model Code of Conduct | Argus News | Argus News