Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - 'ମିଶନ ଶକ୍ତି ପୁନର୍ଗଠନ ସୁନିଶ୍ଚିତ ହେବ': ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

Odisha

'ମିଶନ ଶକ୍ତି ପୁନର୍ଗଠନ ସୁନିଶ୍ଚିତ ହେବ': ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

Rashmita Mishra
Browse all articles by Rashmita Mishra
·1 year ago·1 min read
 'ମିଶନ ଶକ୍ତି ପୁନର୍ଗଠନ ସୁନିଶ୍ଚିତ ହେବ': ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ମିଶନ ଶକ୍ତି ପୁନର୍ଗଠନ ପାଇଁ ଜାରି ବିଜ୍ଞପ୍ତି ଉପରେ ରହିତାଦେଶ ଜାରି କଲେ ହାଇକୋର୍ଟ। ମିଶନ ଶକ୍ତି ପୁନର୍ଗଠନ ପାଇଁ ରାଜ୍ୟ ସରକାର ଜାରି କରିଥିବା ବିଜ୍ଞପ୍ତି ଉପରେ ଏହି ରହିତାଦେଶ ଜାରି କରିଛନ୍ତି ହାଇକୋର୍ଟ। ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଏହି ରହିତାଦେଶ ବଳବତ୍ତର ରହିବ। ଏହାର ଜବାବ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ବିଚାରପତି ଜଷ୍ଟିସ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ମେ ୧୫ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣୀ ହେବ। ତେବେ କେନ୍ଦୁଝର ଜିଲ୍ଲାର ସର୍ବଶକ୍ତିମୟି ମିଶନ ଶକ୍ତି ଫେଡରେସନ ସହ ଏକାଧିକ ମିଶନ ଶକ୍ତି ଗ୍ରୁପଙ୍କ ପକ୍ଷରୁ ଦାଖଲ ଆବେଦନ ଉପରେ ଶୁଣାଣି କରି କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ସେପଟେ ମିଶନ ଶକ୍ତି ପୁନର୍ଗଠନ ନିଷ୍ପତିକୁ ହାଇକୋର୍ଟଙ୍କ ରହିତାଦେଶ ପରେ ପ୍ରତିକ୍ରିୟା ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ମିଶନ ଶକ୍ତି ପୁନର୍ଗଠନ ନିଶ୍ଚିତ ହେବ । କିଛି ସମୟ ବିଳମ୍ବ ହେଇପାରେ, କିନ୍ତୁ ଗାଁରେ ମହିଳା ମାନେ ମନ ବନାଇ ନିଅନ୍ତୁ। SHG ପୁନର୍ଗଠନ ସୁନିଶ୍ଚିତ ହେବ । ନେତୃତ୍ୱ ପରିବର୍ତ୍ତନ ହେଲେ ହିଁ ମହିଳାଙ୍କ ବିକାଶ ସୁନିଶ୍ଚିତ ହୋଇପାରିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
mission-shakti-restructuring-will-be-ensured-says-deputy-chief-minister-parvathi-parida | Argus News