Women Empowerment / ଓଡ଼ିଶାରେ ମହିଳା ଉଦ୍ୟୋଗକୁ ମିଳିଲା ନୂଆ ଦିଗ: ମିଶନ ଶକ୍ତି ସହ ସ୍ୱୟଂଶ୍ରୀର ବଡ଼ ପଦକ୍ଷେପ

Key Points
ଓଡ଼ିଶାରେ ମହିଳା ଉଦ୍ୟୋଗକୁ ମିଳିଲା ନୂଆ ଦିଗ ।
ମିଶନ ଶକ୍ତି ସହ ସ୍ୱୟଂଶ୍ରୀର ବଡ଼ ପଦକ୍ଷେପ ।
ଓଡ଼ିଶାରେ ମହିଳା ଉଦ୍ୟୋଗକୁ ମିଳିଲା ନୂଆ ଦିଗ... ମିଶନ ଶକ୍ତି ସହ ସ୍ୱୟଂଶ୍ରୀର ବଡ଼ ପଦକ୍ଷେପ । ମିଶନ ଶକ୍ତି ବିଭାଗ ସହିତ ରିଲାଏନ୍ସ ଫାଉଣ୍ଡେସନ ଓ ଗେଟ୍ସ ଫାଉଣ୍ଡେସନର ଏକ ମିଳିତ ପ୍ରୟାସ ସ୍ୱୟଂଶ୍ରୀ କାର୍ଯ୍ୟକ୍ରମ ଅଧୀନରେ ସ୍ୱୟଂଶ୍ରୀ କନକ୍ଲେଭର ଦ୍ୱିତୀୟ ସଂସ୍କରଣ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଛି। ନୀତି ନିର୍ମାତା, ବିକାଶ କ୍ଷେତ୍ରରେ କାର୍ଯ୍ୟକରୁଥିବା ବ୍ୟକ୍ତିବିଶେଷ, ଶିଳ୍ପ ନେତୃବୃନ୍ଦ, ବେସରକାରୀ ସଂଗଠନ ଏବଂ ମହିଳା ଗୋଷ୍ଠୀର ପ୍ରତିନିଧିମାନେ ଏଠାରେ ଏକତ୍ରିତ ହୋଇଥିଲେ। ଓଡ଼ିଶାରୁ ସେମାନେ ଲାଭ କରିଥିବା ପ୍ରମୁଖ ଶିକ୍ଷାକୁ ପରସ୍ପର ମଧ୍ୟରେ ବାଣ୍ଟିବା, ସରକାରୀ-ଘରୋଇ-ଗୋଷ୍ଠୀଗତ ସହଭାଗିତା ଗଢ଼ିବା ଏବଂ ସାରା ରାଜ୍ୟରେ ମହିଳା ନେତୃତ୍ୱାଧୀନ ଆଜୀବିକା ମଡେଲକୁ ଆଗକୁ ନେବା ପାଇଁ ନକ୍ସା ଉପରେ ଆଲୋଚନା କରାଯାଇଥିଲା ।
ସ୍ୱୟଂଶ୍ରୀ କାର୍ଯ୍ୟକ୍ରମ ସମ୍ବଳ-ବାଧିତ ଦୃଶ୍ୟପଟରେ ଏଭଳି ଏକ ଗତିଶୀଳ କ୍ଷେତ୍ରକୁ ଚୟନ କରିଥିବାରୁ ଓଡ଼ିଶା ସରକାରଙ୍କ ମିଶନ ଶକ୍ତି ବିଭାଗ ଅତିରିକ୍ତ ସଚିବ ଜ୍ୟୋତିଶଙ୍କର ମହାପାତ୍ର ଅଭିନନ୍ଦନ ଜଣାଇଥିଲେ। ବାଂଛିତ ଫଳ ପାଇବା ପାଇଁ ସମୂହ ଉଦ୍ୟମ ଆବଶ୍ୟକ। ଆମେ ସ୍ୱୟଂଶ୍ରୀ କାର୍ଯ୍ୟକ୍ରମର ଶିକ୍ଷାକୁ ଗ୍ରହଣ କରି ବଡ଼ ଆକାରରେ କାର୍ଯ୍ୟକାରୀ କରିବା ପାଇଁ ବିଶେଷଭାବେ ଆଗ୍ରହୀ ବୋଲି ସେ କହିଥିଲେ ।
ସାମୂହିକ ଶକ୍ତିର ପ୍ରଭାବ ଉପରେ ଆଲୋକପାତ କରି ରିଲାଏନ୍ସ ଫାଉଣ୍ଡେସନର ମହିଳା ସଶକ୍ତୀକରଣ ବିଭାଗ ମୁଖ୍ୟ ଏନ୍ ଦିପ୍ତୀ ରେଡ୍ଡୀ କହିଛନ୍ତି ଯେ, "ଓଡ଼ିଶାରେ ମହିଳାମାନେ ଗୋଷ୍ଠୀଗତ ଭାବେ ଯେତେବେଳେ ସଙ୍ଗଠିତ ହୁଅନ୍ତି ଏବଂ ସେମାନଙ୍କୁ ଯେତେବେଳେ ଉପକରଣ, ପ୍ରଯୁକ୍ତି ଓ ଆବଶ୍ୟକ ବଜାର ସୁବିଧା ଯୋଗାଇ ଦିଆଯାଏ ସେତେବେଳେ କଣ ସମ୍ଭବ ହୁଏ ତାହା ଆମେ ଦେଖିଛୁ। କନ୍ଧମାଳର ଜନଜାତି ବହୁଳ ମାଳଭୂମିରୁ ବରଗଡ଼ର ହସ୍ତତନ୍ତ୍ର ପୁଞ୍ଜ-ଓଡ଼ିଶାର ୭ଟି ଜିଲ୍ଲାରେ ୪.୨ ଲକ୍ଷରୁ ଅଧିକ ମହିଳା ଜୀବନଧାରଣ ପାଇଁ କରୁଥିବା କୃଷିକୁ ଉଦ୍ୟୋଗ-ଆଧାରିତ ଜୀବିକାରେ ପରିଣତ କରିଛନ୍ତି ।
ଯେଉଁ ମହିଳାମାନେ କେଉଁ ସମୟରେ ଫସଲକୁ ସୁରକ୍ଷା ଦେବା ପାଇଁ ରାତିରେ ବିଲରେ ବନ୍ୟଜନ୍ତୁଙ୍କୁ ଜଗୁଥିଲେ ସେମାନେ ଏବେ ଏଥିପାଇଁ ସୌର ବାଡ଼ ପ୍ରଯୁକ୍ତିକୁ ଆପଣାଇଛନ୍ତି । ଏଥିଯୋଗୁ ଉତ୍ପାଦନ ବଢ଼ିଛି ଏବଂ ଏହା ସେମାନଙ୍କୁ ଆର୍ଥିକ ଦୃଷ୍ଟିରୁ ସଶକ୍ତ କରିଛି। ସେମାନେ ମିଳିତଭାବେ ଉତ୍ପାଦକ ଗୋଷ୍ଠୀର ନେତୃତ୍ୱ ନେଉଛନ୍ତି ଏବଂ ବିଭିନ୍ନ ପ୍ରତିଷ୍ଠାନକୁ ଉତ୍ପାଦିତ ଫସଲ ବିକ୍ରି କରୁଛନ୍ତି। ଆମେ ଯେଉଁ ସାରାଂଶ ପୁସ୍ତକ ଉନ୍ମୋଚନ କରିଛୁ ତାହା ହାସଲ ହୋଇଥିବା କାର୍ଯ୍ୟର କେବଳ ଏକ ରେକର୍ଡ ନୁହେଁ, ବରଂ ସରକାର, ଦାତବ୍ୟ ସଂସ୍ଥା ଏବଂ ଗୋଷ୍ଠୀଗତ ପ୍ରତିଷ୍ଠାନ ଏକ ହୋଇ କାମ କଲେ କଣ ସମ୍ଭବ ହେବ ଏହା ତାହାର ହେଉଛି ଏକ ନୀଳଳକ୍ସା "।
ଅଭିବୃଦ୍ଧିକୁ ବଡ଼ ଆକାର ଦିଆଯିବା ଦୂରଦୃଷ୍ଟି ସହ ସମନ୍ୱୟ ରଖି ଗେଟ୍ସ ଫାଉଣ୍ଡେସନର ଲିଙ୍ଗଗତ ସମାନତା କ୍ଷେତ୍ରର ଉପ ନିର୍ଦ୍ଦେଶିକା ସଚ୍ଚି ଭଲ୍ଲା କହିଛନ୍ତି, "ପ୍ରଧାନମନ୍ତ୍ରୀଙ୍କ ଲକ୍ଷପତି ଦିଦି ଦୂରଦୃଷ୍ଟି ମହିଳାଙ୍କ ଆର୍ଥିକ ସଶକ୍ତୀକରଣ ପାଇଁ ଗୁରୁତ୍ୱପୂର୍ଣ୍ଣ ଜାତୀୟ ବଳ ଯୋଗାଇଛି। ସ୍ୱୟଂଶ୍ରୀ କାର୍ଯ୍ୟକ୍ରମ ଏହି ଦୂରଦୃଷ୍ଟି ଉପରେ ପ୍ରତିଷ୍ଠିତ ହୋଇ ରାଜ୍ୟ ଗ୍ରାମୀଣ ଜୀବିକା ମିଶନ ଏବଂ ତୃଣମୂଳସ୍ତରର ସହଯୋଗୀମାନଙ୍କ ସହିତ ନିରବଚ୍ଛିନ୍ନ ଆର୍ଥିକ ପଥ ସୃଷ୍ଟି ପାଇଁ କାର୍ଯ୍ୟ କରୁଛି ।
ଓଡ଼ିଶାର କୃଷି, କୃଷି ସହ ଜଡ଼ିତ କାର୍ଯ୍ୟ ଏବଂ ଉଦ୍ୟୋଗ ମଡେଲରେ ଓଡ଼ିଶାରୁ ଯେଉଁ ଶିକ୍ଷାଲାଭ ହୋଇଛି ତାହା ହେଉଛି ସରକାର, ଦାତବ୍ୟ ପ୍ରତିଷ୍ଠାନ, ଘରୋଇ କ୍ଷେତ୍ର ଏବଂ ନାଗରିକ ସମାଜ ମଧ୍ୟରେ ସହବନ୍ଧନ କିଭଳି ପରିବର୍ତ୍ତନ ଆଣେ ଏବଂ ତାହାକୁ ବଡ଼ ଆକାର ଦେଇଥାଏ। ଏସବୁ ଶିକ୍ଷାକୁ ଆଗକୁ ନେବା ଏବଂ ମହିଳାଙ୍କ ପାଇଁ ଅଧିକ ଅର୍ଥନୈତିକ ସୁଯୋଗ ସୃଷ୍ଟି କରିବା ପାଇଁ ଗେଟ୍ସ ଫାଉଣ୍ଡେସନ ପ୍ରତିବଦ୍ଧ ।"
ଏହି କନକ୍ଲେଭରେ ସରକାର, ଦାତବ୍ୟ ସଂସ୍ଥା ଏବଂ ବିକାଶ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିମାନେ “ମହିଳାଙ୍କ ଜୀବିକାକୁ ସୁଦୃଢ଼ କରିବା ପାଇଁ ଓଡ଼ିଶାରୁ ସର୍ବୋତ୍ତମ ଅଭ୍ୟାସ’ ଶୀର୍ଷକ ଏକ ସାରାଂଶ ପୁସ୍ତକ ଉନ୍ମୋଚନ କରିଥିଲେ। ସାରାଂଶ ପୁସ୍ତକରେ ଉଚ୍ଚ ପ୍ରଭାବ ଥିବା କ୍ଷେତ୍ରଭିତ୍ତିକ ମଡେଲ ଯାହାର ପୁନର୍ବାର ଦୋହରାଯିବାର ସାମର୍ଥ୍ୟ ରହିଛି ତାହା ରହିଛି। ସ୍ୱୟଂଶ୍ରୀ କାର୍ଯ୍ୟକ୍ରମର କାର୍ଯ୍ୟନ୍ୱୟନ ସହଭାଗୀ-ଗ୍ରାମ ବିକାଶ ଓ ହର୍ଷା ଟ୍ରଷ୍ଟ ମାଧ୍ୟମରେ ସମଗ୍ର ଓଡ଼ିଶାରୁ ଏହା ସଂଗୃହୀତ ହୋଇଛି। ଆଇଏଲ୍ଆର୍ଟି ଦ୍ୱାରା ସର୍ବୋତ୍ତମ ଅଭ୍ୟାସ ସାରାଂଶ ଦସ୍ତାବିଜ ପ୍ରସ୍ତୁତ ହୋଇଛି ।
ଏହି ସାରାଂଶ ତଥ୍ୟାବଳୀରେ କୃଷି କ୍ଷେତ୍ରରେ ଯେପରିକି ଧାନ, ପନିପରିବା ଏବଂ ଦୁଗ୍), କୃଷି ସମ୍ପର୍କିତ ( ଖାଦ୍ୟ ପ୍ରକ୍ରିୟାକରଣ ଏବଂ ହସ୍ତତନ୍ତ ସମେତ ଏବଂ ଅଣକୃଷି (ଖୁଚୁରା ଉଦ୍ୟୋଗ ଏବଂ ସେବା କ୍ଷେତ୍ର କାର୍ଯ୍ୟକଳାପ) କ୍ଷେତ୍ରର ବହୁବିଧ ମୂଲ୍ୟ ଶୃଙ୍ଖଳରେ ମହିଳା ଉଦ୍ୟୋଗଗୁଡ଼ିକରୁ ଶିକ୍ଷା ଗ୍ରହଣ କରାଯାଇଛି। ଏହା କାର୍ଯ୍ୟ କରୁଥିବା ମହିଳା, ନୀତି ନିର୍ଦ୍ଧାରକ ଏବଂ ପ୍ରଭାବଶାଳୀ ଆଜୀବିକା ହସ୍ତକ୍ଷେପକୁ ଦୋହରାଇବା ଏବଂ ବଡ଼ ଆକାର ଦେବାକୁ ଚାହୁଥିବା ଅନୁଷ୍ଠାନଗୁଡ଼ିକ ପାଇଁ ଏକ ବ୍ୟବହାରିକ ଟୁଲକିଟ୍ ଭାବେ କାର୍ଯ୍ୟ କରିବା ପାଇଁ ଡିଜାଇନ କରାଯାଇଛି ।
ଏହି କନକ୍ଲେଭର ଏକ ଆକର୍ଷଣୀୟ ବିଷୟ ଥିଲା ସହଭାଗିତା ଓ ନବସୃଜନ ମଡେଲ ଉପରେ ଏକ ପ୍ୟାନେଲ ଆଲୋଚନାଚକ୍ର, ଯେଉଁଥିରେ ଘରୋଇ କ୍ଷେତ୍ରର ନେତୃବୃନ୍ଦଙ୍କୁ ଏକତ୍ରିତ କରି ଓଡ଼ିଶାରେ ମହିଳା ନେତୃତ୍ୱାଧୀନ ଉଦ୍ୟୋଗଗୁଡ଼ିକର ଆକାରକୁ କିଭଳି ବଡ଼ କରିବା କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇ ପାରିବ ତାହାର ଉପାୟ ଖୋଜା ଯାଇଥିଲା। ଆଲୋଚନାରେ ସ୍ଥାନୀୟ ସମୁଦାୟର ସ୍ୱରକୁ ଉପସ୍ଥାପିତ କରାଯାଇଥିଲା ଯେଉଁଥିରେ ମହିଳା ନେତୃବୃନ୍ଦ ସେମାନଙ୍କ ଉଦ୍ୟୋଗର ରୂପାନ୍ତର ଏବଂ ବଜାର ସୁବିଧାର କାହାଣୀ କହିଥିଲେ ।
ଏହି କାର୍ଯ୍ୟକ୍ରମରେ ଏସ୍ଏଚ୍ଜି ଏବଂ ଏଫ୍ପିଓ ଉତ୍ପାଦଗୁଡ଼ିକର ଏକ ପ୍ରଦର୍ଶନୀ ମଧ୍ୟ ଆୟୋଜିତ ହୋଇଥିଲା, ଯାହା ଅଂଶଗ୍ରହଣକାରୀମାନଙ୍କୁ ମହିଳା ଉଦ୍ୟୋଗୀଙ୍କ ସହିତ ଭାବ ବିନିମୟ କରିବା ଏବଂ ସ୍ୱୟଂଶ୍ରୀ କାର୍ଯ୍ୟକ୍ରମର କୃଷି, କୃଷି ସଂପର୍କିତ ଏବଂ ଅଣ-କୃଷି ମୂଲ୍ୟ ଶୃଙ୍ଖଳର ପରିବର୍ତ୍ତନକାରୀ ପ୍ରଭାବକୁ ପ୍ରତ୍ୟକ୍ଷ ଭାବେ ଦେଖିବାର ସୁଯୋଗ ପ୍ରଦାନ କରିଥିଲା ।
ସ୍ୱୟଂଶ୍ରୀ ଓଡ଼ିଶାରେ ଏହାର ଉପସ୍ଥିତିକୁ ଆହୁରି ବ୍ୟାପକ କରିଥିବାରୁ, ଏହି ସମ୍ମିଳନୀ ସରକାରୀ, ବେସରକାରୀ କ୍ଷେତ୍ର, ଦାତବ୍ୟ ସଂସ୍ଥା ଏବଂ ନାଗରିକ ସମାଜର ପରିସଂସ୍ଥାନକୁ ଏକତ୍ରିତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲ୍ଖୁଣ୍ଟ ହୋଇପାରିଛି। ସ୍ଥାୟୀ ଏବଂ ସମୁଦାୟବ୍ୟାପୀ ପ୍ରଭାବ ପାଇଁ ଏସବୁ ମଡେଲକୁ ବ୍ୟାପକ କରିବାର ଆବଶ୍ୟକତା ରହିଛି।
📱 Get Argus News App
✨Related Topics
Explore more stories