|
logo
Live
Argus News App
GET APP

Argus News - ମିଶନ ଶକ୍ତି ମହିଳାଙ୍କ ପାଇଁ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ମିଳିବ ସ୍ମାର୍ଟଫୋନ

Odisha

Mission Shakti Scheme / ମିଶନ ଶକ୍ତି ମହିଳାଙ୍କ ପାଇଁ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ମିଳିବ ସ୍ମାର୍ଟଫୋନ

Ritu Das
Browse all articles by Ritu Das
·2 months ago·2 min read
ମିଶନ ଶକ୍ତି ମହିଳାଙ୍କ ପାଇଁ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ମିଳିବ ସ୍ମାର୍ଟଫୋନ
India

Key Points

ମିଶନ ଶକ୍ତି ମହିଳାଙ୍କ ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ବଡ଼ ଘୋଷଣା କରିଛନ୍ତି । ମିଶନ ଶକ୍ତିର ମହିଳାଙ୍କୁ ସରକାର ଦେବେ ସ୍ମାର୍ଟଫୋନ୍ ।
ମିଶନ ଶକ୍ତି ମହିଳାଙ୍କ ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ବଡ଼ ଘୋଷଣା କରିଛନ୍ତି । ମିଶନ ଶକ୍ତିର ମହିଳାଙ୍କୁ ସରକାର ଦେବେ ସ୍ମାର୍ଟଫୋନ୍ । ପ୍ରଭାତୀ ପରିଡ଼ା କହିଛନ୍ତି, ନୂଆ ରୂପ ପାଇବ ମିଶନ ଶକ୍ତି। ନାରୀ ସଶକ୍ତିକରଣକୁ ସଶକ୍ତ କରିବାକୁ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ପ୍ରୟାସ। ସେମାନଙ୍କର ଡ୍ରେସକୋର୍ଡ ମଧ୍ୟ ବଦଳିବ । ଉତ୍କଳ ଦିବସରୁ ନୂଆ ଡ୍ରେସ୍‌ କୋଡ୍‌ ଲାଗୁ ହେବ । ମିଶନ ଶକ୍ତି ମହିଳାଙ୍କୁ ଆଇଡି କାର୍ଡ ସହ ସ୍ମାର୍ଟ ଫୋନ୍‌ ମିଳିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ। ଶାଢ଼ୀରେ ଓଡ଼ିଆ ଅସ୍ମୀତାର ଝଲକ ରହିବ।



ଉପମୁଖ୍ୟମନ୍ତ୍ରୀ କହିଲେ ମିଶନ ଶକ୍ତି ମହିଳାଙ୍କର ଦୀର୍ଘ ଦିନରୁ ଏହି ଦାବି ହୋଇ ଆସୁଥିଲା। ଡ୍ରେସକୋର୍ଡ ବଦଳିବ ନୂଆ ଡ୍ରେସ କୋର୍ଡ ଉତ୍କଳ ଦିବସରୁ ଲାଗୁ ହେବ। ସବୁଠୁ ବଡ଼ କଥା ହେଲା ୪୬ହଜାର କମ୍ୟୁନିଟି ରିସର୍ଚ୍ଚ ପର୍ସନ (ସିଆରପି) ମହିଳାଙ୍କୁ ସ୍ମାର୍ଟଫୋନ ଯୋଗାଇ ଦିଆଯିବ। ତେବେ ଶାଢ଼ୀର ରଙ୍ଗ କଣ ରହିବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏହି ଫୋନ ଗୁଡ଼ିକରେ ଲୋକସ ଆପ ଇନଷ୍ଟଲ କରାଯାଇଛି। ଯାହା ଲକ୍ଷପତି ଦିଦିଙ୍କର ସବୁ ତଥ୍ୟ ଏଥିରେ ରହିବ।

ସରକାରୀ ସୂତ୍ର ଅନୁସାରେ, ଏହି ସ୍ମାର୍ଟ ଫୋନ ମାଧ୍ୟମରେ ମହିଳାମାନେ
– ଡିଜିଟାଲ ପେମେଣ୍ଟ
– ଅନଲାଇନ୍ ଟ୍ରେନିଂ
– ବ୍ୟବସାୟିକ ସୂଚନା
– ଏବଂ ସରକାରୀ ଯୋଜନା ସମ୍ପର୍କିତ ତଥ୍ୟ
ସହଜରେ ପାଇପାରିବେ।
ଡ୍ରେସ କୋଡରେ ମଧ୍ୟ ପରିବର୍ତ୍ତନ

ଏହା ସହିତ ମିଶନ ଶକ୍ତି ଗୋଷ୍ଠୀ ପାଇଁ ନୂଆ ଡ୍ରେସ କୋଡ ଆଣିବାକୁ ସରକାର ଯୋଜନା କରୁଛନ୍ତି। ଏହି ଡ୍ରେସ କୋଡ ମହିଳାଙ୍କ ଏକତା, ପରିଚୟ ଏବଂ ସ୍ୱାଭିମାନକୁ ପ୍ରତିବିମ୍ବିତ କରିବ।

ସରକାରଙ୍କ ଲକ୍ଷ୍ୟ

ସରକାର କହିଛନ୍ତି, ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି
1- ମହିଳାଙ୍କୁ ଡିଜିଟାଲ ଭାବେ ସଶକ୍ତ କରିବା
2- ଆର୍ଥିକ ସ୍ତରରେ ସ୍ବାବଲମ୍ବୀ କରିବା
3- ଗ୍ରାମ ଅଞ୍ଚଳରେ ସ୍ୱରୋଜଗାରକୁ ଉତ୍ସାହିତ କରିବା

ମିଶନ ଶକ୍ତି ମାଧ୍ୟମରେ ରାଜ୍ୟର ଲକ୍ଷାଧିକ ମହିଳା ଏବେ ନୂଆ ପରିଚୟ, ନୂଆ ସମ୍ଭାବନା ଓ ନୂଆ ଆତ୍ମବିଶ୍ୱାସ ସହ ଆଗକୁ ବଢ଼ୁଛନ୍ତି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Mission Shakti Scheme: ମିଶନ ଶକ୍ତି ମହିଳାଙ୍କ ପାଇଁ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ମିଳିବ ସ୍ମାର୍ଟଫୋନ | Argus News