Videos
|
Odisha

ନରସିଂହପୁରର ଅବହେଳିତ ଗାଁ ମିଟିକାପୁର

Ritu Das
Browse all articles by Ritu Das
·1 year ago·2 min read
ନରସିଂହପୁରର ଅବହେଳିତ ଗାଁ ମିଟିକାପୁର

Key Points

ମିଟିକାପୁର ଗାଁରେ ଲୋକଙ୍କ ପାଇଁ କୌଣସି ବି ସୁବିଧା ନାହିଁ

ଯାହାକୁ ନେଇ ଗ୍ରାମବାସୀ କ୍ଷୋଭ ପ୍ରକାଶ କରିଛନ୍ତି

କେବେ ଏହି ଗାଁର ମୌଳିକ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି ତାକୁ ଅପେକ୍ଷା

ପୂର୍ବ ସରକାରରେ ୨୪ବର୍ଷ ଶାସନରେ ନାହିଁ ନାହିଁର ଗାଁ ନରସିଂହପୁର ର ମିଟିକାପୁର ଗାଁ-ଗାଁ ରେ ଲୋକଙ୍କ ପାଇଁ କୌଣସି ବି ସୁବିଧା ନାହିଁ। ମିଟିକାପୁର ଗାଁରେ ଗ୍ରାମବାସୀ ଙ୍କ ପାଇଁ ଗାଧୋଇବା ପାଇଁ ପୋଖରୀ ନାହିଁ, ନୂଆ ଗାଁ ସ୍କୁଲ କୁ ଯିବା ପାଇଁ ମିଟିକାପୁରରୁ ରାସ୍ତା ନାହିଁ। ଶନି ମନ୍ଦିର ଜରାଜୀର୍ଣ୍ଣ, ମହିଳା ସମିତି ପାଇଁ ଗୃହ ନଥିବାରୁ ଲୋକେ କ୍ଷୋଭ ପ୍ରକାଶ କରିଛନ୍ତି। ଏହି ଗାଁ ରେ ଅନେକ ଗ୍ରାମବାସୀ ମଧ୍ୟ ରାସନ କାର୍ଡରୁ ବଞ୍ଚିତ ରହିଛନ୍ତି। ମିଟିକାପୁର ଗାଁଟି ବାଲିସାହି ପଞ୍ଚାୟତ ଅନ୍ତର୍ଗତ ଯାଉଥିବା ବେଳେ ଗାଁକୁ ଏଲ ଆଣ୍ଡଟି ପକ୍ଷରୁ ପାନୀୟ ଜଳ ମଧ୍ୟ ପହଞ୍ଚି ପାରିନି। ଯାହାକୁ ନେଇ ଗ୍ରାମବାସୀ କ୍ଷୋଭ ପ୍ରକାଶ କରିଛନ୍ତି। ପୂର୍ବ ବିଜେଡି ସରକାରରେ ଗାଁ ଗଣ୍ଡାର ବିକାଶ କରାଯାଇଛି ବୋଲି ଅନେକ ଡିଣ୍ଡିମ ପିଟୁଥିବା ନେତା ମାନଙ୍କୁ ମଧ୍ୟ ଗ୍ରାମବାସୀ ଅନେକ ବାର ଅଭିଯୋଗ ପରେ କେହି ଶୁଣୁ ନ ଥିବା ଅଭିଯୋଗ ଆଣିଛନ୍ତି ଗ୍ରାମର ମହିଳା। ନୂଆ ସରକାରକୁ ଗଣମାଧ୍ୟମ ଜରିଆରେ ନିବେଦନ କରିଛନ୍ତି ଗ୍ରାମବାସୀ।


ଗାଁର ବିଭିନ୍ନ ସମସ୍ୟା ନେଇ ନୂଆ ବିଧାୟକ ଶ୍ରୀ ବିଜୟ ଦଳ ବେହେରାଙ୍କୁ ମଧ୍ୟ ଦୃଷ୍ଟି ଆକର୍ଷଣ କରିଥିବା ଗ୍ରାମବାସୀ କହିଛନ୍ତି। ଗାଁରେ ଶନି ମଣ୍ଡପ ର ଉନ୍ନତିକରଣ ସହ ଗୋଟିଏ ପୋଖରୀ ର ନିହାତି ଆବଶ୍ୟକତା ରହିଛି। ସେହିପରି ଗାଁରେ ବିଭିନ୍ନ ଘରେ ଏଲ ଆଣ୍ଡଟି ର ପାଇପ ପଡିଛି ଟ୍ୟାପ ବସିଥିଲେ ମଧ୍ୟ ଶୁଦ୍ଧ ଜଳ ଟୋପାଏ ମିଳୁ ନଥିବାରୁ ଗାଁ ଲୋକେ ନଳକୂପ ପାଣି ପିଇ ଜୀବନ ହାରୁଛନ୍ତି। ଗାଁରେ ପାଖାପାଖି ୮୭ଟି ପରିବାର ରହୁଥିବା ହେଲେ ସମୁଦାୟ ଜନ ସଂଖ୍ୟା ୪ଶହ ଉପରେ। ନରସିଂହପୁର ବିଡ଼ିଓ ପ୍ରଳୟାନନ୍ଦ ଶତପଥୀଙ୍କୁ ଏନେଇ ଅର୍ଗସ ପ୍ରତିନିଧି ଯୋଗାଯୋଗ କରିଥିଲେ। ବିଡ଼ିଓ କହିଛନ୍ତି ପାନୀୟ ଜଳ ପାଇଁ Rwss କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆ ଯାଇଥିବାବେଳେ ଚଳିତ ବର୍ଷ ଉନ୍ନୟନ ମୂଳକ ଯୋଜନାରେ ଶନି ମନ୍ଦିରର ଉନ୍ନତିକରଣ ପାଇଁ ଅର୍ଥ ପ୍ରଦାନ କରାଯିବ। ରାଜ୍ୟରେ ଏବେ ନୂଆ ସରକାର ଆସିବା ପରେ ବକେୟା କାର୍ଯ୍ୟ ତୁରନ୍ତ ଯୁଦ୍ଧ କାଳୀନ ଭିତ୍ତିରେ ସମାଧାନ ହେଉଥିବା ବେଳେ ଗ୍ରାମରେ ଥିବା ଅସୁବିଧାକୁ ବି ଦୂର କରାଯାଉଛି। ତେବେ କେବେ ଏହି ଗାଁର ମୌଳିକ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି ତାକୁ ଅପେକ୍ଷା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
mitikapur-a-neglected-village-in-narasinghpur | Argus News