Odisha News / ବିରଳ ଯୋଡ଼ାମୁଣ୍ଡ ଶିଶୁ ଜନ୍ମ; ଗୋଟିଏ ଶରୀରରେ ରହିଛି ଦୁଇଟି ମୁଣ୍ଡ, ଦୁଇଟି ଛାତି
·3 hours ago·2 min read

Key Points
MKCG ମେଡିକାଲ୍ରେ ବିରଳ ଯୋଡ଼ାମୁଣ୍ଡ ଶିଶୁ ଜନ୍ମ
ଶିଶୁକୁ ଜନ୍ମ ଦେଲେ କନ୍ଧମାଳ ତୁମୁଡ଼ିବନ୍ଧର ମହିଳା
SNCUରେ ଯୋଡ଼ାମୁଣ୍ଡ ଶିଶୁଙ୍କ ସ୍ୱତନ୍ତ୍ର ଚିକିତ୍ସା
ସ୍ଵାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି ବିଶେଷଜ୍ଞ ଡାକ୍ତର

ବ୍ରହ୍ମପୁର: ଜନ୍ମ ନେଲେ ଯୋଡ଼ାମୁଣ୍ଡ ଶିଶୁ । ଗୋଟିଏ ଶରୀର, ହେଲେ ରହିଛି ଦୁଇଟି ମୁଣ୍ଡ, ଦୁଇଟି ଛାତି । ଛାତି ସହ ଛୁଆର ଗୋଟିଏ ହାତ ମଧ୍ୟ ଲାଗି ରହିଛି । ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲ କଲେଜ ଶିଶୁ ବିଭାଗରେ ଏହି ବିରଳ ଶିଶୁ ଜନ୍ମ ହୋଇଛନ୍ତି ।
ମିଳିଥିବା ସୂଚନା ଅନୁସାରେ, ରବିବାର ରାତିରେ ଏହି ଯୋଡ଼ାମୁଣ୍ଡ ଶିଶୁପୁତ୍ର ଜନ୍ମ ନେଇଛନ୍ତି । ତୁମୁଡ଼ିବନ୍ଧ ମେଡିକାଲ୍କୁ ପ୍ରଥମେ ଗର୍ଭବତୀ ଯାଇଥିଲେ । ସେଠାରୁ ତାଙ୍କୁ ବ୍ରହ୍ମପୁର ଏମ୍କେସିଜି ରେଫର୍ କରାଯାଇଥିଲା । ଯୋଡ଼ାମୁଣ୍ଡ ଶିଶୁଜନ୍ମ ହେବା ପରେ ଏବେ SNCUରେ ସ୍ଵତନ୍ତ୍ର ଚିକିତ୍ସା କରାଯାଉଛି । କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ୍ ଗୁମା ପଞ୍ଚାୟତ ଟିଡିପଦର ଗାଁର ଜଣେ ମହିଳା ଏହି ଯୋଡ଼ାମୁଣ୍ଡ ଶିଶୁକୁ ଜନ୍ମ ଦେଇଛନ୍ତି ।
ଗୋଟିଏ ଶରୀରରେ ଦୁଇଟି ମୁଣ୍ଡ ଥିବା ଏହି ବିରଳ ଶିଶୁର ସ୍ୱାସ୍ଥ୍ୟାବସ୍ଥା ଉପରେ ଶିଶୁ ଶଲ୍ୟ ଚିକିତ୍ସା ବିଭାଗ ପ୍ରଫେସର ଓ ବିଶେଷଜ୍ଞ ଡାକ୍ତରୀ ଦଳ କଡ଼ା ନଜର ରଖିଛନ୍ତି । ଆବଶ୍ୟକୀୟ ପରୀକ୍ଷା ନିରୀକ୍ଷା କରାଯିବା ପରେ ଶିଶୁଟିର ଚିକିତ୍ସା ପାଇଁ ପରବର୍ତ୍ତୀ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯିବ ବୋଲି ହସ୍ପିଟାଲ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।
ଗୋଟିଏ କିଡନୀ, ୨ଟି ଲିଭର୍
ଡାକ୍ତର କହିଛନ୍ତି, "ଶିଶୁର ଛାତି ଯୋଡ଼ି ହୋଇ ରହିଛି । ଦୁଇଟି ହାତରୁ ଗୋଟିଏ ଯୋଡ଼ି ହୋଇ ରହିଛି । ଦୁଇଟି ଗୋଡ଼ ରହିଛି । ଏବେ ଛୁଆର ହାର୍ଟରେଟ୍ ଅଧିକ ରହିଛି । ତେଣୁ ନିଶ୍ଵାସ ନେବାର ଅସୁବିଧା ହେଉଛି । ଏଭଳି ସ୍ଥିତିରେ ବଞ୍ଚିବାର ସମ୍ଭାବନା ବହୁତ କମ୍ ରହିଥାଏ ।"

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଜାଆଁଳା ଛୁଆ ଜନ୍ମ ହୋଇ ନ ପାରି ଜଣେ ଅନ୍ୟ ଜଣଙ୍କର ଶରୀରରେ ମିଶିଗଲେ ଏଭଳି ହୋଇଥାଏ । ଦୁଇ ଛୁଆଙ୍କର ଛାତି ଓ ପେଟ ମିଶି ଗୋଟିଏ ଶରୀର ହୋଇ ଯାଇଛି । ଗୋଟିଏ କିଡନୀ, ୨ଟି ଲିଭର୍ ଅଛି । ଛୁଆର ମଳଦ୍ଵାର ନଥିବା କହିଛନ୍ତି ଡାକ୍ତର ।
ନବାଜତର ନାହିଁ ମଳଦ୍ଵାର
ମଳଦ୍ଵାର ସୃଷ୍ଟି ଲାଗି ଡାକ୍ତର ପଦକ୍ଷେପ ନେଉଛନ୍ତି । ଏବେ ଛୁଆଟି ନିଶ୍ଵାସ ନେବାରେ କଷ୍ଟ ଅନୁଭବ କରୁଛି । ଏବେ ଛୁଆକୁ ଅକ୍ସିଜେନ୍ ଦିଆଯାଉଛି । ସିଟିସ୍କାନ୍ କିମ୍ବା MRI ହେଲା ପରେ ପେଟ ବାଟେ ମଳଦ୍ଵାର ପାଇଁ ବ୍ୟବସ୍ଥା କରାଯିବ ବୋଲି ଡାକ୍ତର ସୂଚନା ଦେଇଛନ୍ତି । ନବଜାତର ମଳଦ୍ଵାର ନଥିବାରୁ ସମସ୍ଯା ରହିଛି । ପେଟ ଫୁଲିବା ସହ ଅନ୍ୟ ଆଶଙ୍କା ଥିବା କହିଛନ୍ତି ଡାକ୍ତର ।
ଜଗାବଳିଆଙ୍କ ପରେ ଯୋଡ଼ାମୁଣ୍ଡ ଶିଶୁ
ପୂର୍ବରୁ ସେହି କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆରେ ଜନ୍ମ ହୋଇଥିଲେ ଯୋଡ଼ାମୁଣ୍ଡ ଶିଶୁ ଜଗାବଳିଆ । ଯାହାଙ୍କ ଶରୀର ଅଲଗା ଥିବାବେଳେ ମସ୍ତିଷ୍କ ଲାଗି ରହିଥିଲା । ପରେ ଦିଲ୍ଲୀ ଏମ୍ସରେ ଅସ୍ତ୍ରୋପଚାର କରାଯାଇ ଯୋଡ଼ାମୁଣ୍ଡ ଶିଶୁଙ୍କ ଅଲଗା କରାଯାଇଥିଲା । ଦୁଇ ଶିଶୁଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଫୁଲବାଣୀ ଜିଲ୍ଲା ଚିକିତ୍ସାଳୟରେ ଡାକ୍ତରଙ୍କ ତତ୍ତ୍ଵାବଧାନରେ ଅଛନ୍ତି ।

Related Topics
Explore more stories