Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

MKCGରେ ବିଦ୍ୟୁତ୍ ବିଭ୍ରାଟ, ୩ ଘଣ୍ଟା ଧରି ମୋବାଇଲ୍ ଲାଇଟ୍‌ରେ ରୋଗୀ ଦେଖିଲେ ଡାକ୍ତର

Sushanta Sahoo
Browse all articles by Sushanta Sahoo
·10 months ago·1 min read
MKCGରେ ବିଦ୍ୟୁତ୍ ବିଭ୍ରାଟ, ୩ ଘଣ୍ଟା ଧରି ମୋବାଇଲ୍ ଲାଇଟ୍‌ରେ ରୋଗୀ ଦେଖିଲେ ଡାକ୍ତର

Key Points

ଘଣ୍ଟାଏ କି ଦୁଇ ଘଣ୍ଟା ନୁହେଁ ୩ ଘଣ୍ଟା ଧରି ଏମ୍‌କେସିଜି ମେଡିକାଲର ସୁପର୍ ସ୍ପେସିଆଲିଷ୍ଟ କୋଠାରେ ନଥିଲା ବିଦ୍ୟୁତ୍ । ରାତିର ଘନ ଅନ୍ଧକାର ଓ ଗରମ ଗୁଳୁଗୁଳିରେ ସନ୍ତୁଳି ହୋଇଥିଲେ ରୋଗୀ ।

ବ୍ରହ୍ମପୁର: ବଡ଼ ମେଡିକାଲ୍‌ରେ ବିଦ୍ୟୁତ୍ ବିଭ୍ରାଟ । ମୋବାଇଲ୍ ଆଉ ଟର୍ଚ୍ଚ ଲାଇଟ୍‌ରେ ହେଲା ରୋଗୀ ଚିକିତ୍ସା । ଘଣ୍ଟାଏ କି ଦୁଇ ଘଣ୍ଟା ନୁହେଁ ୩ ଘଣ୍ଟା ଧରି ଏମ୍‌କେସିଜି ମେଡିକାଲର ସୁପର୍ ସ୍ପେସିଆଲିଷ୍ଟ କୋଠାରେ ନଥିଲା ବିଦ୍ୟୁତ୍ । ରାତିର ଘନ ଅନ୍ଧକାର ଓ ଗରମ ଗୁଳୁଗୁଳିରେ ସନ୍ତୁଳି ହୋଇଥିଲେ ରୋଗୀ ।


ମେଡିକାଲ କୋଠାରେ ବିଦ୍ୟୁତକୁ ସଂଯୋଗ ହୋଇଥିବା ପ୍ୟାନେଲ ବୋର୍ଡ ଅଚଳରୁ ପ୍ରାୟ ୩ ଘଣ୍ଟା ଧରି କୋଠା ଅନ୍ଧାର ହୋଇ ରହିଥିଲା । ଫଳରେ ରୋଗୀଙ୍କ ଚିକିତ୍ସା ଓ ସେବାରେ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥିଲା । ଡାକ୍ତର ଓ ନର୍ସ ଟର୍ଚ୍ଚ ଓ ମୋବାଇଲ୍ ଲାଇଟ୍‌ରେ ରୋଗୀ ଦେଖିଥିବା ବେଳେ କୌଣସି ଅସ୍ତ୍ରୋପଚାର ହୋଇ ପାରି ନଥିଲା । ବିଦ୍ୟୁତ୍ ନଥିବାରୁ ପାଣି ଅଭାବ ଦେଖା ଦେଇଥିଲା ।


ପ୍ରଭାବିତ ହୋଇଥିଲା ଇଏନ୍‌ଟି, ଅସ୍ଥିଶଲ୍ୟ, ସର୍ଜରୀ, ନିଶ୍ଚେତକ ବିଭାଗ ଓ ଜରୁରୀକାଳୀନ ଅସ୍ତ୍ରୋପଚାର । ଏସବୁ ୱାର୍ଡରେ ଥିବା ଶତାଧିକ ରୋଗୀ ଅନ୍ଧାରରେ ରହିଥିଲେ । ଖବର ପାଇ ବିଦ୍ୟୁତ୍ ବିଭାଗର ଅଧିକାରୀ ଓ ଟାଟା ପାୱାର କର୍ମଚାରୀ ବିଭ୍ରାଟ ଖୋଜିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଜିଇଡିର ଅଧିକାରୀମାନେ ଯାଞ୍ଚ କରିବା ପରେ ଟ୍ରାନ୍ସଫର୍ମର ନିକଟରେ ଥିବା ପ୍ୟାନେଲ ବୋର୍ଡରେ ତ୍ରୁଟି ରହିଥିବା ଜଣା ପଡ଼ିଥିଲା । ଏହାପରେ ପ୍ୟାନେଲ୍ ବୋର୍ଡ ମରାମତି କରାଯିବା ସହ ସୁପର୍ ସ୍ପେସିଆଲିଷ୍ଟ କୋଠାକୁ ବିଦ୍ୟୁତ୍ ସଂଯୋଗ ବ୍ୟବସ୍ଥା କରାଯାଇଥିଲା ।

Sponsored
Power Outage at MKCG Berhampur: Patients Treated in Darkness | Argus News | Argus News