Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଏତିକି ଶିକ୍ଷକଙ୍କ ବଦଳି ପାଇଁ ସୁପାରିଶ କରିପାରିବେ ବିଧାୟକ ଓ ସାଂସଦ

Jyoti Prakash Mallick
Browse all articles by Jyoti Prakash Mallick
·1 year ago
 ଏତିକି ଶିକ୍ଷକଙ୍କ ବଦଳି ପାଇଁ ସୁପାରିଶ କରିପାରିବେ ବିଧାୟକ ଓ ସାଂସଦ

Key Points

ଏଣିକି ଲାଗୁହେବ ନିର୍ଦ୍ଦିଷ୍ଟ ଗାଇଡଲାଇନ

ଶିକ୍ଷା ନିର୍ଦେଶକଙ୍କୁ ଚିଠି ଲେଖି ଅବଗତ କରାଯାଇଛି

ଶିକ୍ଷକ ବଦଳି ନେଇ ଚିଠି ଜାରି କଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ଏଥିପାଇଁ ଏଣିକି ଲାଗୁହେବ ନିର୍ଦ୍ଦିଷ୍ଟ ଗାଇଡଲାଇନ। କେବଳ ନିଜ ନିର୍ବାଚନ ମଣ୍ଡଳୀର ୧୫ ଜଣ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ବଦଳି ପାଇଁ ବିଧାୟକ, ସାଂସଦ ସୁପାରିଶ କରିପାରିବେ ।


ଗାଁରୁ ସହରାଞ୍ଚଳକୁ ବଦଳି ସୁପାରିଶ କରିପାରିବେ ନାହିଁ । ୧୫ ଜୁନରୁ ୧୫ ଜୁଲାଇ ଭିତରେ ସମସ୍ତ ପ୍ରସ୍ତାବକୁ ବିଚାରକୁ ନିଆଯିବ ବୋଲି କହିଛନ୍ତି ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରାଥମିକ ଏବଂ ମାଧ୍ୟମିକ ଶିକ୍ଷା ନିର୍ଦେଶକଙ୍କୁ ଚିଠି ଲେଖି ଅବଗତ କରାଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
MLA and MP can recommend the replacement of only this many teachers | Argus News