Chakramani After Suspension / ନିଲମ୍ବନ ପରେ ମୁହଁଖୋଲିଲେ ବିଧାୟକ କହିଲେ ନିଲମ୍ବନ ନିର୍ଦ୍ଦେଶକୁ ମୁଁ ଗ୍ରହଣ କରି ପାରୁନି
·5 months ago·2 min read

Key Points
ନିଲମ୍ବନ ପରେ ମୁହଁଖୋଲିଲେ ବିଧାୟକ
ଚକ୍ରମଣି କହଁର
କହିଲେ ମୁଁ ବିଶ୍ଵାସଘାତକତା କରି ନାହିଁ
ନିଲମ୍ବିତ ବିଧାୟକ ସୌଭିକ ଓ ଦେବୀଙ୍କ ଉପରେ ବର୍ଷିଲେ ସୁବାଷ ସିଂ

ଭୁବନେଶ୍ବର ୨୨/୦୩ ବିଜେଡିରୁ ନିଲମ୍ବନ ପରେ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ଚକ୍ରମଣି କହଁର। ନିଲମ୍ବନ ନିର୍ଦ୍ଦେଶକୁ ମୁଁ ଗ୍ରହଣ କରି ପାରୁନି । ଭାବିଚିନ୍ତି ଭୋଟ ଦେଇଛି। ବିଜୁ ଲିଗାସୀକୁ ଭୋଟ ଦେଇଛି । ପ୍ରଥମ ଭୋଟ ଦଳର ନିର୍ଦ୍ଦେଶରେ ଦେଇଛି । ଦ୍ଵିତୀୟ ଭୋଟ ସ୍ୱାଧୀନ ପ୍ରାର୍ଥୀଙ୍କୁ ଦେଇଛି । ଦଳର ନିର୍ଦ୍ଦେଶକୁ କେବେ ଅବହେଳା କରିନି । ଏବେ ଦଳ ନିଷ୍ପତ୍ତି କଣ କରିବ ସେଇଟା ସେମାନେ ନିଷ୍ପତ୍ତି ନେବେ । ଆମେ ଲୋକଙ୍କ ସେବାରେ ଥିଲୁ ଅଛୁ ରହିବୁ । ରାଜ୍ୟସଭାରେ ହ୍ୱିପ ଲାଗୁ ହୁଏ ନାହିଁ । ମୁଁ ବିଶ୍ଵାସଘାତକତା କରି ନାହିଁ । ବାଲିଗୁଡା ଜନସାଧାରଣଙ୍କ ସହ ଅଛି।
ଗତକାଲି ବିଜେଡିରୁ ନିଲମ୍ବିତ ହେଲେ ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ କରିଥିବା ୬ ବିଜେଡି ବିଧାୟକ। ଦଳ ବିରୋଧି କାର୍ଯ୍ୟ ପାଇଁ ବଡ଼ ଆକ୍ସନ ନେଲା ବିଜେଡି । ୬ ବିଧାୟକ ସୌଭିକ ବିଶ୍ବାଳ, ଦେବୀରଞ୍ଜନ ତ୍ରିପାଠୀ, ସୁବାସିନୀ ଜେନା, ନବ କିଶୋର ମଲ୍ଲିକ, ରମାକାନ୍ତ ଭୋଇ, ଚକ୍ରମଣି କହଁରଙ୍କୁ କଲା ସସ୍ପେଣ୍ଡ ।
ସେପଟେ ସାମ୍ବାଦିକ ସମ୍ମିଳନୀ କରି କଟକ ଜିଲ୍ଳାର ଦୁଇ ନିଲମ୍ବିତ ବିଧାୟକ ସୌଭିକ ବିଶ୍ବାଳ, ଦେବୀରଞ୍ଜନ ତ୍ରିପାଠୀଙ୍କ ଉପରେ ବର୍ଷିଛନ୍ତି କଟକ ମେୟର ସୁବାଷ ସିଂ।
କଟକର ଦୁଇ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଓ ସୌଭିକ ବିଶ୍ୱାଳ କଟକକୁ କଳଙ୍କିତ କରିଛନ୍ତି, ଉଭୟ ଭବିଷ୍ୟତରେ ଖତ ହୋଇଯିବେ। କଟକରେ ବିଜେଡି ବହୁତ ମଜଭୁତ ଅଛି,ବହୁ ନେତା କଟକ ବିଜେଡିରେ ଅଛନ୍ତି।
ଗତ ୧୬ ତାରିଖ ଦିନ ରାଜ୍ୟରେ ୪ଟି ରାଜ୍ୟସଭା ଆସନ ପାଇଁ ମତଦାନ ହୋଇଥିଲା। ଏହି ନିର୍ବାଚନରେ ବିଜେଡିର ୬ ଜଣ ବିଧାୟକ କ୍ରସ ଭୋଟିଂ କରିଥିଲେ। ଏହି ବିଧାୟକମାନେ ବିଜେପି ସମର୍ଥିତ ପ୍ରାର୍ଥୀ ଦିଲୀପ ରାୟଙ୍କୁ ମତଦାନ କରିଥିଲେ। ଏହା ପରେ ବିଜେଡି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା। ଏନେଇ ବିଜେଡି ପ୍ରଥମେ ଦଳର ୬ ଜଣ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲା ଏବଂ ମାର୍ଚ୍ଚ ୨୦ ତାରିଖ ଅପରାହ୍ନ ୫ଟା ସୁଦ୍ଧା କାରଣ ଦର୍ଶାଇବା ପାଇଁ ଉଲ୍ଲେଖ କରିଥିଲା। କ୍ରସ ଭୋଟିଂ କରିଥିବା ଛଅ ବିଧାୟକ କାରଣ ଦର୍ଶାଅ ନୋଟିସର ଜବାବ ରଖିଥିଲେ।
ଗତକାଲି ନବୀନ ନିବାସରେ ରାଜନୈତିକ ବ୍ୟାପାର କମିଟି ବୈଠକ ବସିଥିଲା। ଏଥିରେ ଛଅ ବିଧାୟକ କାରଣ ଦର୍ଶାଅ ନୋଟିସରେ ଦେଇଥିବା ଜବାବ ଉପରେ ତର୍ଜମା କରି ଦଳ ସଭାପତି ନବୀନ ପଟ୍ଟନାୟକଙ୍କୁ ରିପୋର୍ଟ ଦିଆଯାଇଥିଲା। ରିପୋର୍ଟ ଆଧାରରେ ନବୀନ ପଟ୍ଟନାୟକ କ୍ରସ ଭୋଟିଂ କରିଥିବା ଛଅ ବିଧାୟକଙ୍କୁ ଦଳରୁ ନିଲମ୍ବିତ କରିଛନ୍ତି। ଛଅ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ପାଇଁ ବାଚସ୍ପତିଙ୍କୁ ଚିଠି ଲେଖିବୁ ବୋଲି ପ୍ରମିଳା ମଲ୍ଲିକ କହିଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବସ୍ତା ବିଧାୟିକା ସୁବାସିନି ଜେନାଙ୍କୁ ଦଳରୁ ନିଲମ୍ବନ ପରେ ବସ୍ତାର ଅନେକ ଲୋକପ୍ରତିନିଧି ବିଜେଡି ଛାଡ଼ୁଛନ୍ତି। ପୁର୍ବରୁ ସୁବାସିନିଙ୍କ ସ୍ବାମୀ ତଥା ପୁର୍ବତନ ସାଂସଦ ରବିନ୍ଦ୍ର ଜେନା ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି।
Related Topics
Explore more stories