Mahaprasad Controversy / `ମୋ ଆହାର' ନାମକ ସାଇଟରେ ମହାପ୍ରସାଦ ବିକ୍ରି ହେଉଥିବା ଅଭିଯୋଗ

Key Points
ଅନଲାଇନରେ ମହାପ୍ରସାଦ ନାଁରେ ବିକ୍ରି
`ମୋ ଆହାର' ନାମକ ସାଇଟରେ ମହାପ୍ରସାଦ ବିକ୍ରି ନେଇ ବିଜ୍ଞାପନ
`ସ୍ଵିଗି' ନାଁରେ ସାଇବର ଥାନାରେ ଏତଲା
ଅନ୍ନପ୍ରସାଦ ବିକ୍ରି ନାଁରେ ଲୋକଙ୍କୁ ବିଭ୍ରାନ୍ତି କରାଯାଉଥିବା ଅଭିଯୋଗ
ଅନଲାଇନରେ ମହାପ୍ରସାଦ ନାଁରେ ବିକ୍ରି । ମୋ ଆହାର ନାମକ ସାଇଟରେ ମହାପ୍ରସାଦ ବିକ୍ରି ନେଇ ବିଜ୍ଞାପନ ରହିଛି । ସେପଟେ ଅନଲାଇନ୍ ଡେଲିଭରି ସଂସ୍ଥା ସ୍ଵିଗି ନାଁରେ ସାଇବର ଥାନାରେ ଏତଲା ଦେଇଛି ଶ୍ରୀମନ୍ଦିର ପ୍ରଶାସନ । ଅନ୍ନ ପ୍ରସାଦ ବିକ୍ରି ନାଁରେ ଶ୍ରୀମନ୍ଦିର ଫଟୋ ଭିଡିଓ ବ୍ୟବହାର କରି ଲୋକଙ୍କୁ ବିଭ୍ରାନ୍ତି କରୁଥିବା ଅଭିଯୋଗରେ ଦିଆଯାଇଛି ଏତଲା । ସ୍ଵିଗିର ବିଜ୍ଞାପନ ଥିବା ଏକ ଭିଡିଓକୁ ନେଇ ଏଭଳି ଏତଲା ଦିଆଯାଇଛି ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ । ତେବେ କାର୍ତ୍ତିକ ମାସରେ ମାତ୍ର ୪୯ ଟଙ୍କାରେ ଅନ୍ନ ପ୍ରସାଦ ଯୋଗାଇ ଦେବାକୁ ଭିଡିଓରେ ବିଜ୍ଞାପନ ରହିଛି ।
ଯେଉଁଥିରେ ବିଭିନ୍ନ ସ୍ଥାନର ଅନ୍ନ ପ୍ରସାଦ ଯୋଗାଇ ଦେବାକୁ ଭିଡିଓ ରହିଥିଲେ ହେଁ ଭିଡିଓରେ ଶ୍ରୀମନ୍ଦିରର ଭିଜୁଆଲ ବ୍ୟବହାର ହୋଇଥିବାରୁ କ୍ଷୋଭ ପ୍ରକାଶ ପାଇଛି । food uzi ନାମକ ଏକ IDରୁ ବିଜ୍ଞାପନଟି ସେୟାର ହୋଇଛି । ସେପଟେ ମୋ ଆହାର ବିଷୟରେ ମଧ୍ୟ ଯାଞ୍ଚ କରିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ କହିଛନ୍ତି । ତେବେ ଶ୍ରୀମନ୍ଦିରରେ ମହାପ୍ରସାଦର ଅନଲାଇନ୍ ବିକ୍ରି ନେଇ କୌଣସି ବ୍ୟବସ୍ଥା ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।
ପୂର୍ବରୁ ମଧ୍ୟ ଅନଲାଇନରେ ମହାପ୍ରଭୁଙ୍କ ମହାପ୍ରସାଦ ବିକ୍ରି ନେଇ ସାମାଜିକ ଗଣମାଧ୍ୟମରେ ଦିଆଯାଇଛି ସୂଚନା । ତେବେ ଏଥର କୌଣସି ଅନୁଷ୍ଠାନ କିମ୍ବା ସଂସ୍ଥା ନୁହେଁ ବରଂ ଶ୍ରୀମନ୍ଦିରର ଜଣେ ସେବାୟତ ନିଜ ସୋସିଆଲ ମିଡିଆରେ ଏଭଳି ପ୍ରଚାର କରିଥିବା ଦେଖିବାକୁ ମିଳିଛି । ଅଜୟ ସୁଆର ନାମକ ଜଣେ ବ୍ୟକ୍ତି ନିଜ ୟୁଟ୍ୟୁବରେ ଏଭଳି ପୋଷ୍ଟ କରିଥିଲେ। ଶ୍ରୀମନ୍ଦିର ଅବଢ଼ା ସେବା ନାମରେ ସମ୍ପୃକ୍ତ ବ୍ୟକ୍ତି ଜଣକ ନିଜ ୟୁଟ୍ୟୁବରେ ଏଭଳି ପ୍ରଚାର କରିଥିବା ଦେଖିବାକୁ ମିଳିଛି । ସେ ନିଜ ଚ୍ୟାନେଲରେ ଲେଖିଛନ୍ତି ଆମେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ପବିତ୍ର ରୋଷଶାଳାରୁ ମହାପ୍ରସାଦ ପ୍ରସ୍ତୁତ କରି ଆଣିଥାଉ । ଭକ୍ତଙ୍କୁ ଶୁଦ୍ଧ ଓ ମୂଳ ମହାପ୍ରସାଦ ସେବା ପ୍ରଦାନ କରିବା ଆମର ମୂଳ ଲକ୍ଷ୍ୟ । ମହାପ୍ରସାଦ ପାଇବା ପାଇଁ ଆଗ୍ରହୀ ବ୍ୟକ୍ତିମାନେ ଫୋନ୍ ନଂ ସହିତ ହ୍ବାଟ୍ସ ଆପରେ ଯୋଗାଯୋଗ କରିପାରିବେ ବୋଲି ସୂଚନା ଦିଆଯାଇଛି ।
📱 Get Argus News App
✨ଏଥିସହ ପଢ଼ନ୍ତୁ: ପୁଣି ଅନଲାଇନରେ ମହାପ୍ରସାଦ ବିକ୍ରି ନେଇ ପ୍ରଚାର
ଏଥିସହ ନିକଟତମ ବସ୍ ଷ୍ଟାଣ୍ଡ, ଛକ କିମ୍ବା ଯେକୌଣସି ଜିଲ୍ଲାକୁ ଯଦି ସିଧାସଳଖ ବସ୍ ସେବା ଉପଲବ୍ଧ ରହିଛି ତେବେ ମହାପ୍ରସାଦ ଯୋଗାଇ ଦିଆଯିବ ବୋଲି କହିଥିଲେ । ତେବେ ଏଭଳି ଘଟଣା ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ଏହାକୁ ନେଇ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ତୀବ୍ର ଉଦବେଗ ପ୍ରକାଶ ପାଇଛି । ଶ୍ରୀମନ୍ଦିର ପ୍ରଶାସନ ଏହି ଘଟଣାର ସତ୍ୟାସତ୍ୟ ଯାଞ୍ଚ କରି ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି । ବାରମ୍ୱାର ମନା କରିବା ସତ୍ତ୍ୱେ ବି ଏଭଳି ଘଟଣା ଘଟୁଥିବା କାରଣରୁ ଏନେଇ ଦୃଢ଼ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବା ଉଚତ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
Related Topics
Explore more stories