Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମହିଳାଙ୍କ ଉପରେ ଚଢ଼ିଗଲା ମୋ ବସ୍‌

Banajyotshna Ray
Browse all articles by Banajyotshna Ray
·1 year ago
ମହିଳାଙ୍କ ଉପରେ ଚଢ଼ିଗଲା ମୋ ବସ୍‌

ଭୁବନେଶ୍ୱର: ପୁଣି ମୋ ବସ ଧକ୍କାରେ ଗଲା ଜୀବନ। ମହିଳାଙ୍କ ଉପରେ ଚଢ଼ିଗଲା ମୋ ବସ । DN ରେଗାଲିଆ ସାମ୍ନାରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଯାହାଫଳରେ ଜଣେ ମହିଳାଙ୍କ ମୃତ୍ୟୁ ହେବା ସହ ଦୁର୍ଘଟଣାରେ ଏକାଧିକ ଲୋକ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ତମାଣ୍ଡୋ ଥାନା ପୋଲିସ ପହଁଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ଦୁର୍ଘଟଣା ଘଟାଇଥିବା ବସକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଛି ପୋଲିସ। ଏହା ପୂର୍ବରୁ ମଧ୍ୟ ମୋ ବସ୍‌ ଆଉ ଏକ ଜୀବନ ନେଇଥିଲା, ବାରମ୍ୱାର ଏଭଳି ଦୁର୍ଘଟଣା ଘଟୁଥିବାବେଳେ ଏନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ ହୋଇପଡୁଛି।


ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Mo Bus crushes another woman to death in Bhubaneswar today | Argus News