Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଏଣିକି 'ମୋ ବସ୍‌'ର ନାଁ ହେବ 'ଆମ ବସ୍'

Odisha

ଏଣିକି 'ମୋ ବସ୍‌'ର ନାଁ ହେବ 'ଆମ ବସ୍'

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·1 min read
ଏଣିକି 'ମୋ ବସ୍‌'ର ନାଁ ହେବ 'ଆମ ବସ୍'

ଏଣିକି 'ମୋ ବସ୍‌' ହେବ 'ଆମ ବସ୍' । ଏନେଇ ଘୋଷଣା କରିଛନ୍ତି ସରକାର । ଖୋଦ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ଦେଇଛନ୍ତି ସୂଚନା । ସେ କହିଛନ୍ତି '‘ମୋ ବସ୍‌’ର ନାଁ ପରିବର୍ତ୍ତନ ହୋଇ ହେବ ‘ଆମ ବସ୍‌’ । ‘ମୋ ବସ୍‌’ ହେଉଛି ଏକ ଅହଂକାର ଶବ୍ଦ । ମୋହନ ସରକାର ଲୋକଙ୍କ ସରକାର, ତେଣୁ 'ଆମର' କହିବା ଠିକ୍‌ ହେବ’ । ଦୁର୍ଘଟଣା ରୋକିବାକୁ ବସ୍‌ ଆଗରେ ଓ ପଛରେ କ୍ୟାମେରା ଲାଗିବ । ଡ୍ରାଇଭର ଆଲର୍ଟ ରହିବା ପାଇଁ ବସ୍‌ରେ ଆଡସ୍‌ ମଧ୍ୟ ଲାଗିବ । ଯଦି ଡ୍ରାଇଭରଙ୍କ ଆଖି ଲାଗିଯାଏ ତାହେଲେ ସାଇରନ୍‌ ବାଜିବ ।’


ପୂର୍ବରୁ ଲକ୍ଷ୍ମୀ ବସର ନାଁ ମଧ୍ୟ ବଦଳାଯାଇଛି । 'ଲକ୍ଷ୍ମୀ ବସ୍‌'କୁ 'ମୁଖ୍ୟମନ୍ତ୍ରୀ ବସ୍ ସେବା' ନାଁରେ ନାମିତ କରାଯାଇଛି । ଖାଲି ସେତିକି ନୁହେଁ ଲକ୍ଷ୍ମୀ ବସ୍‌ର ରଙ୍ଗ ମଧ୍ୟ ବଦଳାଯାଇଛି । ସବୁଜ ଲକ୍ଷ୍ମୀ ବସ୍‌କୁ ଗେରୁଆ ରଙ୍ଗ କରାଯାଇଥିଲା । ପ୍ରଥମେ ଢେଙ୍କାନାଳରେ ଗେରୁଆ ରଙ୍ଗ ହୋଇଥିଲା ଲକ୍ଷ୍ମୀ ବସ୍ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Mo Bus Will Ama Bus In Future | Argus News