Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବିଶ୍ଵ ଦେଖିବ ଓଡ଼ିଆ ଅସ୍ମିତାର ଝଲକ

Odisha

ବିଶ୍ଵ ଦେଖିବ ଓଡ଼ିଆ ଅସ୍ମିତାର ଝଲକ

Rashmita Mishra
Browse all articles by Rashmita Mishra
·1 year ago·2 min read
ବିଶ୍ଵ ଦେଖିବ ଓଡ଼ିଆ ଅସ୍ମିତାର ଝଲକ

ଅର୍ଗସ ବ୍ୟୁରୋ: ବିଶ୍ଵ ଦେଖିବ ଓଡ଼ିଆ ଅସ୍ମିତାର ଝଲକ । ପ୍ରବାସୀ ଭାରତୀୟ ଦିବସ ପାଇଁ ରାଜଧାନୀରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି । ସେପଟେ ଫାଇନାଲ୍ ହେଲା ପିଏମଙ୍କ ଗସ୍ତ ସୂଚୀ । ୮ରେ ଆସି ୯ରେ ସମ୍ମିଳନୀରେ ହେବେ ସାମିଲ୍ । ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଆସନ୍ତା ୮ ତାରିଖରେ ଭୁବନେଶ୍ବର ଆସିବେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି । ୯ରେ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନ ମନ୍ତ୍ରୀ । ୧୮ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମକୁ ଉଦଘାଟନ କରିବେ । ୮ରେ ରାଜଭବନରେ ରାତ୍ରି ଯାପନ କରିବେ ମୋଦି ।


ବିଶ୍ବ ଦେଖିବ ଓଡ଼ିଆ କଳା, ସଂସ୍କୃତି ଓ ଅସ୍ମିତାର ଝଲକ । ଆସନ୍ତା 8ରୁ 10 ତାରିଖ 3 ଦିନ ଭୁବନେଶ୍ବରରେ ଆୟୋଜିତ ହେବାକୁ ଯାଉଛି 18ତମ ପ୍ରବାସୀ ଭାରତୀୟ ଦିବସ । ଏଥିପାଇଁ ରାଜଧାନୀ ଜନତା ମଇଦାନରେ ବଡ଼ ପ୍ରସ୍ତୁତି । ଭିନ୍ନ ଭିନ୍ନ ସଭାଗୃହର ଚାଲିଛି କାମ । ଓଡ଼ିଆ ସାହିତ୍ୟ, ପୋଷାକ, ହ୍ୟାଣ୍ଡିକ୍ରଫ୍ଟ, ହ୍ୟାଣ୍ଡଲୁମର ଛବିର ଗାଥା ମଣ୍ଡନ କରିବ ବିଭିନ୍ନ ସଭାଗୃହ। ପିପିଲିର ଚାନ୍ଦୁଆ ଠାରୁ ଆରମ୍ଭ କରି ବିଶ୍ବ ପ୍ରସିଦ୍ଧ କୋଣାର୍କ ମନ୍ଦିରର ଚକ୍ର ଦେଖିବାକୁ ମିଳିବ ଏହି ସଭାଗୃହରେ । ବିଶ୍ବ ଦେଖିବ ଓଡିଆ ଅସ୍ମିତାର ଅବର୍ଣ୍ଣନୀୟ ଛବି । ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଏଥିରେ ଯୋଗଦେବାକୁ ଥିବା 7000 ପ୍ରବାସୀ ଭାରତୀୟ ଓ 10 ହଜାରରୁ ଅଧିକ ଅତିଥିଙ୍କ ସ୍ବାଗତ ପାଇଁ ବଡ଼ ଆୟୋଜନ କରାଯାଉଛି । ଭୁବନେଶ୍ବର କାନ୍ଥବାଡ଼ଠୁ ଆରମ୍ଭ କରି ରାସ୍ତାଘାଟ ସବୁଠି ଓଡ଼ିଆ ଅସ୍ମିତାର ଚିହ୍ନ । ପ୍ରବାସୀ ଭାରତୀୟ ସମ୍ମିଳନୀ ସମୟରେ ଭୁବନେଶ୍ବରରେ ଅନୁଷ୍ଠିତ ହେବ ୧୦ଟି ଉତ୍ସବ । ପ୍ରଦର୍ଶନୀ ପଡ଼ିଆରେ ଆଦିବାସୀ ମେଳା ସହ ବିଭିନ୍ନ ସ୍ଥାନରେ ଫୁଡ୍ ଫେଷ୍ଟିଭାଲ୍ ଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଓଡ଼ିଶା କଳା, ସଂସ୍କୃତି ଓ ପରମ୍ପରାର ସହ ପ୍ରବାସୀ ଅତିଥି ମାନଙ୍କୁ ପରିଚିତ କରାଇବା ଲାଗି ରାଜ୍ୟ ସରକାର ଅତିଥିଙ୍କୁ ମଠ, ମନ୍ଦିର ଏବଂ ଅନ୍ୟାନ୍ୟ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ବୁଲାଇବାର ଯୋଜନା ରଖିଛନ୍ତି । ସେହିପରି ପ୍ରବାସୀ ଭାରତୀୟ ଦିବସ ପାଇଁ ରାଜଧାନୀ ଭୁବନେଶ୍ବରରେ ଟାଇଟ୍ ସିକ୍ୟୁରିଟି କରାଯାଇଛି । ଭିଭିଆଇପିଙ୍କୁ ସୁରକ୍ଷା ଦେବ ସ୍ପେଶାଲ୍ ଫୋର୍ସ । ଡିଜି କ୍ୟାମ୍ପ୍ ଅଫିସରେ ପହଞ୍ଚିଛନ୍ତି ସ୍ପେଶାଲ ଟାକଟିକାଲ୍ ୟୁନିଟ୍ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
modi-is-coming-on-the-8th | Argus News