ବର୍ଷକ ମଧ୍ୟରେ ଷଷ୍ଠ ଥର ପାଇଁ ଓଡ଼ିଶା ଆସୁଛନ୍ତି ମୋଦି

Key Points
ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତକୁ ନେଇ ବିଜେପି ପକ୍ଷରୁ ପ୍ରସ୍ତୁତି ଜୋରଦାର
ପ୍ରଧାନମନ୍ତ୍ରୀଙ୍କ ହାତରେ ଶୁଭାରମ୍ଭ ହେବ ଆୟୁଷ୍ମାନ ଵୟୋଵନ୍ଦନ ଯୋଜନା
ବୌଦ୍ଧକୁ ପ୍ରଥମ ଟ୍ରେନ ଚଳାଚଳର ଶୁଭାରମ୍ଭ ମଧ୍ୟ କରିବେ ପ୍ରଧାନମନ୍ତ୍ରୀ
ଓଡ଼ିଶାରେ ଡବଲ ଇଞ୍ଜିନ ସରକାରର ବର୍ଷ ପୂର୍ତ୍ତି ସମାରୋହରେ ସାମିଲ ହେବା ପାଇଁ ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ଜନତା ମୈଦାନରେ ଆୟୋଜିତ କାର୍ଯ୍ୟକ୍ରମରେ ଏକାଧିକ ପ୍ରକଳ୍ପର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ । ଏଥିସହ ଆୟୁଷ୍ମାନ ବୟୋବନ୍ଦନ ଯୋଜନାର ବି ଓଡ଼ିଶାରେ ଶୁଭାରମ୍ଭ କରିବେ ମୋଦି ।
ଏୟାରପୋର୍ଟରୁ ଜନତା ମଇଦାନ ଯାଏ ପ୍ରଧାନମନ୍ତ୍ରୀ କରିବେ ରୋଡ଼ ସୋ । ସେହିପରି ବୌଦ୍ଧ ଜିଲ୍ଲାକୁ ପ୍ରଥମ ଟ୍ରେନ ଚଳାଚଳର ମଧ୍ୟ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଥମ ପର୍ଯ୍ୟାୟରେ ବୌଦ୍ଧକୁ ୩ଟି ଟ୍ରେନ ଗଡିବ । ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତକୁ ନେଇ କମିସନରେଟ ପୋଲିସ ପକ୍ଷରୁ ହୋଇଛି ସମୀକ୍ଷା ବୈଠକ ।
📱 Get Argus News App
✨ପ୍ରଧାନମନ୍ତ୍ରୀଙ୍କ ରୋଡ୍ ଶୋ ଯିବାକୁ ଥିବା ରୁଟରେ ରୂଫ୍ ଟପ୍ ସୁରକ୍ଷା ବ୍ୟବସ୍ଥା ସହ ସାଧା ପୋଷାକରେ ବି ପୋଲିସ ଅଫିସର ନିୟୋଜିତ ରହିବେ । ଏନେଇ ସେଣ୍ଟ୍ରାଲ ଏଜେନ୍ସି ଙ୍କ ସହ ମିଶି କମିସନରେଟ ପୋଲିସ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରୁଛି। ମୋଦିଙ୍କ ଗସ୍ତକୁ ନେଇ ୨୦ ତାରିଖରେ କଟକ ଓ ଭୁବନେଶ୍ବରର ସମସ୍ତ ସ୍କୁଲ ଛୁଟି ଘୋଷଣା ହୋଇଛି ।
ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତକୁ ନେଇ କମିଶନର ପୋଲିସ ପକ୍ଷରୁ ହୋଇଛି ସମୀକ୍ଷା ବୈଠକ । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ୧୩୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ। ଏହାସହ ୫୯ଜଣ ଡିସିପି ରାଙ୍କର ଅଫିସର, ୩୩ଜଣ ଅତିରିକ୍ତ ଡିସିପି, ୯୩ଜଣ ଡିଏସପି, ୧୦୬ଜଣ ଇନ୍ସପେକ୍ଟର ଏବଂ ୪୫୦ ଜଣ ଅନ୍ୟ ପୋଲିସ କର୍ମଚାରୀ ନିୟୋଜିତ ରହିବେ । ଏନେଇ ସେଣ୍ଟ୍ରାଲ ଏଜେନ୍ସିଙ୍କ ସହ ମିଶି କମିସନରେଟ ପୋଲିସ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରୁଛି ।