Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

29ରେ ମୋଦି, 25ରେ ଶାହ, 23ରେ ନଡ୍ଡା- ଯୋଗୀ- ହିମନ୍ତ

Ritu Das
Browse all articles by Ritu Das
·2 years ago·2 min read
29ରେ ମୋଦି, 25ରେ ଶାହ, 23ରେ ନଡ୍ଡା- ଯୋଗୀ- ହିମନ୍ତ

ଅର୍ଗସ ବ୍ୟୁରୋ: ବିଜେପିର ଫୋକସରେ ଓଡ଼ିଶା। ତାରିଖ ଘୋଷଣା ପରେ ତୃତୀୟ ଥର ପାଇଁ ପ୍ରଚାରରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 29 ତାରିଖରେ ବାଲେଶ୍ୱର ଓ କେନ୍ଦ୍ରାପଡ଼ାରେ  ଜନସଭାକୁ ସମ୍ବୋଧିତ କରିବେ ମୋଦି । ପୂର୍ବରୁ 2 ଥର ଓଡ଼ିଶା ଗସ୍ତରେ ଆସି  ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛନ୍ତି  ପ୍ରଧାନମନ୍ତ୍ରୀ । 25 ବର୍ଷର କଣ ବିକାଶ କରିଛନ୍ତି ନବୀନ ସରକାର ତାକୁ ନେଇ ପ୍ରଶ୍ନ ଉଠାଇବା ସହ ଓଡ଼ିଶାର ଅସ୍ମିତା ଓ ଭାବାବେଗକୁ ମୋଦି କରିଛନ୍ତି ପ୍ରସଙ୍ଗ। ଭ୍ରଷ୍ଟାଚାର, ରତ୍ନଭଣ୍ଡାର ଚାବି, ଚିଟଫଣ୍ଡ, ମାଫିଆରାଜକୁ ନେଇ ନବୀନ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ମୋଦି । ବାଜା ବଜାଇ ନବୀନଙ୍କୁ ବିଦା କରିବା ପାଇଁ ବି ଦେଇଛନ୍ତି ଆହ୍ବାନ। 

ସେପଟେ ଜାରି ରହିଛି ଅମିତ ଶାହାଙ୍କ ତୁଫାନୀ ଗସ୍ତ। 25 ତାରିଖରେ ପୁଣି ଆସୁଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ବାରିପଦା, ଚାନ୍ଦବାଲି, କୋରେଇ, ନିମାପଡାରେ ବିଶାଳ ଜନସଭାରେ ଯୋଗ ଦେବେ ଶାହ । ଶାହା ପୂର୍ବରୁ  ଓଡ଼ିଶାରେ ବିଜେପି ସରକାର କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି। 
ଏପଟେ ଓଡ଼ିଶାରେ ବିଜେପି ହେବିୱେଟଙ୍କ ତୁପାନୀ ପ୍ରଚାର ଜାରି ରହିଛି। ଗୁରୁବାର ଓଡ଼ିଶା ଆସୁଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଯୋଗୀ ଚିଲିକା ନିର୍ବାଚନମଣ୍ଡଳୀର ବାଣପୁର ଓ ମାହାଙ୍ଗାରେ ଜନସଭାକୁ ସମ୍ଭୋଧିତ କରିବେ। ସେହିଭଳି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଗୁରୁବାର କରଞ୍ଜିଆ, ଧାମନଗର, ବଡ଼ଚଣା ଓ ବାଲିକୁଦାରେ ଜନସଭାରେ ସାମିଲ ହେବେ। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ସମ୍ବଲପୁର, ଦେବଗଡ଼, ଚମ୍ପୁଆ ଓ ବଡମ୍ବାରେ କରିବେ ନିର୍ବାଚନୀ ସଭା। 

2019ରେ ଲୋକସଭାରେ ବିଜେଡି 42 ପ୍ରତିଶତ ଭୋଟ ପାଇଥିବା ବେଳେ ବିଜେପି ପାଇଥିଲା 38 ପ୍ରତିଶତ ଭୋଟ।  ଭୋଟ ବ୍ୟବଧାନ ଥିଲା ମାତ୍ର 10 ଲକ୍ଷ। ଏଥର କେନ୍ଦ୍ରୀୟ ବିଜେପି ନେତାଙ୍କ ମିଶନ ଓଡ଼ିଶା। ବହୁମତରେ ସରକାର ଗଠନ ସହ ଅଧିକରୁ ଅଧିକ ଲୋକସଭା ଆସନ ହାତେଇବା ଚକ୍କରରେ ବିଜେପି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ନିର୍ବାଚନ ଖବର 

Sponsored
Modi on 29th, Shah | Argus News