ପ୍ରବାସୀଙ୍କ ସମସ୍ୟା ଦୂର କରିବା ଆମ ଦାୟିତ୍ବ କହିଲେ ମୋଦି

ଅର୍ଗସ ବ୍ୟୁରୋ: ପ୍ରବାସୀଙ୍କ ସମୃଦ୍ଧି ଓ ସୁରକ୍ଷାକୁ ଗୁରୁତ୍ବ ମୋଦି । ପ୍ରବାସୀଙ୍କ ସମସ୍ୟା ଦୂର କରିବା ଆମ ଦାୟିତ୍ବ କହିଲେ ମୋଦି । ପୂର୍ବରୁ ପ୍ରବାସୀମାନେ ସାହାଯ୍ୟ ପାଇଁ ଅନୁରୋଧ କରୁଥିଲେ ।ଏବେ କିନ୍ତୁ ସମୟ ବଦଳିଛି, ଆମେ ପ୍ରବାସୀଙ୍କୁ ଗୁରୁତ୍ବ ଦେଉଛୁ । ପ୍ରବାସୀଙ୍କ ସମୃଦ୍ଧି ଓ ସୁରକ୍ଷା ଉପରେ ଗୁରୁତ୍ବ ଦେଉଛୁ ।
ବିଶ୍ବରେ ବଢ଼ିବ ଓଡ଼ିଶା ବ୍ରାଣ୍ଡ । ଆଜି ପ୍ରବାସୀ ଭାରତୀୟ ସମ୍ମିଳନୀର ଦ୍ବିତୀୟ ଦିନ । ଆଜି ହେଉଛି ପ୍ରବାସୀ ଭାରତୀୟ ଦିବସ । ଆଉ ଆଜି ଯୋଗଦେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜିର ଦିନରେ ମହାତ୍ମା ଗାନ୍ଧୀ ଦକ୍ଷିଣଆଫ୍ରିକାରୁ ଭାରତ ଫେରିଥିଲେ । ଅଟଳଜୀଙ୍କ ସମୟରୁ ଆଜିର ଦିନକୁ ପ୍ରବାସୀ ଭାରତୀଯ ଦିବସ ଭାବରେ ପାଳନ କରାୟାଉଛି । ପ୍ରବାସୀ ଭାରତୀଯ ସାରା ବିଶ୍ବରେ ନିଜେ ସଫଳ ହେବା ସହ ଭାରତର ଛବିକୁ ଉଜ୍ଜବଳ କରିଛନ୍ତି ଆଗକୁ ନେଇଛନ୍ତି । ଆଉ ସେମାନେ ପାଇଥିବା ଆର୍ଥିକ ଓ ଅନ୍ଯ ସଫଳତା ଭାରତକୁ ଆସିବା ଦରକାର । ଆଉ ଯେହେତୁ ପ୍ରଥମଥର ପାଇଁ ପୂର୍ବ ଭାରତରେ ଏବଂ ଓଡ଼ିଶାରେ ପ୍ରବାସୀ ଭାରତୀଯ ଦିବସ ହେଉଛି ଓଡ଼ିଶା ଫୋକସରେ ରହିବ । ଆଉ ଓଡ଼ିଶାକୁ ଏ ସୁୟୋଗ ଦେବା ପଛର ବିନ୍ଧାଣି ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ପୂରା ସହୟୋଗ ଓଡ଼ିଶାକୁ ଦେଉଛନ୍ତି । ପୂର୍ବ ସରକାରରରେ ୟେଉଁ ଅଭିଯୋଗ ଥିଲା ଓଡ଼ିଶାକୁ ଆଗକୁ ୟିବାକୁ ଦେଇନଥିଲା । ରୋଜଗାର ସହ ଶିଳ୍ପର ସୁୟୋଗ ସେତେଟା ଆସିନଥିଲା ବର୍ତ୍ତମାନ ନୂଆ ସରକାରରୁ ବଡ଼ ଆଶା, ଖାସକରି ପ୍ରଧାନମନ୍ତ୍ରା ବାରମ୍ବାର ଓଡ଼ିଶା ଆସିବା ଓ ଓଡ଼ିଶାର ବିକାଶ ସହ ପୂର୍ବୋଦଯର ମିଶନ ଓଡ଼ିଶାବାସୀଙ୍କୁ ବଳ ଦେଉଛି ।