Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସତ ହେଲା ମୋଦିଙ୍କ ଭବିଷ୍ୟତବାଣୀ,କହିଥିଲେ ୬ମାସ, ବିଜେଡିରେ ଏବେଠୁ ବିସ୍ଫୋରଣ

Sangram Tripathy
Browse all articles by Sangram Tripathy
·1 year ago·2 min read
ସତ ହେଲା ମୋଦିଙ୍କ ଭବିଷ୍ୟତବାଣୀ,କହିଥିଲେ ୬ମାସ, ବିଜେଡିରେ ଏବେଠୁ ବିସ୍ଫୋରଣ


ଅର୍ଗସ ବ୍ୟୁରୋ:ସତ ହେଲା ମୋଦିଙ୍କ ଭବିଷ୍ୟତବାଣୀ। ମାତ୍ର ମାସ ୬ଟା ନଯାଉଣୁ ବିଜେଡିରେ ବଡ଼ ବିସ୍ପୋରଣ। ବିଜେପିକୁ ବିଜେଡି ନେତାଏ ଯିବା ପାଇଁ  ଲାଗିଲାଣି ଲମ୍ବା ଲାଇନ୍,ଅସନ୍ତୋଷ ଛାଡି ଅଣନିଶ୍ବାସୀ ହୋଇ ଦଳ ଛାଡୁଛନ୍ତି ବିଜେଡି ନେତାଏ।ଶଙ୍ଖ ଶିବିରରେ ସ୍ଥିତି ସାଂଘାତିକ ।  ପରାଜୟ ପରେ ନବୀନଙ୍କ ଆଢୁଆଳରେ ରହି ପାଣ୍ଡିଆନ ଚଳାଇଥିବା ହାକିମାତିକୁ ଆଉ ଗ୍ରହଣ କରୁ ନାହାନ୍ତି ନେତା । ବିଜେଡିକୁ ବାଏ ବାଏ କରି ବିଜେପି କ୍ୟାମ୍ପକୁ ଯାଉଛନ୍ତି। ଫଳରେ ମହା ବିପର୍ଯ୍ୟୟ ଆଡ଼କୁ ମୁହାଁଉଛି ବିଜେଡି । କେହି କେହି କହିଲେଣି ଏବେ ଠୁ ଏତେ ଆଗକୁ କେତେ। ଅନ୍ୟପଟେ ବିଜେଡିର ପରାଜୟ ପରେ ସଙ୍ଗଠନ ବଞ୍ଚାଇବାକୁ ସଂଘର୍ଷ କରୁଛନ୍ତି ଦଳର ସୁପ୍ରିମୋ । ସ୍ଥିତି ଏମିତି ହେଲାଣି ମଇଦାନକୁ ଏବେଠୁ ଓହ୍ଲାଇଲେଣି ନବୀନ,ପୂର୍ବରୁ କେବଳ ନିର୍ବାଚନ ପାଖେଇ ଆସିଲେ ବିଭିନ୍ନ ଜିଲ୍ଲା ଗସ୍ତ କରନ୍ତି ନବୀନ,କିନ୍ତୁ ଏବେ କଥା ଅଲଗା ହୋଇଗଲାଣି,ଜଣେ ପରେ ଜଣେ ସାଂସଦ ଦଳ ଛାଡିବା ନବୀନଙ୍କ ଟେନସନ ବଢାଇଦେଇଛି। ଆଉ ଏହାରି ମଧ୍ୟରେ ବିଜେଡିକୁ ଟାର୍ଗେଟ କରିଛନ୍ତି ବିଜେପି ନେତାଏ।  


ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ର କହିଛନ୍ତି ବିଜେଡିର ଆୟୁଷ ସରିବାକୁ ଯାଉଛି । ଗୋଟିଏ ଲୋକର ପାର୍ଟି ଏବେ ଦୁଇ ଲୋକଙ୍କର ପାର୍ଟି ହୋଇଛି । ପାଣ୍ଡିଆନ ନା ନବୀନ, ମାଲିକ କିଏ ଜଣାନାହିଁ ବୋଲି କହି ବିଜେଡିକୁ ତେରଛା ବାଣ ମାରିଛନ୍ତି ଜୟନାରାୟଣ। ସାଂସଦ ସୁକାନ୍ତ ପାଣିଗ୍ରାହୀ କହିଛନ୍ତି, ବିଜେଡିର ବହୁତ ନେତା ଲମ୍ବା ଲାଇନରେ ଅଛନ୍ତି । କିନ୍ତୁ କେଉଁ ବ୍ୟକ୍ତିଙ୍କୁ ବିଜେପିକୁ ଅଣାଯିବ, ସେଥିପାଇଁ ବି ସ୍କୃଟିନି କରାଯାଉଛି ବୋଲି କହିଛନ୍ତି। 

ଧିରେ ଧିରେ ଖୋଲୁଛି ବିଜେଡି ଗୁମର,ମମତା ମହାନ୍ତଙ୍କ ପରେ ସୁଜିତ୍ କୁମାର ଦଳ ଛାଡିବା ବିଜେଡିକୁ ଯେତେବଡ଼ ଝଟକା ତା ଠୁ ଅଧିକ ଆଘାତ ଦେଇଛି ସେମାନଙ୍କ ଅଭିଯୋଗ। ସାଂସଦ ପାଣ୍ଠି ଦୁର୍ନୀତି ଅଭିଯୋଗ ଆଣି ଗୁମର ଖୋଲିଥିଲେ ମମତା। ୧୧ରୁ ଅଧିକ ରାଜ୍ୟସଭା ସାଂସଦଙ୍କ ପାଣ୍ଠି ଯାଜପୁରରେ ଖର୍ଚ୍ଚ ହୋଇଥିବାର ମିଳିଥିଲା ତଥ୍ୟ ଓ ପ୍ରମାଣ । ସୁଜିତ୍ କୁମାର ବି ବିଜେଡି ଶାସନରେ କଳାହାଣ୍ଡିରେ ବାଲି, ଛତୁଆ ଓ ଆଦିବାସୀ ଜମି ହଡ଼ପ ଭଳି ଦୁର୍ନୀତିର ଖୁଲାସା କରିଛନ୍ତି। ନିର୍ଦ୍ଦିଷ୍ଟ ଲୋକଙ୍କ ଆଗରେ ମୁଣ୍ଡନଇବାକୁ ବାଧ୍ୟ କରାଯାଉଥିବା କହିଛନ୍ତି । ସାଂଘାତିକ ଅଭିଯୋଗର ଜବାବ ଦେବା ବଦଳରେ ଦଳ ଛାଡୁଥିବା ନେତାଙ୍କୁ ସ୍ୱାର୍ଥବାଦୀ କହୁଛି ବିଜେଡି। ୨୪ ବାଜି ହାରିବା ପରେ ଘାଇଲା ହେଉଛନ୍ତି ବିଜେଡି ନେତାଏ,ନିଜ ଦଳର ନେତା ଅସନ୍ତୋଷ ଝାଡି ଛାଡୁଛନ୍ତି ଦଳ,ଦଳ ଭିତରେ କୁହୁଳୁଥିବା ଅସନ୍ତୋଷର ନିଆଁ ବିସ୍ପୋରଣର ରୂପନେଇ ସାରିଛି। ଦୁଇ ମାସ ପରେ ବି ରାଜ୍ୟ ସ୍ତରୀୟ କିମିଟି ଗଠନ କରି ପାରୁ ନାହାଁନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତେବେ ଆଗକୁ କଣ ହେବ ବିଜେଡିର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Modi's prediction came true, he said in 6 months, there will be an explosion from BJD | Argus News