Videos
|
Odisha

୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ମୋହନ ଭାଗବତ

Rashmita Mishra
Browse all articles by Rashmita Mishra
·11 months ago·1 min read
୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ମୋହନ ଭାଗବତ

Key Points

୩ ଦିନିଆ ଓଡ଼ିଶା ଆସିଛନ୍ତି ମୋହନ ଭାଗବତ
ଅଗଷ୍ଟ ୧୩ରୁ ୧୫ ଯାଏଁ ଓଡ଼ିଶାରେ ରହିବେ ମୋହନ ଭାଗବତ
ଶ୍ରୀ ଗୌଡୀୟ ମିଶନ ନିମନ୍ତ୍ରଣ କ୍ରମେ ଓଡିଶା ଆସିଛନ୍ତି ଭାଗବତ

୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରମୁଖ ମୋହନ ଭାଗବତ । ଗତକାଲି ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ମୋହନ ଭାଗବତ ଶ୍ରୀ ଗୌଡୀୟ ମିଶନ ନିମନ୍ତ୍ରଣ କ୍ରମେ ଓଡିଶା ଆସୁଛନ୍ତି । ଭୁବନେଶ୍ୱରରେ ପହଁଞ୍ଚିବା ପରେ ଉତ୍କଳ ବିପନ୍ନ ସହାୟତା ସମିତିରେ ଅବସ୍ଥାନ କରିଛନ୍ତି ।

ଗୁରବାର ଅର୍ଥାତ ଆଜି କଟକ ସ୍ଥିତ ଜବାହାରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ଗୌଡୀୟ ବୈଷ୍ଣବ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍‌ବୋଧନ ଦେବେ। ତା'ପରେ ସଂଧ୍ୟାରେ ପୁରୀ ଯାଇ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିବା ସହିତ ଗୋବଦ୍ଧନ ପୀଠର ପୂଜ୍ୟ ଶଙ୍କରାଚାର୍ଯ୍ୟ ସ୍ଵାମୀ ନିଶ୍ଚଳାନନ୍ଦ ସରସ୍ଵତୀଙ୍କୁ ସାକ୍ଷାତ କରିବେ। ଏହାପରେ ୧୫ ତାରିଖ ଦିନ ଓଡିଶାରୁ ପ୍ରତ୍ୟାବର୍ତନ କରିବାର ରହିଛି କାର୍ଯ୍ୟକ୍ରମ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Mohan Bhagwat Embarks on 3-Day Visit to Odisha| ArgusNews | Argus News