Videos
|
Odisha

୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମୋହନ ଭାଗବତ

Rashmita Mishra
Browse all articles by Rashmita Mishra
·11 months ago·1 min read
୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମୋହନ ଭାଗବତ

Key Points

ଓଡ଼ିଶା ଗସ୍ତରେ ଆସୁଛନ୍ତି ମୋହନ ଭାଗବତ
ଅଗଷ୍ଟ ୧୩ରୁ ୧୫ ଯାଏଁ ଓଡ଼ିଶାରେ ରହିବେ ମୋହନ ଭାଗବତ
ଶ୍ରୀ ଗୌଡୀୟ ମିଶନ ନିମନ୍ତ୍ରଣ କ୍ରମେ ଓଡିଶା ଆସୁଛନ୍ତି ଭାଗବତ
ଗୌଡୀୟ ବୈଷ୍ଣବ ସମ୍ମିଳନୀରେ ଯୋଗଦେବେ

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରମୁଖ ମୋହନ ଭାଗବତ ୩ ଦିନିଆ ଓଡିଶା ଗସ୍ତରେ ଆସି ଅଗଷ୍ଟ ୧୩ରେ ଭୁବନେଶ୍ଵରରେ ପହଞ୍ଚିବେ। ମୋହନ ଭାଗବତ ଶ୍ରୀ ଗୌଡୀୟ ମିଶନ ନିମନ୍ତ୍ରଣ କ୍ରମେ ଓଡିଶା ଆସୁଛନ୍ତି। ସେ ୧୩ ତାରିଖ ଦିନ ଭୁବନେଶ୍ୱରରେ ପହଁଞ୍ଚିବା ପରେ ଉତ୍କଳ ବିପନ୍ନ ସହାୟତା ସମିତିରେ ଅବସ୍ଥାନ କରିବେ। ୧୪ ତାରିଖ ଦିନ କଟକସ୍ଥିତ ଜବାହାରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ଗୌଡୀୟ ବୈଷ୍ଣବ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍‌ବୋଧନ ଦେବେ।

ସେହି ଦିନ ସଂଧ୍ୟାରେ ପୁରୀ ଯାଇ ମହାପ୍ରଭୂ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିବା ସହିତ ଗୋବଦ୍ଧନ ପୀଠର ପୂଜ୍ୟ ଶଙ୍କରାଚାର୍ଯ୍ୟ ସ୍ଵାମୀ ନିଶ୍ଚଳାନନ୍ଦ ସରସ୍ଵତୀଙ୍କୁ ସାକ୍ଷାତ କରିବେ। ଏହାପରେ ୧୫ ତାରିଖ ଦିନ ଓଡିଶାରୁ ପ୍ରତ୍ୟାବର୍ତନ କରିବେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
mohan-bhagwat-is-coming-on-a-3-day-visit-to-odisha | Argus News