୯୨ ହଜାର ପିଲାଙ୍କୁ ନିଯୁକ୍ତି ଦେବେ ମୋହନ ସରକାର !

ଅର୍ଗସ ବ୍ୟୁରୋ: ନିଯୁକ୍ତି ଆଶାୟୀଙ୍କ ଓଠରେ ଫୁଟିଛି ହସ। ମୋହନ ସରକାରରେ ସରକାରୀ ନିଯୁକ୍ତିରେ ଆଣିଛନ୍ତି ବଡ଼ ସୁଯୋଗ। ଓଡ଼ିଶାର ଶିକ୍ଷିତ ଯୁବକ ଯୁବତୀଙ୍କୁ ମିଳିବ ସରକାରୀ ଚାକିରୀ । ଖୁବଶୀଘ୍ର ପୂରଣ ହେବ ରାଜ୍ୟର ୭୮,୯୧୯ ସରକାରୀ ପଦବୀ । ପଦବୀ ଗୁଡ଼ିକ ପୂରଣ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ବିଭିନ୍ନ ବିଭାଗକୁ ଏନେଇ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ଖୁବଶୀଘ୍ର ବଡ଼ ନିଯୁକ୍ତି ମେଳା ଆଯୋଜନ ହେବ ବୋଲି ସୂଚନା ମଧ୍ୟ ରହିଛି । ସଂକଳ୍ପ ପତ୍ରରେ ଦେଇଥିବା ପ୍ରତିଶ୍ରୁତି ପୂରଣ କରୁଛି ବିଜେପି । ୨୫ବର୍ଷର ବିଜେଡି ସରକାରକୁ ହଟାଇ କ୍ଷମତାକୁ ଆସିବା ପରେ ନିଯୁକ୍ତିକୁ ଗୁରୁତ୍ବ ଦେଇଛନ୍ତି ମୋହନ ସରକାର।
ରାଜ୍ୟରେ ମୋଟ ୩ ଲକ୍ଷ ୯୯ ହାଜର ୬୬୬ ମଞ୍ଜୁରୀ ପ୍ରାପ୍ତ ପଦବୀ ମଧ୍ୟରୁ ୧ ଲକ୍ଷ ୩୨ ହାଜର ୪୫୯ ପଦବୀ ଖାଲି ପଡ଼ିଛି । ସେଥି ମଧ୍ୟରୁ ୯୨ ହଜାର ୨୦୩ ପଦବୀ ପାଇଁ କ୍ଷମତା ସମ୍ପର୍ଣ୍ଣ କମିଟି ମଞ୍ଜୁରୀ ଦେଇଛି । ସେଥିରୁ ୭୮ ହଜାର ୯୧୯ ପଦବୀ ପୂରଣ ପାଇଁ ବିଭିନ୍ନ ନିଯୁକ୍ତି ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଅବଶିଷ୍ଟ ପଦବୀ ପାଇଁ ସେପ୍ଟେମ୍ବର ୨୦୨୪ ସୁଦ୍ଧା ସମସ୍ତ ପ୍ରକ୍ରିୟା ସାରିବାକୁ ନିର୍ଦ୍ଦେଶ ଦେଇଛି କମିଟି । ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ନିଯୁକ୍ତି ସଂସ୍ଥା ଗୁଡ଼ିକ ଖାଲି ପଦବୀ ପାଇଁ ବିଜ୍ଞାପନ ପ୍ରକାଶ କରିବେ । ପୂରଣ ହେବ ଓଡ଼ିଆ ଯୁବକ ଯୁବତୀଙ୍କ ଦୀର୍ଘ ବର୍ଷର ସ୍ୱପ୍ନ ।
ଦୀର୍ଘଦିନ ବିଜେଡି ସରକାର ଓଡ଼ିଶାରେ କ୍ଷମତାରେ ରହିଥିଲେ ମଧ୍ୟ ଅଧିକ ନିଯୁକ୍ତିର ଆବଶ୍ୟକତା ଥିବାବେଳେ ସରକାର କିନ୍ତୁ ହାତଗଣତି ପଦବୀରେ ନିଯୁକ୍ତି ଦେଉଥିଲେ ଫଳରେ ପଦବୀ ଫାଙ୍କା ଥାଇ ମଧ୍ୟ ଆଶାୟୀ ମାନେ ନିରାଶ ହେଉଥିଲେ,କିନ୍ତୁ ନବୀନ ସରକାରଙ୍କ ସମୟରେ ଯାହା କରିବାକୁ ବର୍ଷ ବର୍ଷ ଲାଗିଥିଲା ମୋହନ ସରକାରଙ୍କ ସମୟରେ କିନ୍ତୁ ବେକାରୀ ସମସ୍ୟାକୁ ଗୁରୁତ୍ବ ଦିଆଯାଉଛି,ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଛନ୍ତି ରାଜ୍ୟ ସରକାର। କଥାରେ ନୁହେଁ କାମରେ କରି ଦେଖାଉଛନ୍ତି। ସେପଟେ ରାଜ୍ୟ ସରକାରଙ୍କ ନିଯୁକ୍ତି ନିଷ୍ପତିକୁ ବିଭିନ୍ନ ମହଲରେ କରାଯାଇଛି ସ୍ବାଗତ । ଚାକିରୀ ଆଶାୟୀଙ୍କ ମଧ୍ୟରେ ଦେଖାଦେଇଛି ନୂଆ ଉତ୍ସାହ ।
ଏକଥା ପ୍ରମାଣ ହୋଇ ଯାଇଛି ବିଜେଡ଼ି ସରକାର ଭଳି ନିଯୁକ୍ତି ମେଳା ନାଁରେ ପ୍ରହସନ କରୁଥିଲେ,ନିଯୁକ୍ତି କମ୍ ପ୍ରଚାରପ୍ରସାର ବେଶୀ କରୁଥିଲେ,କିନ୍ତୁ ବିଜେପି ସରକାର ଆଗେ ନିଯୁକ୍ତି ପଛରେ କଥା। ବିଜେଡି ଭଳି ପ୍ରତିଶ୍ରୁତି ନୁହେଁ ମୋହନ ସରକାରଙ୍କ କାମ ପକ୍କା