Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ମୋହନ ସରକାରଙ୍କ ନିଯୁକ୍ତିର ମହାପର୍ବ

Odisha

ମୋହନ ସରକାରଙ୍କ ନିଯୁକ୍ତିର ମହାପର୍ବ

Smruti Parija
Browse all articles by Smruti Parija
·1 year ago·3 min read
ମୋହନ ସରକାରଙ୍କ ନିଯୁକ୍ତିର ମହାପର୍ବ

ଭୁବନେଶ୍ୱର: ମୋହନ ସରକାରଙ୍କ ନିଯୁକ୍ତିର ମହାପର୍ବ । ୯ ଟି ବିଭାଗର ୬୩୯୦ ଜଣଙ୍କୁ ଦେଲେ ନିଯୁକ୍ତିପତ୍ର । ମୁଖ୍ୟମନ୍ତ୍ରୀଙ୍କ ହାତରୁ ନିଯୁକ୍ତିପତ୍ର ଗ୍ରହଣ କଲେ ନବନିଯୁକ୍ତ ଅଧୁରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଓ କର୍ମଚାରୀ । ଓଡ଼ିଶାର ଯୁବବର୍ଗଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ବର୍ତ୍ତମାନ ରାଜ୍ୟ ସରକାରଙ୍କ ପ୍ରମୁଖ ଆଭିମୁଖ୍ୟ । ସେହି କ୍ରମରେ ଏକକାଳୀନ ୬୩୯୦ ଯୁବକଯୁବତୀଙ୍କୁ ସରକାରୀ ଚାକିରିର ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି । ଏହା ଆଧୁନିକ ଓଡିଶା ଇତିହାସର ଏକ ସ୍ମରଣୀୟ ଦିନ ହୋଇରହିବ ।


୨୦୩୬ ସୁଦ୍ଧା ଓଡିଶାକୁ ଏକ ୫୦୦ ବିଲିଅନ୍ ଡଲାର ଅର୍ଥନୀତି ଏବଂ ୨୦୪୭ ସୁଦ୍ଧା ଭାରତକୁ ୧.୫ ଟ୍ରିଲିଅନ ଡଲାର ଅର୍ଥନୀତିରେ ପରିଣତ କରିବାର ସଂକଳ୍ପ ରାଜ୍ୟ ଓ କେନ୍ଦ୍ର ସରକାର ନେଇଛନ୍ତି । ଏଭଳି ଏକ ନିର୍ଦ୍ଧାୟକ ସମୟରେ ଓଡ଼ିଶା ସରକାରଙ୍କ ୯ଟି ପ୍ରମୁଖ ବିଭାଗକୁ ନେଇ ନିଯୁକ୍ତି ମେଳାର ଆୟୋଜନ କରାଯାଇଛି । ଯାହା ଆମ ରାଜ୍ୟର ପ୍ରଗତିରେ ଏକ ମାଇଲଖୁଣ୍ଟ ।


ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହାଇସ୍କୁଲ, ୟୁନିଟ-୩ ପଡ଼ିଆଠାରେ ଆସନ୍ତା ଫେବୃଆରୀ ୭ ତାରିଖରେ ଆୟୋଜିତ ହେବାକୁ ଯାଉଛି ନିଯୁକ୍ତି ମେଳା । ଓଡ଼ିଶା ସରକାରଙ୍କ ପ୍ରମୁଖ ୯ ଟି ବିଭାଗ ଯଥା- ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ, ଅର୍ଥବିଭାଗ, ଜଳସମ୍ପଦ ବିଭାଗ, ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗ, ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ସର୍ବମୋଟ୍ ୬୩୯୦ ଜଣଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିବେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।


ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମୋଟ୍ ୨୮୭୮ ଜଣଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯିବ । ଯେଉଁଥିରେ ୧୧୦ ଜଣ ଆୟୁର୍ବେଦିକ ଚିକିତ୍ସକ, ୧୦ ଜଣ ହୋମିଓପାଥ୍ ଅଧ୍ୟାପକ-ଅଧ୍ୟାପିକା, ଆୟୁଷ ନିର୍ଦ୍ଦେଶାଳୟରେ ୫ ଜଣ କନିଷ୍ଠ ସହାୟକ ଏବଂ ୨୭୫୩ ଜଣ ବହୁମୁଖୀ ମହିଳା ସ୍ବାସ୍ଥ୍ୟକର୍ମୀ ସାମିଲ ଅଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସେହପରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମୋଟ୍ ୨୭୬୭ ଜଣଙ୍କୁ ନିଯୁକ୍ତପତ୍ର ପ୍ରଦାନ କରାଯାଇଛି । ଯେଉଁଥିରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓ ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟ ନିମନ୍ତେ ୮୯୪ ଜଣ ଅଧ୍ଯକ୍ଷ ଏବଂ ଶିକ୍ଷକ-ଶିକ୍ଷୟିତ୍ରୀ, ପୂର୍ଣ ଅନୁଦାନପ୍ରାପ୍ତ ବେସରକାରୀ ଉଚ୍ଚ ବିଦ୍ୟାଳୟର ୧୭୯୮ ଜଣ ଶିକ୍ଷକ-ଶିକ୍ଷୟିତ୍ରୀ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ୨୮ ଜଣ ଜନିଷ୍ଠ ସହାୟକ, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ୨୭ ଜଣ କନିଷ୍ଠ ସହାୟକ, ମାଧ୍ୟମିକ ଶିକ୍ଷା ପରିଷଦର ୧୮ ଜଣ କନିଷ୍ଠ ସହାୟକ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଅଧୁନରେ ୨ ଜଣ ସମୀକ୍ଷକ ସାମିଲ ଅଛନ୍ତି ।


ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅଧିନରେ ମୋଟ୍ ୬୨ ଜଣ ଅଧିକାରୀଙ୍କୁ ନିଯୁକ୍ତିପତ୍ର ଦିଆଯିବ । ବିଭାଗର କାର୍ଯ୍ୟକୁ ସୁଦୃଢ଼ କରିବା ପାଇଁ ପୌରପାଳିକାମାନଙ୍କରେ ନୂତନ ଭାବେ ନିଯୁକ୍ତ ୩୪ ଜଣ ହିସାବରକ୍ଷକ ଓ ଟାଉନ୍ ପ୍ଲାନିଙ୍ଗ ନିର୍ଦ୍ଦେଶାଳୟରେ ନିଯୁକ୍ତ ହେବାକୁ ଥିବା ମୋଟ ୨୮ କଣ କନିଷ୍ଠ ସହାୟକ, କନିଷ୍ଠ ହିସାବରକ୍ଷକ ଓ ଅମିନ୍ ଙ୍କୁ ବିଲୁପ୍ତ ପତ୍ର ପ୍ରଦାନ କରାଯାଇଛି । ସେହିପରି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଇବୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବିଭାଗର ୧୦୪ ଜଣ ନବନିଯୁକ୍ତ କଲ୍ୟାଣ ସମ୍ପ୍ରସାରଣ ? କାର କିଛି ସଣକ ବିଭାଗ ଅଧିନରେ ୫୭ ଜଣ ଅମିଳ, ଖାଦ୍ୟ ଯୋଗାଣ ଓ ଖାଇଟି କଲ୍ୟାଣ ବିଭାଗର ୩୭ ଜଣ ନବ ନିଯୁକ୍ତ ସୋରାଣ ନୀରିକ୍ଷକଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି ।


ଅର୍ଥବିଭାଗ ଅଧିନରେ ମୋଟ୍ ୧୩୦ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯିବ, ଯେଉଁଥ‌ିରେ ୧୧୮ ଜଣ ସ୍ଥାନୀୟ ପାଶୀ ସମୀକ୍ଷକ ଏବଂ ୧୨ ଜଣ ଉପଖଣ ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ ଅଛନ୍ତି । ଯେଉଁଥିରେ ୨୦ ଜଣ ସହକାରୀ ମତ୍ସ୍ୟ ଅଧିକାରୀ ଏହି ଦୃହ କରି ମୋହ ଓ ଶହ ଗୁଣ ମହା ସହାୟକ ଅଛନ୍ତି । ସେହିପରି ମଧ୍ୟ ଓ ପ୍ରାଣୀସମ୍ପଦ ବିଭାଗର ଶକ୍ତି ବୃଦ୍ଧି କରି ମୋଟ ୨୩୫ ଜଣଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ସାରକ ମାଟି ୧୦ ଜଣ ରହିସାରର ଅଧୁକାରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି ।


ନିଯୁକ୍ତି ମେଳା ସମାରୋହରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋଳନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି ଅନୁସୂଚିତ ନାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସ୍ବାସ୍ଥ୍ୟ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ, ଗୃହ ନିର୍ମାଣ ଓ ନଗରରସୟନ ବିଭାଗ ମନ୍ତ୍ରୀ ଜା କୃଷ୍ଣଚନ୍ଦ୍ର ମହାପାତ୍ର, ଦକ୍ଷତା ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ପାଇଁ, ମୁଖ୍ୟ ଶାସନ ସହିତ ମନୋଳ କୁମାର ଆହୁକା, ଉନ୍ନୟନ କମିଶନର ତଥା ଅତିରିକ୍ତ ଶାସନ ସଚିବ ଅନୁଗର୍ଗଙ୍କ ସମେତ ବିଭିନ୍ନ ବିଭାଗର ସହିକ ମଧ୍ୟ ଉପସ୍ଥିତ ଥିଲେ ।

Sponsored
mohan-governments-appointment-ceremony-appointment-letters-will-be-issued-to-6390-people-in-9-departments | Argus News