ଗୁରୁ ଦିବସରେ ମଞ୍ଜି ଧରିଛନ୍ତି ମୋହନ

Key Points
- ଗୁରୁ ଦିବସରେ ମଞ୍ଜି ଧରିଛନ୍ତି ମୋହନ
- 5ଟି ରଙ୍ଗ ବୋଳାର ଖୋଲିଲେ ଗୁମର
- କିନ୍ତୁ କହିଲେ 3 ସପ୍ତାହରେ ହେବ 16 ହଜାର ଶିକ୍ଷକ ନିଯୁକ୍ତି
- ଓଡିଶା ଭୌତିକ ଦୃଷ୍ଟିରୁ ପଛରେ
- ଓଡିଆ ପିଲାଙ୍କ ମେଧା ଶକ୍ତି ଭାରତରେ ଆଗରେ
- ଗାଁ ଗଣ୍ଡାର ସରକାରୀ ସ୍କୁଲ ଓଡିଶାର ଭବିଷ୍ୟତ ଗଢିବାର ଥିଲା କେନ୍ଦ୍ର
- ଶିକ୍ଷକ ସଂଖ୍ୟା ଓ ଗୁଣବତ୍ତା ଓଡିଶା ଭବିଷ୍ୟତରେ ବାଧକ
- ଶିକ୍ଷକ ନିଯୁକ୍ତି କଥା କହି ମୋହନ ଧରିଲେ କି ମଞ୍ଜି?
ଅର୍ଗସ ବ୍ୟୁରୋ: ପ୍ରାଥମିକ ଶିକ୍ଷାକୁ ଜଳାଞ୍ଚଳି ଦେଇ ସ୍ମାର୍ଟ ସ୍କୁଲ ନାଁରେ ହାଇସ୍କୁଲର ରୁପାନ୍ତରରଣ କଲେ ନବୀନ ସରକାର । 4 ଟି ପର୍ଯ୍ୟାୟରେ 8677 ହଜାର ସ୍କୁଲର ରୁପାନ୍ତରଣ ନାଁରେ ଖର୍ଚ୍ଚ କଲେ 4 ହଜାର କୋଟିରୁ ଅଧିକ ଟଙ୍କା । ରଙ୍ଗ ବୋଳିଲେ ପୁଟି ମାରିଲେ । ହେଲେ ତା ବି ଚିରସ୍ଥାୟୀ ହେଲାନି.. ଦିନ କେଇଟାରେ ରଙ୍ଗ ଛାଡିଲା.. ଛାତରୁ ସିଂଲିଂ ଖସିଲା. ପାଚେରୀ ଭାଙ୍ଗିଲା । ତେବେ ଏସବୁ ଭିତରେ ପ୍ରାଥମିକ ଶିକ୍ଷାକୁ ଭୁଲିଗଲେ ପୂର୍ବ ସରକାର ଭୁଷୁଡି ପଡିଲା ଶିକ୍ଷାର ମୁଳଦୁଆ.. ପ୍ରାଥମିକ ସ୍କୁଲରେ ବିନା ଶିକ୍ଷକରେ ଚାଲିଲା ପାଠପଢା । ଅଧିକାଂଶ ସମୟରେ ହକ ପାଇଁ ରାସ୍ତାକୁ ଓହ୍ଲାଇଲେ ଶିକ୍ଷକ.. ଗୁରୁ ଦିବସରେ ଭୁଷୁଡିଥିବା ଶିକ୍ଷା ବ୍ୟବସ୍ଥାର ଏ ମଞ୍ଜକୁ ଧରି ପୂର୍ବରୁ ସରକାରକୁ କାଠ ଗଡାକୁ ଟାଣିଛନ୍ତି ମୁଖ୍ୟମନ୍ତ୍ରୀ । ହାଇସ୍କୁଲରେ ହରଣ ଗୁଣନ ନ ଜାଣି କେମିତି ପିଲା ସ୍ମାର୍ଟ ହେବେ ବୋଲି କରିଛନ୍ତି ପ୍ରଶ୍ନ ।
ରାଜ୍ୟରେ ସ୍କୁଲ ଶିକ୍ଷାର ଦୟନୀୟ ସ୍ଥିତି ଓ ପ୍ରଚାର ସର୍ବସ୍ବ ଶିକ୍ଷାର ବାସ୍ତବତାକୁ ନେଇ କିଛି ଦିନ ତଳେ ସାମନାକୁ ଆସିଥିଲା ସର୍ଭେ ରିପୋର୍ଟ......ଭାତହାଣ୍ଡିରୁ ଗୋଟିଏ ଚାଉଳ ଭଳି ସମ୍ବଲପୁର ଜିଲ୍ଲାରେ ଅସର ପକ୍ଷରୁ କରାଯାଇଥିବା ବେୟଣ୍ତ ବେସିକ ସର୍ଭେ ରିପୋର୍ଟରେ ଶିକ୍ଷା ବ୍ୟବସ୍ଥାର ଉଦବେଗଜନକ ସ୍ଥିତି କଥା କୁହାଯାଇଥିଲା... ସମ୍ବଲପୁରରେ ଶହେରୁ 64.1 % ପିଲା ଜାଣନ୍ତିନି କେମିତି ହୁଏ ହରଣ ...14ରୁ 18 ବର୍ଷ ବୟସର ପିଲାଙ୍କ ମଧ୍ୟରୁ 76.5 % କେବଳ ଦ୍ବିତୀୟ ଶ୍ରେଣୀ ପାଠ ପଢିପାରୁଛନ୍ତି। 53.7% ଇଂରାଜୀ ପରୀକ୍ଷାରେ ଅତି କମ୍ ବାକ୍ୟ ପଢିପାରୁଛନ୍ତି। ବିରୋଧୀ ଦଳର ମୁଖ୍ୟ ସଚେତ ଥିବା ବେଲେ ଶିକ୍ଷାର ଦୁର୍ଗତି ନେଇ ସରକାରଙ୍କୁ ଚିଠି ଲେଖଥିଲେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ.. ହେଲେ ଚିଠିକୁ ଗରୁତ୍ବ ଦେଇ ନ ଥିଲେ ସରକାର.. ଆଜି ସେଇ ପୁରଣା କଥା ମନେ ପକାଇ ତାଙ୍କ ସରକାର ଗୁଣାତ୍ମକ ଶିକ୍ଷା ପାଇଁ କି କି ପଦକ୍ଷେପ ନେଉଛନ୍ତି ତାର ହିସାବ ଦେଇଥିଲେ.. ନିପୁଣ ଓଡିଶା ଓ ଡିପ୍ କାର୍ଯ୍ୟକ୍ରମ ମାଧ୍ୟମରେ ପିଲା ସ୍ମାର୍ଟ ହେବେ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ।
ଖାଲି ଥିବା ଶିକ୍ଷକ ପଦ ପୁରଣ ପାଇଁ ନୂଆ ସରକାର ପଦକ୍ଷେପ ନେଉଛନ୍ତି... ଆଗାମୀ ୩ ସପ୍ତାହ ଭିତରେ ୧୬ହଜାର ୧୦ କନିଷ୍ଠ ଶିକ୍ଷକଙ୍କୁ ମିକିବ ନିଯୁକ୍ତି ....ଶିକ୍ଷକ ଅଭାବ ପୂରଣ ପାଇଁ ମୋଟ ୨୭ ହଜାର ୧୯୭ ଶିକ୍ଷକ ନିଯୁକ୍ତି ପାଇବେ ବୋଲି ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଗୁରୁ ଦିବସ ଅବସରରେ ଆଜି ୩୦ଟି ଜିଲ୍ଲାର ୪୪,୭୨୮ଜଣ ବିଦ୍ୟାର୍ଥୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି । ରଙ୍ଗବୋଳି ପୂର୍ବ ସରକାର ସ୍ମାର୍ଟ ନାଁରେ କୋଟି କୋଟି ଟଙ୍କା ସ୍ବାହା କଲେ ହେଲେ ସରକାରୀ ତଥ୍ୟ କହୁଛି 6781 ସ୍କୁଲରେ ପର୍ଯ୍ୟାପ୍ତ ଶ୍ରେଣୀଗୃହ ନାହିଁ, ଛାତ୍ର ଅନୁପାତରେ 6011 ସ୍କୁଲରେ ଶିକ୍ଷକ ନାହାନ୍ତି, 11,710 ସ୍କୁଲକୁ ବିଦ୍ୟୁତ ସଂଯୋଗ ନାହିଁ, 21,065 ସ୍କୁଲରେ ଖେଳପଡିଆ ନାହିଁ, 41,996 ସ୍କୁଲରେ କମ୍ପ୍ୟୁଟର ନାହିଁ । ରାଜ୍ୟରେ ତଳ ମୁହାଁ ଶିକ୍ଷା ବ୍ୟବସ୍ଥାର ଏ ବାସ୍ତବ ଚିତ୍ରକୁ ପରଖିଥିବା ନୂଆ ମୁଖ୍ୟମନ୍ତ୍ରୀଙ୍କ ଗୁଣାତ୍ମକ ଶିକ୍ଷା ପାଇଁ ସ୍ମାର୍ଟ ପଦକ୍ଷେପକୁ ଅପେକ୍ଷା ।