Videos
|
Odisha

Dham Name Removed / ମୋହନ ମାଝୀଙ୍କ ଚିଠିର ବଡ଼ ପ୍ରଭାବ… ଦିଘା ଜଗନ୍ନାଥ ମନ୍ଦିରରୁ ହଟିଲା ‘ଧାମ’

Ritu Das
Browse all articles by Ritu Das
·1 hour ago·2 min read
ମୋହନ ମାଝୀଙ୍କ ଚିଠିର ବଡ଼ ପ୍ରଭାବ… ଦିଘା ଜଗନ୍ନାଥ ମନ୍ଦିରରୁ ହଟିଲା ‘ଧାମ’
India

Key Points

ଦିଘା ଜଗନ୍ନଥ ମନ୍ଦିରରୁ ହଟିଲା ଧାମ ଶବ୍ଦ
ଚିଠି ଲେଖି ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କଲେ ଶୁଭେନ୍ଦୁ ଅଧିକାରୀ


ଭୁବନେଶ୍ବର: ପଶ୍ଚିମବଙ୍ଗର ଦିଘାସ୍ଥିତ ଜଗନ୍ନାଥ ମନ୍ଦିରର ନାମକୁ ନେଇ ଆସିଛି ବଡ଼ ଖବର। ମନ୍ଦିର ନାମରୁ ‘ଧାମ’ ଶବ୍ଦ ହଟାଇବା ପ୍ରସ୍ତାବକୁ ମିଳିଛି ଆନୁଷ୍ଠାନିକ ମଞ୍ଜୁରୀ। ଏଣିକି ମନ୍ଦିରର ନାମ ‘ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର’ ଏବଂ ସାଂସ୍କୃତିକ କେନ୍ଦ୍ରର ନାମ ‘ଶ୍ରୀ ଶ୍ରୀ ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର’ ରହିବ। ଏହି ନିଷ୍ପତ୍ତିକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସ୍ୱାଗତ କରିଛନ୍ତି।

ଦିଘା ଜଗନ୍ନଥ ମନ୍ଦିରରୁ ହଟିଲା ଧାମ ଶବ୍ଦ। ଏଣିକି ସାଂସ୍କୃତିକ କେନ୍ଦ୍ର ‘ଶ୍ରୀ ଶ୍ରୀ ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର’ ଏବଂ ମନ୍ଦିର ‘ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର’ ନାମରେ ନାମିତ ହେବ। ସରକାର ବଦଳିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ପ୍ରସ୍ତାବକୁ ମିଳିଲା ଆନୁଷ୍ଠାନିକ ମଞ୍ଜୁରୀ।

  • ଚିଠି ଲେଖି ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କଲେ ଶୁଭେନ୍ଦୁ ଅଧିକାରୀ

ଶ୍ରୀମନ୍ଦିର ପରିସରରୁ ‘ଧାମ’ ଶବ୍ଦ ହଟାଇବା ନିଷ୍ପତ୍ତିକୁ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ। ପୁରୀ ଶ୍ରୀମନ୍ଦିରର ଧାର୍ମିକ ମର୍ଯ୍ୟାଦା ଓ ପରମ୍ପରା ଅକ୍ଷୁର୍ଣ୍ଣ ରଖିବାକୁ ଗୁରୁତ୍ୱ ଦିଆଯାଇଛି। ପୂର୍ବ ସରକାରଙ୍କ ନିଷ୍ପତ୍ତିକୁ ନେଇ ଜଗନ୍ନାଥପ୍ରେମୀଙ୍କ ଭାବାବେଗ ଆଘାତପ୍ରାପ୍ତ ହୋଇଥିଲା। ସରକାର ବଦଳିବ ପରେ ଏନେଇ ଶୁଭେନ୍ଦୁ ଅଧିକାରୀଙ୍କୁ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଯାହାକୁ ଗ୍ରହଣ କରି ଧାମ ଶବ୍ଦ ହଟାଇବାକୁ ନିଷ୍ପତ୍ତି ନେଇଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ। ଏବେ ତାକୁ ଅନୁଷ୍ଠାନିକ ଅନୁମତି ମିଳିଛି।

ମହାପ୍ରଭୁ ଶ୍ରୀଜଗନ୍ନାଥ ସମଗ୍ର ବିଶ୍ୱର ଆଧ୍ୟାତ୍ମିକ ପ୍ରାଣକେନ୍ଦ୍ର ତଥା କୋଟି କୋଟି ଓଡ଼ିଆଙ୍କ ଆସ୍ଥା, ବିଶ୍ୱାସ ଓ ସାଂସ୍କୃତିକ ପରିଚୟର ସର୍ବଶ୍ରେଷ୍ଠ ପ୍ରତୀକ। ଶ୍ରୀମନ୍ଦିରର ଅନନ୍ୟ ଓ ଅଦ୍ୱିତୀୟ ଧାର୍ମିକ ମର୍ଯ୍ୟାଦାକୁ ଅତୁଟ ରଖିବା ଦିଗରେ ନିଆଯାଇଥିବା ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମୁଖ୍ୟମନ୍ତ୍ରୀ ତାଙ୍କ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି, ପୂର୍ବ ସରକାରଙ୍କ ପକ୍ଷରୁ ମନ୍ଦିର ପରିସରରେ ‘ଜଗନ୍ନାଥ ଧାମ’ ନାମ ବ୍ୟବହାରକୁ ନେଇ ନିଆଯାଇଥିବା ନିଷ୍ପତ୍ତି ସମଗ୍ର ବିଶ୍ୱର ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ ଗଭୀର ଭାବେ ଆଘାତ ଦେଇଥିଲା। ପୂର୍ବ ସରକାରଙ୍କ ନିଷ୍ପତ୍ତିରେ ମନ୍ଦିର ପରିସରରୁ ‘ଧାମ’ ଶବ୍ଦ ହଟାଇବା ନିଷ୍ପତ୍ତିକୁ ମୁଖ୍ୟମନ୍ତ୍ରୀ ସ୍ୱାଗତ କରିଛନ୍ତି। ଏହାଦ୍ୱାରା ଆନୁଷ୍ଠାନିକ ଭାବେ ସାଂସ୍କୃତିକ ପରିଚୟ ଓ ଧାର୍ମିକ ମର୍ଯ୍ୟାଦାକୁ ସୁନିଶ୍ଚିତ କରାଯାଇଛି ବୋଲି ସେ ଉଲ୍ଲେଖ କରିଛନ୍ତି।

ଏଣିକି ସାଂସ୍କୃତିକ କେନ୍ଦ୍ର ‘ଶ୍ରୀ ଶ୍ରୀ ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର’ ଏବଂ ମନ୍ଦିର ‘ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର’ ନାମରେ ନାମିତ ହେବ। ଶ୍ରୀଜଗନ୍ନାଥଙ୍କ ଏହି ପରମ୍ପରା, ଆଧ୍ୟାତ୍ମିକ ଗରିମା ଓ ଐତିହ୍ୟକୁ ସମ୍ମାନ ଦେବା ନିଷ୍ପତ୍ତିକୁ ମୁଖ୍ୟମନ୍ତ୍ରୀ ସ୍ୱାଗତ କରିଛନ୍ତି। ଓଡ଼ିଶା ଏବଂ ପର୍ଯ୍ୟଟନରେ ବିକଶିତ ନେତୃତ୍ୱ ଓ ଗଠନମୂଳକ ସହଯୋଗ ଫଳରେ ଏହି ଐତିହାସିକ ସମାଧାନ ସମ୍ଭବ ହୋଇପାରିଛି। ଏହା ସନାତନ ସଂସ୍କୃତି, ପରମ୍ପରା ଏବଂ ଅନନ୍ତ ଭକ୍ତଙ୍କ ଧାର୍ମିକ ଆସ୍ଥା ପ୍ରତି ଆମର ଅତୁଟ ସମ୍ମାନକୁ ପ୍ରତିଫଳିତ କରେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।