Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଧାନସଭାରେ ଉଦାହରଣ ସୃଷ୍ଟି କଲେ ମୋହନ ମାଝୀ

Sangram Tripathy
Browse all articles by Sangram Tripathy
·1 year ago·2 min read
ବିଧାନସଭାରେ ଉଦାହରଣ ସୃଷ୍ଟି କଲେ ମୋହନ ମାଝୀ

ଅର୍ଗସ ବ୍ୟୁରୋ:ବିଧାନସଭାରେ ଉଦାହରଣ ସୃଷ୍ଟି କଲେ ମୋହନ ମାଝୀ । ଦୀର୍ଘ ବର୍ଷ ପରେ ଦୀର୍ଘକାଳୀନ ଅଧିବେଶନ ଦେଖିଲେ ରାଜ୍ୟବାସୀ । ପ୍ରଦିଦିନ ଗୃହରେ ଉପସ୍ଥିତ ରହି ବିଭିନ୍ନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ କରୁଥିଲେ ଆଲୋଚନା । କିନ୍ତୁ ଦଳୀୟ ବୈଠକ କରୁଥିଲେ ବି ଗୃହକୁ ଆସୁନଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଅଧିବେଶନ ପରେ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କୁ ଭେଟି ସୃଷ୍ଟି କରିଛନ୍ତି ନୂଆ ପରମ୍ପରା। ଚର୍ଚ୍ଚାରେ ରହିଛନ୍ତି ମୋହନ ସରକାର। ଏହାରି ମଧ୍ୟରେ ଶେଷ ହୋଇଛି ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ । ଜୁଲାଇ ୨୨ ରୁ ଆରମ୍ଭ ହୋଇଥିବା ଏହି ବଜେଟ ଅଧିବେଶନରେ ୨୫ ଟି କାର୍ଯ୍ୟ ଦିବସ ସହ ଶେଷ ହୋଇଛି । ଯେଉଁଥିରେ ୨୮୭୪ ତାରକା ପ୍ରଶ୍ନ, ୩୫୩୪ଅଣତାରକା ପ୍ରଶ୍ନ ନୋଟିସ ଗ୍ରହଣ, ୪୯୨୧ ଅଣତାରକା ପ୍ରଶ୍ନର ଉତ୍ତରା ଉପସ୍ଥାପନ, ୧୯ ଟି ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା,୮୩ ଟି କାଗଜ ଉପସ୍ଥାପନ,୧୧ ଟି ବାର୍ଷିକ ରିପୋର୍ଟ ଉପସ୍ଥାପନ ସହ ୪୨ଟି କମିଟି ରିପୋର୍ଟ ମଧ୍ୟ ଉପସ୍ଥାପନ ହୋଇଛି । ତେବେ ମୋହନ ସରକାରଙ୍କ ପ୍ରଥମ ବିଧାନସଭା ଅଧିବେଶନ ସୃଷ୍ଟି କରିଛି ଅନେକ ନୂଆ ପରମ୍ପରା ।

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗୃହରେ ପ୍ରତ୍ୟକ ଦିନ ଉପସ୍ଥିତ ରହିବା ସହ ବଜେଟ ଉପସ୍ଥାପନ,ଖର୍ଚ୍ଚ ଦାବି ଆଲୋଚନା ଓ ବ୍ୟୟ ମଞ୍ଜୁରି ବିଲ ପାରିତ ସମୟରେ ଘଣ୍ଟେରୁ ଅଧିକ ସମୟ ବିବୃତ୍ତି ରଖି ରେକର୍ଡ କରିଥିଲେ । ମାତ୍ର ଅନ୍ୟପଟେ ଦଳୀୟ ବୈଠକ କରୁଥିଲେ ବି ଗୃହକୁ ଆସୁନଥିଲେ ବିରୋଧୀ ଦଳ ନେତା । ଯେବେ ଆସୁଥିଲେ ଅତି ବେଶିରେ ୫ ମିନିଟ ରହି ଚାଲି ଯାଉଥିଲେ । ବିଶେଷ କରି ବିଧାନସଭା ଅଧିବେଶନ ସରିବା ପରେ ମୁଖ୍ୟମନ୍ତ୍ରୀ ଏବଂ ଉପ ମୁଖ୍ୟମନ୍ତ୍ରୀଙ୍କ ସହ ଓଡିଶା ବିଧାନସଭା ସଦସ୍ୟ ମାନେ ରାଜ୍ୟପାଳଙ୍କୁ ଭେଟି ଆଲୋଚନା କରିବା ବି ପୁର୍ବ ସରକାରରେ ଦେଖିବାକୁ ମିଳୁ ନ ଥିଲା।

ଭାରତୀୟ ସମ୍ବିଧାନ ଅନୁଯାୟୀ ପ୍ରତି କ୍ୟାଲେଣ୍ଡର ବର୍ଷରେ ଅତିକମରେ ୬୦ ଟି କାର୍ଯ୍ୟ ଦିବସ ସହ ବିଧାନସଭାର ତିନୋଟି ଅଧିବେଶନ ବସିବା କଥା । ମାତ୍ର ପୂର୍ବ ସରକାର ଅର୍ଥାତ ନବୀନଙ୍କ ସରକାର ସମୟରେ ତାର ବ୍ୟତିକ୍ରମ ଦେଖିବାକୁ ମିଳିଥିଲା । ଯେବେ ମନ ସେବେ ବିଧାନସଭାକୁ ବନ୍ଦ କରିଦେଉଥିଲେ ତତ୍କାଳୀନ ସରକାର । ତଥ୍ୟ କହୁଛି ୨୦୧୯/୨୦/୨୧ ଆର୍ଥିକ ବର୍ଷରେ ୧୮୦ ଟି କାର୍ଯ୍ୟ ଦିବସରୁ ମାତ୍ର ୧୧୨ ଟି କାର୍ଯ୍ୟ ଦିବସ ସହ ୮ ଟି ଅଧିବେଶନ ବସିଥିଲା । ବିଶେଷ କରି ଷୋଡଶ ବିଧାନସଭାର ଅଷ୍ଟମ ଅଧିବେଶନ ପାଇଁ ୩୧ଟି କାର୍ଯ୍ୟ ଦିବସ ସ୍ଥିରୀକୃତ ହୋଇଥିବା ବେଳେ ୧୭ ଦିନ ପୂର୍ବରୁ ଅଗଣତାନ୍ତ୍ରିକ ଭାବେ ବନ୍ଦ କରିଦିଆଯାଇଥିବା ଅଭିଯୋଗ ଆସିଥିଲା । କିନ୍ତୁ ବିଧାନସଭାରେ ମୋହନଙ୍କ ନୂଆ ପରମ୍ପରା ଚର୍ଚ୍ଚାରେ ରହିଛି 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Mohan Majhi set an example in the assembly | Argus News