Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

CM Mohan Majhi / କଥା ଦେଇ କଥା ରଖିଲେ ମୋହନ ସରକାର

Satyendu Sekhar Mishra
Browse all articles by Satyendu Sekhar Mishra
·6 months ago·2 min read
କଥା ଦେଇ କଥା ରଖିଲେ ମୋହନ ସରକାର
CM Mohan Majhi

Key Points

ନୂଆ ବର୍ଷରେ ରାଜ୍ୟ ସରକାରଙ୍କ ନୂଆ ସଂକଳ୍ପକୁ ଲୋକଙ୍କ ଆଗରେ ରଖିଛନ୍ତି ରାଜ୍ୟ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ।

କଥା ଦେଇ କଥା ରଖିଛି ବିଜେପି । ପୂର୍ବ ସରକାର ଘୋଷଣା କରୁଥିଲେ କିନ୍ତୁ ପୂରଣ କରୁନଥିଲେ । କିନ୍ତୁ ବିଜେପି ସରକାର ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛି । ୨୮ଟି ନୂଆ ଏନଏସି, ୭ଟି ପୌରପାଳିକା ଏବଂ ଗୋଟିଏ ମହାନଗର ନିଗମ ଘୋଷଣା ହେଲାଣି । ନୂଆ ବର୍ଷରେ ରାଜ୍ୟ ସରକାରଙ୍କ ନୂଆ ସଂକଳ୍ପକୁ ଲୋକଙ୍କ ଆଗରେ ରଖିଛନ୍ତି ରାଜ୍ୟ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର । ପୁରୀକୁ ନେଇ ସରକାର ସ୍ୱତନ୍ତ୍ର ଯୋଜନା କରୁଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ। ପୁରୀକୁ ମହାନଗର ନିଗମ ଭାବେ ବିଧିବଦ୍ଧ ବିଜ୍ଞପ୍ତି ବାହାରିଛି । ପୁରୀ ଆମ ସମସ୍ତଙ୍କ ପରିଚୟ ।

ପୁରୀ ବହୁ ପୂର୍ବରୁ ମହାନଗର ନିଗମ ମାନ୍ୟତା ପାଇବା ପାଇଁ ଯୋଗ୍ୟତା ଅର୍ଜନ କରିଥିଲା । ହେଲେ ତାହା ହୋଇନଥିଲା । ତେବେ ବିଜେପି ସରକାର ଆସିବା ପରେ ମହାନଗର ନିଗମ କଲେ । ଡିସେମ୍ବର ୩୧ ତାରିଖ ଭିତରେ ତାହା ସମ୍ପନ୍ନ ହୋଇଛି । ସେହିପରି ପୁରୀକୁ ମଡେଲ ସିଟି ଭାବେ ବିକଶିତ କରାଯିବା ନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ । PKDA ସହ ମଧ୍ୟ ଏନେଇ ୫ ତାରିଖ ବୈଠକ ହେବ । PKDA ଅଞ୍ଚଳ ପରିଧି ବୃଦ୍ଧି ହେବ । TP ସ୍କିମରେ ଅନ୍ତର୍ଭୁକ୍ତ ହେବ । କର୍ପୋରେସନ ଅଞ୍ଚଳ ବଢ଼ିବ। ଆଇନ କାନୁନ କୋହଳ କରାଯିବ । ଆଇନକାନୁନ ଲୋକାଭିମୁଖୀ ହେବ ବୋଲି କହିଛନ୍ତି ମନ୍ତ୍ରୀ ।

ଜୁଲାଇ ୩ରେ ପୁରୀକୁ ମହାନଗର ନିଗମ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ରାଜ୍ୟର ୪ଟି ସହର NAC ହେଲା ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି । ଲୋଇସିଂହା, ଚଣ୍ଡିଖୋଲ, ଯଶୀପୁର ଓ ବସ୍ତା ସହର NAC ଘୋଷିତ । ବ୍ରହ୍ମପୁର ମହାନଗର ନିଗମର କଳେବର ବୃଦ୍ଧି ନେଇ ମଧ୍ୟ ବିଜ୍ଞପ୍ତି ପ୍ରକାଶ ।

ଅନ୍ୟପଟେ ଏହାପୂର୍ବରୁ ଚଳିତ ମାସ ୨୨ ତାରିଖରେ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ରାଜ୍ୟର ୧୪ଟି ଜିଲ୍ଲାରେ ୨୪ଟି ନୂଆ NAC ଏବଂ ୩ଟି ଜିଲ୍ଲାରେ ୫ଟି ନୂଆ ମ୍ୟୁନିସିପାଲିଟି ଗଠନ କରାଯାଇଛି। ନୂତନ NAC ତାଲିକାରେ ପାଲଲହଡ଼ା, ସିମୁଳିଆ, ସୋହେଲା, ତିହିଡ଼ି, ସାଲେପୁର, ବଡ଼ମ୍ବା, ନରସିଂହପୁର, ନର୍ଲା ଓ ବୋରିଗୁମ୍ମା ଭଳି ୨୪ଟି ଅଞ୍ଚଳ ସ୍ଥାନ ପାଇଥିବା ବେଳେ ବୈଦ୍ଧଗଡ଼, ଭଞ୍ଜନଗର, କବିସୂର୍ଯ୍ୟନଗର, ପୋଲସରା ଓ କରଞ୍ଜିଆ ଏବେଠାରୁ ମ୍ୟୁନିସିପାଲିଟି ଭାବେ କାର୍ଯ୍ୟ କରିବ । ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ସହରାଞ୍ଚଳର ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହେବ ବୋଲି ଆଶା କରାଯାଉଛି । ନୂଆ ବର୍ଷ ପୂର୍ବରୁ ରାଜ୍ୟର ପୌର ପ୍ରଶାସନ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ବୋଲି ଦେଖିବାକୁ ମିଳିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
CM Mohan Majhi | Mohan Sarkar kept his word after giving his word. | Argus News