ଅଫିସରଙ୍କୁ ମୋହନ ସରକାରଙ୍କ କଡା ବାର୍ତ୍ତା, ଲୋକଙ୍କ ଅଭିଯୋଗ ନଶୁଣିଲେ ହେବ ଆକ୍ସନ

Key Points
- ଅଫିସରଙ୍କୁ ମୋହନ ସରକାରଙ୍କ କଡା ବାର୍ତ୍ତା
- ଲୋକଙ୍କ ଅଭିଯୋଗ ନ ଶୁଣିଲେ ହେବ ଆକ୍ସନ
- ଆସୁଥିବା ଅଭିଯୋଗର ତ୍ୱରିତ ସମାଧାନ ପାଇଁ ସବୁ ବିଭାଗକୁ ଚିଠି
- ପଞ୍ଚାୟତିରାଜ ମନ୍ତ୍ରୀ କହିଲେ ବ୍ୟବସ୍ଥା ବଦଳିଛି ହେଲେ ମାନସିକତା ବଦଳିନି
- ସେପଟେ ନଗର ଉନ୍ନୟନ ମନ୍ତ୍ରୀଙ୍କ ଅନ ଦ ସ୍ପଟ ତାଗିଦ୍ କୁ ନେଇ ଚର୍ଚ୍ଚା
ଅର୍ଗସ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଏହି ଚିଠି ଉପରେ । ଲୋକଙ୍କ ଅଭିଯୋଗର ତ୍ବରିତ ସମାଧାନ ସମ୍ପର୍କରେ ସମସ୍ତ ବିଭାଗକୁ ଲେଖିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ଧଳ । ଚିଠିରେ ଲେଖାଯାଇଛି ଯେ ଜନ ଶୁଣାଣି ହେଉଛି ଓଡିଶା ସରକାରଙ୍କ ସର୍ବୋତ୍ତମ କାର୍ଯ୍ୟକ୍ରମ । ମାତ୍ର ପ୍ରାପ୍ତ ଅଭିଯୋଗ ଗୁଡିକର ସ୍ଥିତି ସମୀକ୍ଷା କରିବା ସମୟରେ ଏହା ପରିଲକ୍ଷିତ ହୋଇଛି ଯେ ଅନେକ ଅଭିଯୋଗ ଦୀର୍ଘ ଦିନ ଧରି ବିଭିନ୍ନ ସ୍ତରରେ ତ୍ବରିତ ପଦକ୍ଷେପ ନେବାରେ ବିଳମ୍ବ ହେଉଛି । ଯାହା ଦ୍ବାରା ଅଭିଯୋଗକାରୀ ମାନେ ସମାନ ଅଭିଯୋଗକୁ ନେଇ ବାରମ୍ବାର ଆସୁଛନ୍ତି । ତେଣୁ ଯେଉଁ ଅଧିକାରୀମାନେ ଜାଣିଶୁଣି ଅଭିଯୋଗ ଗୁଡିକର ସମାଧାନରେ ଅବହେଳା କରୁଛନ୍ତି ସେମାନଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ । ଯାହାକୁ ନେଇ ପଞ୍ଚାୟତିରାଜ ମନ୍ତ୍ରୀ କହିଛନ୍ତି ଲୋକଙ୍କ ଅଭିଯୋଗ ଶୁଣାଣି ଆମ ସରକାରଙ୍କ ପ୍ରାଥମିକତା । ସେଥିରେ ଅବହେଳା କଲେ କାର୍ଯ୍ୟାନୁଷ୍ଠାନ ନିହାତି ନିଆଯିବ ।
ସେପଟେ ବ୍ଲକ କାର୍ଯ୍ୟାଳୟରେ ଜନ ଶୁଣାଣି ବେଳେ ଅଫିସରଙ୍କୁ ନଗର ଉନ୍ନୟନ ମନ୍ତ୍ରୀଙ୍କ ଅନ ଦ ସ୍ପଟ ତାଗିଦ୍ କୁ ନେଇ ଚର୍ଚ୍ଚା.. ବ୍ଲକ କାର୍ଯ୍ୟାଳୟରେ ଜନ ଶୁଣାଣି କରୁଥିବା ବେଳେ ଜଣେ ମହିଳା ସମାନ ଅଭିଯୋଗକୁ ଦ୍ବିତୀୟ ଥର ଆଣିକି ଆସିଥିବା ଦେଖିବାକୁ ପାଇଥିଲେ ନଗର ଉନ୍ନୟନ ମନ୍ତ୍ରୀ । ଯାହା ପରେ ଅଫିସରଙ୍କ ମାନଙ୍କ ଉପରେ ବିରକ୍ତି ପ୍ରକାଶ କରିବା ସହ ତାଗିଦ୍ କରି କହିଥିଲେ କାହିଁକି ଉକ୍ତ ମହିଳାଙ୍କ ଅଭିଯୋଗ ଗୋଟିଏ ଥରକେ ସମାଧାନ ହେଲା ନାହିଁ । କାହିଁକି ପୁଣି ଥରେ ତାଙ୍କୁ ଆସିବାକୁ ପଡିଲା । ଯଦି ଆଗକୁ ଅଫିସର ମାନେ ଏପରି ମାନସିକତା ରଖନ୍ତି ତେବେ ତାଙ୍କୁ ଅନ ଦ ସ୍ପଷ୍ଟ ବହିଷ୍କାର କରାଯିବ ବୋଲି ଚେତାବନୀ ଦେଇଥିଲେ ମନ୍ତ୍ରୀ ।
ଅନ୍ୟପଟେ ବିଜେଡି ଓ କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କ ଏପରି ଆକ୍ସନ ଚେତାବନୀକୁ ସ୍ବାଗତ କରିଛନ୍ତି । ଅଫିସର ମାନେ ଲୋକ ସମସ୍ୟାକୁ ଅଣଦେଖା କରୁଥିବାରୁ ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ କଥା ଆସୁଛି ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ।ରାଜ୍ୟ ସରକାରଙ୍କ ଜନ ଶୁଣାଣି ପୋର୍ଟାଲ ତତ୍ୟ ଅନୁଯାୟୀ 11 ଲକ୍ଷ 94 ହଜାର 86 ଅଭିଯୋଗ ଦାଖଲ କରାଯାଇଥିବା ବେଳେ ସମାଧାନ ହୋଇଛି 9 ଲକ୍ଷ 79 ହଜାର 672 ଅଭିଯୋଗ । ସେହିପରି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ 8031 ଅଭିଯୋଗ ଆସିଥିବା ବେଳେ ସମାଧାନ ହୋଇଛି 6545 ଅଭିଯୋଗ ।
ମୁଖ୍ୟମନ୍ତ୍ରୀଙ୍କ 7 ପାଳି ଜନ ଶୁଣାଶି ମଧ୍ୟରୁ ପ୍ରଥମ ପାଳିରେ 90 ପ୍ରତିଶତ ଅଭିଯୋଗର ସମାଧାନ ହୋଇଥିବା ବେଳେ ଦ୍ବିତୀୟରେ 88 ପ୍ରତିଶତ, ତୃତିୟ ପାଳିରେ 86 ପ୍ରତିଶତ, ଚତୁର୍ଥ ପାଳିରେ 84 ପ୍ରତିଶତ, ପଞ୍ଚମ ପାଳିରେ 83 ପ୍ରତିଶତ, ଷଷ୍ଠ ପାଳିରେ 54 ପ୍ରତିଶତ ଓ ସପ୍ତମ ପାଳିରେ 47 ପ୍ରତିଶତ ଅଭିଯୋଗର ସମାଧାନ ହୋଇଛି । ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ବିରକ୍ତି ପ୍ରକାଶ କରିବା ସହ ଅଫିସରଙ୍କୁ ଏପରି କଡାବାର୍ତ୍ତା ଦେଇଥିବା କୁହାଯାଉଛି ।
📱 Get Argus News App
✨ଅଧିକ ପଢ଼ନ୍ତୁ ରାଜନୀତି ଖବର: