ଚାଷୀଙ୍କ ପାଇଁ ମୋହନଙ୍କ ହାତ ଖୋଲା ବଜେଟ

ଅର୍ଗସ ବ୍ୟୁରୋ: ବିଧାନସଭାରେ ଉପସ୍ଥାପିତ ହୋଇଛି ୨୦୨୪-୨୫ ଆର୍ଥିକ ବର୍ଷ ଲାଗି ବଜେଟ୍,ବଜେଟରେ ଚାଷୀ ଓ ଚାଷଙ୍କୁ ଗୁରୁତ୍ବ ଦେଇଛନ୍ତି ମୋହନ ସରକାର। ବଜେଟର ପ୍ରଥମ ପର୍ୟ୍ୟାୟର କୃଷି ବଜେଟ ସଂପର୍କରେ କରିଛନ୍ତି ବଡ଼ ଘୋଷଣା। ଚଳିତ ବର୍ଷ କୃଷି ବଜେଟର ପରିମାଣ ରହିଛି ୩୩, ୯୧୯ କୋଟି । ଧାନ କ୍ବିଣ୍ଟାଲ ପିଛା ୩୧ଶହ ଟଙ୍କାରେ କିଣିବେ ସରକାର,ଯାହା ଚାଷୀଙ୍କୁ ବେଶ ସୁହାଇବ। ଏମଏସପି ଠାରୁ ୮ଶହ ଟଙ୍କା ଅଧିକ ଦିଆଯିବ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେପଟେ ୨୦୨୩-୨୪ ଆର୍ଥିକ ବର୍ଷରେ ୨୪ ହଜାର ୮୨୯ କୋଟି ରହିଥିବାବେଳେ ୨୦୨୪-୨୫ ଆର୍ଥିକ ବର୍ଷରେ ୩୬% ବୃଦ୍ଧି କରାଯାଇ ୩୩ ହଜାର ୯୧୯ କୋଟି ଟଙ୍କାର କରାଯାଇଛି ବ୍ୟୟ ବରାଦ ।
ଚାଷୀଙ୍କ ସିଏମ୍ କିଷାନ ନାମକ ଯୋଜନା କରିଛନ୍ତି ସରକାର। ସିଏମ୍ କିଷାନ ଯୋଜନା ପାଇଁ ୧ହଜାର ୯୩୫ କୋଟି,ସମୃଦ୍ଧ କୃଷକ ଯୋଜନା ପାଇଁ ୫ ହଜାର କୋଟି ବ୍ୟୟବରାଦ କରିଛନ୍ତି ସରକାର । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ପାଇଁ ୬୦୦ କୋଟି ଟଙ୍କାର କରାଯାଇଛି ବ୍ୟୟ ବରାଦ।କୃଷକଙ୍କ ଆୟ ବୃଦ୍ଧି ପାଇଁ ନିଆଯାଉଛି ପଦକ୍ଷେପ । ପିଏମ କିଷାନ ଯୋଜନାରେ ଚାଷୀଙ୍କ ନାଁରେ ଥିବା ଜମିକୁ ଆଧାର ନ କରି ରାଜ୍ୟର ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ଚାଷୀଙ୍କୁ ଅନ୍ତର୍ଭୁକ୍ତ କରିବାକୁ ନିଆଯାଇଛି ପଦକ୍ଷେପ।
ଧାନକିଣା ବ୍ୟବସ୍ଥାକୁ ସରଳ କରିବା ସହ କଟନିଛଟନିକୁ ବନ୍ଦ କରାଯାଇ ଆର୍ଦ୍ରତା ପରିମାଣକ ମେସିନ କରାଯିବ ବ୍ୟବହାର ବୋଲି ଜଣାପଡିଛି । ରାଜ୍ୟସରକାର ଚାଷୀପାଇଁ ଦିଲ୍ ଖୋଲ ବଜେଟ ଘୋଷଣାରେ ଖୁସି ବ୍ୟକ୍ତ କରିଛନ୍ତି ଚାଷୀକୂଳ। ସଭିଏ କହୁଛନ୍ତି ଚାଷୀଙ୍କ ସରକାର ମୋହନ ସରକାର