ଚାଷୀ ମେଳାରେ ମୋହନଙ୍କ ସିଧା ବାଣ: କହିଲେ ପୂର୍ବ ସରକାର ଠକିଥିଲେ ଚାଷୀକୁ

ଚାଷୀ ମେଳାରେ ନବୀନଙ୍କ ଆଳୁ ଓ ପଣସ ମିଶନକୁ ମୋହନଙ୍କ ନିଶାନା। କହିଛନ୍ତି ଭୋଟ ବ୍ୟାଙ୍କ ପାଇଁ କେବଳ ପ୍ରଚାରରେ ସମୀତ ଥିଲା ନବୀନଙ୍କ ମିଶନ। ଚାଷୀଙ୍କୁ ଠକୁଥିଲେ ନବୀନ ସରକାର। ଦୁଇ ଦଶନ୍ଧିରେ କେବଳ ଧାନ କିମ୍ବା ଚାଉଳକୁ ଛାଡିଲେ ଅନ୍ୟ କୌଣସି କୃଷି ଉତ୍ପାଦନରେ ଓଡିଶା ସ୍ବାବଲମ୍ବୀ ହୋଇପାରିନାହିଁ। ଆଳୁ ପାଇଁ ପଶ୍ଚିମ ବଙ୍ଗ ନାଲିଆଖି ଦେଖାଉଛି, ପିଆଜ ପାଇଁ ମହାରାଷ୍ଟ୍ର , ଟମାଟୋ ପାଇଁ କର୍ଣ୍ଣାଟକ ଉପରେ ଭରସା କରିବାକୁ ପଡୁଛି। ମାଛ ଅଣ୍ଡା ପାଇଁ ଆନ୍ଧ୍ରପ୍ରଦେଶ ଉପରେ ଭରସା କରିବାକୁ ପଡୁଛି। ଯଦି ତାହା ନ ହୁଏ ତେବେ ମିଡ ଡେ ମିଲରେ ଛାତ୍ରଛାତ୍ରୀମାନେ ଅଣ୍ଡା ପାଇବେ ନାହିଁ ବୋଲି କହିଛନ୍ତି ମୋହନ।
ମିଶନ ନାଁରେ ପୂର୍ବ ସରକାର ଯାହା କରିଥିଲେ ତାକୁ କଟାକ୍ଷ କରି ମୋହନ କହିଛନ୍ତି ଅପରେସନ ସକସେସ ଫୁଲ ପେସେଣ୍ଟ ଡେଡ। ମମତାଙ୍କ ଆଉ ଓଡିଶା ପ୍ରତି ମମତା ନ ଥିବା କଥା କହି ଉଭୟ ନବୀନ ଓ ମମତାଙ୍କୁ କଟାକ୍ଷ କରିଥିଲେ ମୋହନ। ଆଳୁରେ ଓଡିଶା କିପରି ଆତ୍ମନିର୍ଭର ହେବ ସେ ନେଇ ନୂଆ ସରକାରଙ୍କ ଆଳୁ ମିଶନର ରୋଡ ମ୍ୟାପକୁ କୃଷିମେଳାରେ ରଖିଥିଲେ ଉଭୟ ମୁଖ୍ୟମନ୍ତ୍ରୀ ଓ କୃଷି ମନ୍ତ୍ରୀ। ଓଡ଼ିଆ ଚାଷୀଙ୍କ ଆୟ ବୃଦ୍ଧିରେ ବାଧକ ସାଜିଥିଲା ବିଜେଡି ସରକାର। ଅକ୍ଟୋବରରେ ପ୍ରକାଶିତ ନାବାର୍ଡର ରିପୋର୍ଟ ଅନୁସାରେ ତଳ ଆଡୁ ଦୁଇ ନମ୍ବରରେ ଓଡ଼ିଶା ଚାଷୀଙ୍କ ମାସିକ ଆୟ। ଜଳସେଚନ ବିଫଳତା, ଦୁର୍ବଳ ବଜାର ବ୍ୟବସ୍ଥା କମ ଆୟର ପ୍ରମୁଖ କାରଣ।
📱 Get Argus News App
✨କୃଷକ ପରିବାରଗୁଡ଼ିକର ଜାତୀୟ ହାରାହାରି ଆୟ ୧୩,୬୬୧ ଟଙ୍କା। କିନ୍ତୁ ଆମ ଓଡ଼ିଶାରେ ୯୨୯୦ ଟଙ୍କା ରହିଛି ଚାଷୀଙ୍କ ମାସିକ ଆୟ। ଦେଶରେ ଚାଷୀ ପରିବାରଗୁଡ଼ିକର ମାସିକ ହାରାହାରି ଆୟ ଗତ ୫ ବର୍ଷ ଭିତରେ ୫୩ ପ୍ରତିଶତ ବଢ଼ିଛି। କିନ୍ତୁ ଦୁର୍ଦ୍ଦିନରେ ବଞ୍ଚୁଛନ୍ତି ଆମ ରାଜ୍ୟର ଚାଷୀ। ଏଥିପାଇଁ ନବୀନ ସରକାରର ଚାଷୀ ମାରଣ ନୀତିକୁ ଦାୟୀ କରୁଛନ୍ତି ଚାଷୀ ବଦଳିଛି ସରକାର। ବଦଳିଛି ମିଶନର ତରିକା। ଏବେ ଫୋକସରେ ଚାଷୀଙ୍କ ଆୟ। ଚାଷୀଙ୍କ ପକେଟକୁ ଅଧିକ ଅର୍ଥ ଦେବାକୁ ଧାନ କୁଇଣ୍ଟାଲ ପିଛା ଏମଏସପି ଉପରେ ଅଧିକ 800 ଟଙ୍କା ବୋନସ ଦେଉଛନ୍ତି ନୂଆ ସରକାର। ପିଏମ କିଶାନରେ ଅଧିକ 3 ଲକ୍ଷ 62 ହଜାର ଚାଷୀଙ୍କୁ କରିଛନ୍ତି ସାମିଲ।
