Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ପ୍ରଶାନ୍ତ ଶତପଥୀଙ୍କ ନାମରେ ସୋସିଆଲ ମିଡିଆରେ ମଗାଯାଉଛି ଟଙ୍କା

Odisha

ପ୍ରଶାନ୍ତ ଶତପଥୀଙ୍କ ନାମରେ ସୋସିଆଲ ମିଡିଆରେ ମଗାଯାଉଛି ଟଙ୍କା

Swoyang prajna Mishra
Browse all articles by Swoyang prajna Mishra
·1 year ago
ପ୍ରଶାନ୍ତ ଶତପଥୀଙ୍କ ନାମରେ ସୋସିଆଲ ମିଡିଆରେ ମଗାଯାଉଛି ଟଙ୍କା

ମରିଗଲା ମାନବିକତା, ମୃତ ବ୍ୟକ୍ତିଙ୍କୁ ବି ଛାଡ଼ିଲେନି ସାଇବର ଠକ । ପହଲଗାମ ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ପ୍ରଶାନ୍ତ ଶତପଥୀଙ୍କ ନାମରେ ସୋସିଆଲ ମିଡିଆରେ ମଗାଯାଉଛି ଟଙ୍କା । ବିନା ପ୍ରଶାନ୍ତଙ୍କ ପରିବାରଙ୍କ ଅନୁମତିରେ ତାଙ୍କ ନାମରେ ଟଙ୍କା ଆଦାୟ ନେଇ ଅଭିଯୋଗ ଆଣିଛନ୍ତି ମୃତ ପ୍ରଶାନ୍ତଙ୍କ ପରିବାର । ଏନେଇ ପ୍ରଶାନ୍ତଙ୍କ ପରିବାର ପକ୍ଷରୁ ସାଇବର ଥାନାରେ ଅଭିଯୋଗ ହୋଇଛି ।


ମାମଲା ରୁଜ୍ଜୁ କରି ତଦନ୍ତ କରୁଛି ପୋଲିସ । ପ୍ରଶାନ୍ତଙ୍କ ପରିବାର ଟଙ୍କା ଆଦାୟକୁ ନାପସନ୍ଦ କରିବା ସହ ସେ ଏପରି କାହାକୁ କରିବାକୁ ଅନୁମତି ଦେଇନଥିବା କହିଛନ୍ତି । ଏହା ସହ କୌଣସି ସୋସିଆଲ ମିଡିଆରେ ଯଦି ଏପରି ଟଙ୍କା ଆଦାୟ କରାଯାଉଛି, ତେବେ ଏଥିରୁ ସମସ୍ତେ ନିବୃତ୍ତ ରୁହନ୍ତୁ ବୋଲି ନିବେଦନ କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Money fraud in social media in the name of prashant satpathy | Argus News