Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଜନ ସମର୍ଥନ ନୁହେଁ, ଟଙ୍କା ହିଁ ବିଜେଡିର ଶେଷ ଭରସା

Ritu Das
Browse all articles by Ritu Das
·2 years ago·1 min read
ଜନ ସମର୍ଥନ ନୁହେଁ, ଟଙ୍କା ହିଁ ବିଜେଡିର ଶେଷ ଭରସା

ଅର୍ଗସ ବ୍ୟୁରୋ: ଜନ ସମର୍ଥନ ନୁହେଁ, ଟଙ୍କା ହିଁ ବିଜେଡିର ଶେଷ ଭରସା । ଏହା ଏବେ ଅଭିଯୋଗ ନୁହେଁ, ପ୍ରମାଣ ଆକାରରେ ସର୍ବସାଧାରଣରେ ଉପଲବ୍ଧ । ବାଲେଶ୍ବର ଜିଲ୍ଲା ରେମୁଣା ବ୍ଲକ ପରିସରରେ ଥିବା ମିଶନ ଶକ୍ତି ଭବନରୁ ଉଦ୍ଧାର ହୋଇଛି ଭୋଟରଙ୍କ ପାଇଁ ବାଣ୍ଟିବା ଉଦ୍ଦେଶ୍ୟରେ ଥିବା ବଣ୍ଡଲ ବଣ୍ଡଲ ଟଙ୍କା । ଆଜି ସନ୍ଧ୍ୟା ପରେ ମିଶନ ଶକ୍ତି ସରକାରୀ କର୍ମଚାରୀ ଓ ମହିଳାମାନଙ୍କର ଯିବା ଆସିବାକୁ ଦେଖି ସନ୍ଦେହରେ ସାଧାରଣ ଲୋକ ବିରୋଧ କରିଥିଲେ । ଲୋକମାନେ ଅଟକ ରଖିବା ପରେ ପହଞ୍ଚିଥିଲା ଫ୍ଲାଇଙ୍ଗ ସ୍କ୍ବାର୍ଡ । 

ମିଶନ ଶକ୍ତି ଗୃହ ସରକାରୀ ପରିସର । ଏହିଠାରେ ସରକାରୀ କର୍ମଚାରୀ ଓ ମିଶନ ଶକ୍ତି ମହିଳାମାନେ ପଞ୍ଚାୟତ ଓ ବୁଥ୍ ହିସାବରେ ଭୋଟରଙ୍କୁ ବାଣ୍ଟିବା ପାଇଁ ଧଳା ଖାମରେ 500 ଟଙ୍କିଆ ନୋଟ୍ ପୂରାଇ ରଖିଥିଲେ । ଏହି ଟଙ୍କା ନେଇ ଅନ୍ଧାରୀ ବିଜେ କରି ଟଙ୍କା ବାଣ୍ଟି ଭୋଟ କିଣିବା ପାଇଁ ଉଦ୍ୟମ କରିବାର ଅଭିଯୋଗ ହୋଇଛି । 
ଘଟଣାସ୍ଥଳରେ ଶହ ଶହ ସାଧାରଣ ଲୋକ ପହଞ୍ଚିବା ସହ ବିଜେପି ପ୍ରାର୍ଥୀ ଗୋବିନ୍ଦ ଦାସ ଓ ତାଙ୍କର ଅନେକ ସମର୍ଥକ ପହଁଞ୍ଚି ବିଜେଡିର ଟଙ୍କା ବଣ୍ଟା ଓ ଭୋଟ୍ କିଣାକୁ ବିରୋଧ କରିଥିଲେ । ଜଣେ ମହିଳା ଅଟକ ରହିଥିବା ଅନେକ ଫେରାର୍ ମାରିଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ପହଞ୍ଚିଲେ ବାଲେଶ୍ବର ବିଜେପି ସାଂସଦ ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀ।

ଅଧିକ ପଢ଼ନ୍ତୁ ନିର୍ବାଚନ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Money is the last | Argus News