ଗୋଧି ମାଂସ ଭିଡିଓ ସୋସିଆଲ୍ ମିଡ଼ିଆରେ ଅପଲୋଡ୍ ଘଟଣା, ଜଣେ ଗିରଫ

Key Points
ଗୋଧି ମାଂସ ଭିଡିଓ ସୋସିଆଲ୍ ମିଡ଼ିଆରେ ଅପଲୋଡ୍ ଘଟଣା
ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡାର ଜଣେ ୟୁଟ୍ୟୁବର ଗିରଫ
ଗୋଧି ଏକ ସରୀସୃପ ପ୍ରଜାପତିର ବନ୍ୟଜନ୍ତୁ
ଗୋଧିକୁ କାଟି ତା ମାଂସ ରୋଷେଇ କରିବା ଭିଡିଓ ସୋସିଆଲ୍ ମିଡ଼ିଆରେ ଅପଲୋଡ୍ ଘଟଣା । ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡାର ଜଣେ ୟୁଟ୍ୟୁବରଙ୍କୁ ବାନ୍ଧିଲା ପୋଲିସ । ଗୋଧି ଏକ ସରୀସୃପ ପ୍ରଜାପତିର ବନ୍ୟଜନ୍ତୁ । ଯାହା କି ବିଲୁପ୍ତ ପ୍ରଜାପତିର ଏହା ଏକ ସମ୍ବେଦନଶୀଳ ବନ୍ୟଜନ୍ତୁ । ଯାହାର ପ୍ରଜାପତିର ସୁରକ୍ଷା ଏବଂ ସଂରକ୍ଷଣ ନିହାତି ଆବଶ୍ୟକ । ଏପରିସ୍ଥଳେ ଗୋଧିକୁ କାଟି ଖାଇବା ଧତବ୍ୟ ଅପରାଧ କହିଛନ୍ତ ବନ୍ୟପ୍ରାଣୀ ସଂରକ୍ଷକ ।
ରାତାରାତି ପ୍ରସିଦ୍ଧି ଅର୍ଜନ କରିବାର ଅଭିଳାଷ ରଖି ଜଣେ ୟୁଟ୍ୟୁବର ଗୋଧିକୁ କାଟି ଖାଇବା ଏବଂ ତାହା ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେବା ପରେ ତାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି। ଗୋଧି ଏକ ସରୀସୃପ ପ୍ରଜାତିର ବନ୍ୟଜନ୍ତୁ ଯାହା କି ବିଲୁପ୍ତ ପ୍ରଜାତିର। ଏହା ଏକ ସମ୍ବେଦନଶୀଳ ବନ୍ୟଜନ୍ତୁ ଯାହାର ପ୍ରଜାତିର ସୁରକ୍ଷା ଏବଂ ସଂରକ୍ଷଣ ନିହାତି ଆବଶ୍ୟକ ଏପରି ସ୍ଥଳେ ଗୋଧିକୁ କାଟି ଖାଇବା ଧର୍ତ୍ତବ୍ୟ ଅପରାଧ ।