Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଖାଦ୍ୟ ଅଭାବରୁ ପଥଚାରୀଙ୍କ ଉପରେ ଆକ୍ରମଣ କରୁଛନ୍ତି ମାଙ୍କଡ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଖାଦ୍ୟ ଅଭାବରୁ ପଥଚାରୀଙ୍କ ଉପରେ ଆକ୍ରମଣ କରୁଛନ୍ତି ମାଙ୍କଡ

ଜଙ୍ଗଲ ଛାଡ଼ି ରାଜରାସ୍ତାରେ ମାଙ୍କଡ଼ l ଜଙ୍ଗଲରେ ଖାଦ୍ୟ ଅଭାବରୁ ରାସ୍ତାକୁ ଆସି ପଥଚାରିଙ୍କ ଉପରେ କରୁଛନ୍ତି ଆକ୍ରମଣ । ଖୋର୍ଦ୍ଧା- ବଲାଙ୍ଗୀର 57 ନମ୍ବର ଜାତୀୟ ରାଜପଥରେ ଦେଖିବାକୁ ମିଳୁଛି ଏପରି ମାଙ୍କଡ଼ଙ୍କ ଦୈରାତ୍ମ୍ୟ । ମହୀପୁର -ନୂଆଗାଁ ଜଙ୍ଗଲରେ ଖାଦ୍ୟ ଅଭାବରୁ ରାସ୍ତାକୁ ଚାଲିଆସୁଛନ୍ତି ଶହ ଶହ ମାଙ୍କଡ଼ l ଏଥିଯୋଗୁଁ ପ୍ରତିଦିନ ଏକାଧିକ ସଡ଼କ ଦୁର୍ଘଟଣା ଘଟୁଥିବା ବେଳେ ଗାଡି ଧକ୍କାରେ ବି ବହୁ ମାଙ୍କଡ଼ଙ୍କ ଜୀବନ ଯାଉଛି l ଜଙ୍ଗଲରେ ପ୍ରଚୁର ଖାଦ୍ୟ ନଥିବାରୁ ଶହ ଶହ ମାଙ୍କଡ଼ ଖାଦ୍ୟସନ୍ଧାନରେ ରାସ୍ତା ଉପରକୁ ଚାଲି ଆସୁଛନ୍ତି l କିଛି ପଥଚାରୀ ଓ ଗାଡିଚାଳକ ରାସ୍ତାରେ ମାଙ୍କଡ଼ଙ୍କୁ ନିୟମିତ ଖାଇବାକୁ ଦେଉଥିବାରୁ ଜାତୀୟ ରାଜପଥ ଉପରକୁ ଆସୁଥିବା ମାଙ୍କଡ଼ଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏଦିଗରେ ବନ ବିଭାଗ ଓ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି। l

ଜଙ୍ଗଲରେ ଆବଶ୍ୟକ ମୁତାବକ କୋଳି ଓ ଛୁଇଁ ଜାତୀୟ ଗଛ ହ୍ରାସ ପାଇଥିବାରୁ ମାଙ୍କଡ଼ଙ୍କ ପାଇଁ ଖାଦ୍ୟାଭାବ ଦେଖା ଦେଉଛି l ଏଦିଗରେ ମହୀପୁରଠାରୁ ନୂଆଗାଁ ପର୍ଯ୍ୟନ୍ତ ପ୍ରାୟ 10 ବର୍ଗ କିଲୋମିଟର ଜଙ୍ଗଲରେ ପ୍ରଚୁର କୋଳି ଓ ଛୁଇଁ ଜାତୀୟ ଚାରାରୋପଣ ଉପରେ ଜୋର ଦେଇଛନ୍ତି ପରିବେଶପ୍ରେମୀ। ସେପଟେ ମାଙ୍କଡ଼ମାନଙ୍କୁ ଖାଦ୍ୟ ନଦେବା ନେଇ ପଥଚାରୀଙ୍କୁ ବ୍ୟାପକ ସଚେତନତା କରାଗଲେ ଏକାଧିକ ଦୁର୍ଘଟଣାକୁ ରୋକାଯାଇ ପାରିବ ମତପ୍ରକାଶ ପାଇଛି।

ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ମହୀପୁର- ନୂଆଗାଁ ଜଙ୍ଗଲରେ ମାଙ୍କଡ଼ଙ୍କ ସୁରକ୍ଷିତ ବଂଶବୃଦ୍ଧି ସହ ଦୈନିକ ସଡ଼କ ଦୁର୍ଘଟଣା ରୋକିବାକୁ ଜିଲ୍ଲା ପ୍ରଶାସନ ଗୁରୁତର ସହ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି l

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
monkeys-are-attacking-pedestrians-due-to-lack-of-food | Argus News