Videos
|
Odisha

ପ୍ରାଣୀ, ଉଦ୍ଭିଦ ସମସ୍ତ ଜୀବଜଗତ ଆଜି ଆସ୍ୱସ୍ତି

Smruti Parija
Browse all articles by Smruti Parija
·1 year ago·1 min read
ପ୍ରାଣୀ, ଉଦ୍ଭିଦ ସମସ୍ତ ଜୀବଜଗତ ଆଜି ଆସ୍ୱସ୍ତି

Key Points

ମାଟିର ମହକ ସୂଚାଇ ଦେଉଛି ମୌସୁମୀ ଆସିଛି
ଶୀତଳ ପବନ ବାଜି ଶୁଷ୍କ କ୍ଲିଷ୍ଟ ଦେହ ହେଉଛି ସିହରଣ
ପହିଲି ବରଷାରେ ଭାସି ଆସୁଛି ମାଟିର ମହକ
ପ୍ରାଣୀ ଓ ଉଦ୍ଭିଦ...ସମସ୍ତ ଜୀବକୂଳ ଆଜି ଆସ୍ୱସ୍ତି ପାଇଛି
କାହିଁକି ନା ମୌସୁମୀ ଆସିଛି

ନିଦାଘ ଗ୍ରୀଷ୍ମ ପରେ ମୌସୁମୀ ଆଗମନ ପରେ ସବୁକିଛି ଶୀତଳ ପଡିଯାଇଛି । ପ୍ରାଣୀ, ଉଦ୍ଭିଦ ସମସ୍ତ ଜୀବଜଗତ ଆଜି ଆସ୍ୱସ୍ତି । ପହିଲି ବର୍ଷାରେ ମାଟିର ମହକ ଭାସି ଆସୁଛି । ଆଃ କି ଶାନ୍ତି....ଭାରତରେ ମୌସୁମୀ କେବଳ ଗୋଟିଏ ଋତୁ ନୁହେଁ । ବରଂ ଏହା ଏକ ପର୍ବ କହିଲେ ଭୂଲ୍ ହେବନି । କାରଣ ଏହା ସହ ଯୋଡି ହୋଇଥାଏ ଅନେକ କିଛି । ସେ ବିଭିନ୍ନ ପ୍ରକାରର ବ୍ୟଞ୍ଜନ ହେଉ, ପୋଷାକ ପରିଧାନ ହେଉ ବା କୌଣସି ପର୍ବ ପର୍ବାଣୀ। ମୌସୁମୀ ଏଠି କୋଟି କୋଟି ଲୋକଙ୍କର ଜୀବନ ରେଖା । ମୌସୁମୀ ଖାଲି ଜଳବାୟୁ ପରିବର୍ତ୍ତନର ଏକ ଅଂଶ ନୁହେଁ ବରଂ ଏହା ଦେଶର ଖାଦ୍ୟ ସୁରକ୍ଷା, ସାମିଜକ ଓ ଆର୍ଥିକ ଦୃଷ୍ଟିରୁ ମଧ୍ୟ ଏକ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
monsoon-has-arrived-but-after-16-years-in-the-month-of-may | Argus News